|
logo
Live

Argus News - ଓଡିଶାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କେବଳ “ମୋଦି ଗ୍ୟାରେଂଟି”ର ଆବଶ୍ୟକତା ରହିଛି

Odisha

ଓଡିଶାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କେବଳ “ମୋଦି ଗ୍ୟାରେଂଟି”ର ଆବଶ୍ୟକତା ରହିଛି

Jitendra Dash
Browse all articles by Jitendra Dash
·2 years ago·3 min read
ଓଡିଶାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କେବଳ “ମୋଦି ଗ୍ୟାରେଂଟି”ର ଆବଶ୍ୟକତା ରହିଛି

ଅର୍ଗସ ବ୍ୟୁରୋ : ଓଡିଶାର ଜଳସଂପଦ ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ସମଗ୍ର ଓଡିଶାବାସୀଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ମୋଦି ସଂକଳ୍ପବଦ୍ଧ । ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଶାସନ କ୍ଷମତାକୁ ଆସିବା ପରେ ଏଥି ପାଇଁ ହଜାର ହଜାର କୋଟି ଟଙ୍କାର ଆର୍ଥୀକ ଅନୁଦାନ ଓ ସହାୟତା ପ୍ରଦାନ କରିଛନ୍ତି । “ପ୍ରଧାନମନ୍ତ୍ରୀ ଜଳ ଜୀବନ ମିଶନ” ମାଧ୍ୟମରେ ଗତ ୧୦ବର୍ଷରେ ଓଡିଶାର ୭୧.୦୨ପ୍ରତିଶତ ଘରେ ଟ୍ୟାପ ଯୋଗେ ଜଳ ଯୋଗାଇ ଦିଆଯାଇଛି । ୨୦୧୯-୨୪ ଭିତରେ ୧୦୨୧୭ କୋଟି ଟଙ୍କା ବ୍ୟୟ କରାଯାଇ ରାଜ୍ୟରର ୬୦୭୫୧୫୧ଟି ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି । ସେହିପରି ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା ଜରିଆରେ ୯୪୭୨୨ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି । ନୂତନ ବନୀକରଣ ପାଇଁ କାଂପା ପାଣ୍ଠି ଜରିଆରେ ୧୦ ହଜାର କୋଟି ଟଙ୍କା ଓଡିଶାକୁ ଆସିଛି । ୩୪୦ ମେଗାୱାଟ ପାଇଁ ରାଜ୍ୟରେ ୩ଟି ସୋଲାର ପାର୍କ ପ୍ରତିଷ୍ଠାର ଅନୁମୋଦନ ହୋଇସାରିଛି । ଗ୍ରୀନ ଇଣ୍ଡିଆ ମିଶନ ଜରିଆରେ ଓଡିଶାରେ ୭୧.୧୩ ଲକ୍ଷ ବୃକ୍ଷରୋପଣ ହୋଇଛି । ରାଜ୍ୟର ସହରାଂଚଳ ବନୀକରଣ ପାଇଁ ନଗର ବନ ଯୋଜନା ଜରିଆରେ ୪୦ଟି ପ୍ରକଳ୍ପର ପ୍ରସ୍ତାବ ଅନୁମୋଦନ ହୋଇସାରିଥିବାବେଳେ ଏଥି ପାଇଁ ୨୦.୩୪ କୋଟି ଟଙ୍କା ମୋଦି ସରକାର ଓଡିଶାକୁ ପ୍ରଦାନ କରିଛନ୍ତି । ରାଜ୍ୟର ସାତକୋଶିଆ ଗଣ୍ଡ, ଟାଂପରା ହ୍ରଦ, ଅଂଶୁପା ହ୍ରଦ ଏବଂ ହୀରାକୁଦ ଜଳଭଣ୍ଡାର ୪ଟି ପ୍ରମୁଖ ଆର୍ଦ୍ରଭୂମି ସ୍ଥାନକୁ ରାମସର ସ୍ଥାନ ଚିହ୍ନଟ କରାଯାଇଛି । ପୁରୀ ବେଳାଭଭୂମିକୁ “ବ୍ଲୁ ଫ୍ଲାଗ ବିଚ୍‌” ଭାବେ ମୋଦି ସରକାରରେ ମାନ୍ୟତା ମିଳିଛି । ମାତ୍ର ଓଡିଶାରେ ମୋଦି ଗ୍ୟାରେଂଟିର ବାଧକ ସାଜିଛନ୍ତି ରାଜ୍ୟ ସରକାର । ଏହି କାରଣରୁ ଓଡିଶାବାସୀ ମୋଦି ଗ୍ୟାରେଂଟିର ସୁଫଳ ପାଇବାରୁ ବଂଚିତ ହୋଇଛନ୍ତି ବୋଲି ରାଜ୍ୟ ମୁଖପାତ୍ର ତଥା ବିଧାୟକ ଡ.ମୁକେଶ ମହାଲିଙ୍ଗ କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ.ମହାଲିଙ୍ଗ କହିଛନ୍ତି ଯେ, ଏକଦା ଜଳବହୁଳ ରାଜ୍ୟ ଭାବେ ପରିଗଣିତ ଓଡିଶା ରାଜ୍ୟରେ ଆଜି ଜଳସଂକଟ ଅତ୍ୟନ୍ତ ଚିନ୍ତାଜନକ । ଦୀର୍ଘ ୨୪ ବର୍ଷ ଧରି ଶାସନରେ ରହି ସୁଦ୍ଧା ରାଜ୍ୟରେ ଗୋଟିଏ ହେଲେ ବନ୍ଧ କିମ୍ବା ବ୍ୟାରେଜ ନିର୍ମାଣ କରିପାରଲେ ନାହିଁ ବର୍ତମାନର ରାଜ୍ୟ ସରକାର । ଗୋଟିଏ ଇଂଚ ଚାଷଜମି ଜଳସେଚିତ ହୋଇପାରିଲା ନାହିଁ । ପାନୀୟ ଜଳର ଘୋର ସଂକଟ ଦେଖିବାକୁ ମିଳୁଛି । ରାଜ୍ୟର ସମସ୍ତ ପ୍ରମୁଖ ନଦୀ, ଉପନଦୀର ପଠା ଶୁଖିଲା ପଡିଛି । ରାଜ୍ୟରେ ଭୂତଳ ଜଳସ୍ତର ହ୍ରାସ ପାଇଚାଲିଛି । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟାନ୍ୟ ବଡ ବଡ ସହରାଂଚଳ ଏବଂ ଗ୍ରାମାଂଚଳରେ ଆଜି ପାନୀୟ ଜଳ ସଂକଟ ସମସ୍ୟା ସାଧାରଣ ହୋଇପଡିଛି । ପାଇପ ବିଛାଯାଇଛି, ପାଣି ମିଟର ଲଗାଯାଇ ବିଲ୍ ଆଦାୟ କରାଯାଉଛି, ମାତ୍ର ପାଇପରେ ପାଣି ଆସୁନାହିଁ ! ମହାମାରୀ କରୋନା ସମୟରେ ଜଣେ ବରିଷ୍ଠ ଉପଭୋକ୍ତଙ୍କଠାରୁ ରାଜ୍ୟ ସରକାରଙ୍କ ଓ୍‌ôାଟକୋ ପକ୍ଷରୁ ପାଣି ବିଲ୍ ବାବଦରେ ଟଙ୍କା ସଂଗ୍ରହ କରିବା ପରେ ଅନାଦେୟ ଦର୍ଶାଇ ହଇରାଣ କରିବା ଘଟଣାରେ କଟକ ଜିଲ୍ଲା ଖାଉଟି ଅଦାଲତଙ୍କ ଦ୍ୱାରା ୱାଟକୋ ଦଣ୍ଡିତ ହେବା ଏବଂ କ୍ଷତିପୁରଣ ବାବଦରେ ଉପଭୋକ୍ତାଙ୍କୁ ୧.୩ଲକ୍ଷ ଟଙ୍କା ପ୍ରଦାନ କରିବା ଘଟଣା ରାଜ୍ୟ ସରକାରଙ୍କ ଅପାରଗତାକୁ ଦର୍ଶାଉଛି । କେନ୍ଦ୍ର ସରକାରଙ୍କ ଟଙ୍କାରେ ୱାଟର ଏଟିଏମ ସ୍ଥାପିତ କରାଯାଇଛି, କିନ୍ତୁ ରାଜ୍ୟ ସରକାରଙ୍କ ବିଫଳତା କାରଣରୁ ପାଣି ଆସୁନାହିଁ । କେନ୍ଦ୍ରୀୟ ଯୋଜନାକୁ ହଡପ୍ କରିଥିବା ରାଜ୍ୟ ସରକାର ନିଜ ନାମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ବଡ ବଡ ହୋର୍ଡିଂ ଓ ବିଜ୍ଞାପନ ମାରୁଛନ୍ତି, କିନ୍ତୁ ବାସ୍ତବରେ ଟ୍ୟାପରେ ପାଣି ଆସୁନାହିଁ ନଚେତ୍ ଦୂଷିତପାଣି ଆସୁଛି । ରାଜ୍ୟର ଭବିଷ୍ୟତ ପୀଢିକୁ ସଂକଟରେ ଠେଲି ଦିଆଯାଇଛି । ଆଗାମୀ ୫-୬ ବର୍ଷରେ ଓଡିଶା ଘୋର ଜଳ ସଂକଟର ସମ୍ମୁଖୀନ ହେବାକୁ ଯାଉଛି ଏବଂ ଏଥି ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ ରହିବେ ବୋଲି ଡ.ମହାଲିଙ୍ଗ କହିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସବୁଜ, ପ୍ରାକୃତିକ ଜଙ୍ଗଲ ଭରପୁର ଓଡିଶା ରାଜ୍ୟ ଆଜି ଜଙ୍ଗଲଶୂନ୍ୟ ହେବାକୁ ବସିଲାଣି । ରାଜ୍ୟରେ କଂକ୍ରିଟ ଜଙ୍ଗଲ ବ୍ୟାପିଚାଲିଛି, କିନ୍ତୁ ପ୍ରାକୃତିକ ଜଙ୍ଗଲ ଅବକ୍ଷୟ ହେବାରେ ଲାଗିଛି । ନୂତନ ବନୀକରଣ ପାଇଁ ‘କାଂପା ଫଣ୍ଡ ଦୁର୍ନୀତି’ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ସାଜିଛି । କଠିନ ବର୍ଜ୍ୟ ବସ୍ତୁ ପରିଚାଳନାରେ ବିଫଳ ହେବା କାରଣରୁ ପରିମଳ ବ୍ୟବସ୍ଥା ଭୁଷୁଡି ପଡିଲାଣି । ଦେଶର ପ୍ରମୁଖ ଦୂଷିତ ସହର ତାଲିକାରେ ରାଜ୍ୟର ଭୁବନେଶ୍ୱର ସମେତ ରାଉରକେଲା, ଅନୁଗୁଳ, ତାଳଚେର ଭଳି ଛୋଟିଆ ସହର ସ୍ଥାନିତ ହୋଇଛି । ରାଜ୍ୟର ‘ଏଂଟ୍ରି ପଏଂଟ୍‌’ ଭୁବନେଶ୍ୱରର ପରିବେଶ ଅସ୍ୱାସ୍ଥ୍ୟକର ଓ ବିପଦ ସ୍ଥିତିରେ ପହଂଚିସାରିଛି । ଓଡିଶାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କେବଳ “ମୋଦି ଗ୍ୟାରେଂଟି”ର ଆବଶ୍ୟକତା ରହିଛି ବୋଲି ଡ.ମହାଲିଙ୍ଗ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ୍‌, ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । 
    
 

Sponsored
ଓଡିଶାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କେବଳ “ମୋଦି ଗ୍ୟାରେଂଟି”ର ଆବଶ୍ୟକତା ରହିଛି | Argus News