Odisha EV Policy / ସରକାରୀ ବ୍ୟବହାର ପାଇଁ EV କ୍ରୟ ନିୟମ ଆଣିଲା ଅର୍ଥ ବିଭାଗ
·1 hour ago·2 min read

Key Points
ବୈଦ୍ୟୁତିକ ଯାନ କିଣିବା ଉପରେ ରାଜ୍ୟ ସରକାର ଗୁରୁତ୍ଵ ଦେଉଛନ୍ତି । ସରକାରୀ ବ୍ୟବହାର ପାଇଁ EV କ୍ରୟ ନିୟମ ଆଣିଛି ଅର୍ଥ ବିଭାଗ ।
ଭୁବନେଶ୍ଵର: ପଶ୍ଚିମ ଏସିଆ ଯୁଦ୍ଧ ଯୋଗୁଁ ଦେଶରେ ଇନ୍ଧନ ସଂକଟ ଦେଖା ଦେଇଛି । ଯେଉଁଥିପାଇଁ ବୈଦ୍ୟୁତିକ ଯାନ କିଣିବା ଉପରେ ରାଜ୍ୟ ସରକାର ଗୁରୁତ୍ଵ ଦେଉଛନ୍ତି । ସରକାରୀ ବ୍ୟବହାର ପାଇଁ EV କ୍ରୟ ନିୟମ ଆଣିଛି ଅର୍ଥ ବିଭାଗ । କିଏ କିଣିପାରିବେ କେତେ ଟଙ୍କାର ଗାଡ଼ି ଆସିଛି ନିର୍ଦ୍ଦେଶାବଳୀ ।
ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶାବଳୀ । ବୈଦ୍ୟୁତିକ ଯାନ କିଣିବା ପାଇଁ ଜାରି ନିର୍ଦ୍ଦେଶାବଳୀରେ କେଉଁ ସରକାରୀ ଅଧିକାରୀ, ମନ୍ତ୍ରୀ କେତେ ଲକ୍ଷ ମଧ୍ୟରେ ଗାଡ଼ି କିଣିବେ ନିର୍ଦ୍ଦେଶ ରହିଛି ।
ଏଥିସହ ପଢ଼ନ୍ତୁ: ଆମ୍ବ ଆକର୍ଷଣରେ ଆସି ହାତୀ ହେଲା ହତ୍ୟାର ଶିକାର, ୧୦ ଫୁଟ୍ ତଳେ ପୋତିଦେଲେ
ନିର୍ଦ୍ଦେଶାବଳୀରେ ଲେଖା ଯାଇଛି, ପଶ୍ଚିମ ଏସିଆ ସଂକଟ ଯୋଗୁଁ ଇନ୍ଧନ ସମସ୍ୟା ଓ ଇନ୍ଧନ ବ୍ୟୟର ଆର୍ଥିକ ଭାରକୁ ଦଷ୍ଟିରେ ରଖି, ସରକାରୀ କାର୍ଯ୍ୟରେ ବାଧ୍ୟତାମୂଳକ ଭାବେ EV କ୍ରୟ ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଉଛି । ଅର୍ଥ ବିଭାଗ ପକ୍ଷରୁ ଜାରି ଏହି ନିର୍ଦ୍ଦେଶାବଳୀରେ କେତେକ ସର୍ତ୍ତ ରଖାଯାଇଛି ।
କିଏ କିଣି ପାରିବେ କେତେ ଟଙ୍କାର EV ?
ସର୍ବାଧିକ ୩୦ ଲକ୍ଷ ଟଙ୍କାର EV: ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ, ହାଇକୋର୍ଟ ମୁଖ୍ୟ ବିଚାରପତି ଓ ବିଚାରପତି ।
ସର୍ବାଧିକ ୨୫ ଲକ୍ଷ ଟଙ୍କାର EV: ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, କୃଷି କମିଶନର, ବିଭାଗୀୟ ସଚିବ ଓ ସମମର୍ଯ୍ୟାଦା ସମ୍ପନ୍ନ ଅଧିକାରୀ ।
ସର୍ବାଧିକ ୨୦ ଲକ୍ଷ ଟଙ୍କାର EV: ଜିଲ୍ଲା ଜଜ୍, ଜିଲ୍ଲାପାଳ ଓ ଏସପି ।
ବର୍ତ୍ତମାନ ସରକାରୀ ଭାବେ ବ୍ୟବହୃତ ହେଉଥିବା ଗାଡ଼ି ଗୁଡ଼ିକର ପଞ୍ଜୀକରଣ ଓ ଫିଟନେସ୍ ଅବଧି ସରିବା ପରେ ହିଁ ଏହି ନୂଆ EV କିଣାଯିବ । କିନ୍ତୁ ଏଥିପାଇଁ ଅର୍ଥ ବିଭାଗର ଅନୁମତି ନେବାକୁ ପଡ଼ିବ ବୋଲି ସ୍ପଷ୍ଟ କରାଯାଇଛି ।
ଏଥିସହ ପଢ଼ନ୍ତୁ: ଦିବ୍ୟାଙ୍ଗଙ୍କ ମୃତ୍ୟୁ ପରେ କବିସୂର୍ଯ୍ୟନଗର ଥାନାର ସମସ୍ତ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି, ୩ ପୋଲିସ ନିଲମ୍ବିତ
ସେହିପରି EV କ୍ରୟ ସମୟରେ ୱାନ ଅଫିସ ୱାନ ଭେଇକିଲ ନିୟମକୁ କଡ଼ାକଡ଼ି ଅନୁପାଳନ କରାଯିବ । ଇଭି ଗାଡ଼ି କିଣିବା ପୂର୍ବରୁ ପୁରୁଣା ଗାଡ଼ିକୁ ସରକାରଙ୍କ ନିୟମ ଅନୁସାରେ ସ୍କ୍ରାପ୍ ମଧ୍ୟ କରିବାକୁ ପଡ଼ିବ ।
ଗୋଟିଏ ପଟେ ସରକାରୀ କାର୍ଯ୍ୟରେ EVର ବ୍ୟବହାରକୁ ଗୁରୁତ୍ବ ଦିଆଯାଉଛି, ଅନ୍ୟପକ୍ଷରେ ଇରାନ-ଆମେରିକା ଯୁଦ୍ଧ ଯୋଗୁଁ ତୈଳ ସଂକଟ ଫଳରେ ସାଧାରଣ ଗ୍ରାହକ ବି EV ଗାଡ଼ି ପ୍ରତି ଆକୃଷ୍ଟ ହେଉଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories