Videos
|
Odisha

Odisha Recruitment Reform / ସରକାରୀ ଚାକିରି ଆଶାୟୀଙ୍କ ପାଇଁ ବଡ଼ ଖବର, ସମାନ ଯୋଗ୍ୟତା ପାଇଁ ଗୋଟିଏ ପରୀକ୍ଷା ପ୍ରସ୍ତାବ

Santosh Kumar Sahoo
Browse all articles by Santosh Kumar Sahoo
·Updated on: 28 Nov 2026, 20:44:39 IST·3 min read
ସରକାରୀ ଚାକିରି ଆଶାୟୀଙ୍କ ପାଇଁ ବଡ଼ ଖବର, ସମାନ ଯୋଗ୍ୟତା ପାଇଁ ଗୋଟିଏ ପରୀକ୍ଷା ପ୍ରସ୍ତାବ
Odisha Recruitment Reform

Key Points

ନିଯୁକ୍ତି ପରୀକ୍ଷାରେ ନୂଆ ଫର୍ମୁଲା!
ସମାନ ଯୋଗ୍ୟତା ପାଇଁ ଗୋଟିଏ ପରୀକ୍ଷା
ପ୍ରତିବର୍ଷ ନିଯୁକ୍ତିର ରୋଡମ୍ୟାପ୍

ପରୀକ୍ଷା ଦେଇ ଚାକିରି ପାଇବେ ଯୋଗ୍ୟ ପ୍ରାର୍ଥୀ ... କିନ୍ତୁ ପରୀକ୍ଷା ବ୍ୟବସ୍ଥାରେ ରହିବନି ଅନାବଶ୍ୟକ ଜଟିଳତା । ନିଯୁକ୍ତି ପରୀକ୍ଷାରେ ଆସିବ ବଡ଼ ସଂସ୍କାର । ସମାନ ଯୋଗ୍ୟତା ଓ ସମାନ ଦାୟିତ୍ୱ ଥିବା ପଦବୀ ପାଇଁ ଗୋଟିଏ ପରୀକ୍ଷା କରିବାକୁ ପ୍ରସ୍ତାବ । ଏଥିସହ ପ୍ରତିବର୍ଷ ସମୟବଦ୍ଧ ନିଯୁକ୍ତି ପ୍ରକ୍ରିୟା ଏବଂ ଶୀଘ୍ର ରେଜଲ୍ଟ ଉପରେ ମଧ୍ୟ ଗୁରୁତ୍ୱ । ଏନେଇ ଲୋକସେବା ଭବନରେ ପରୀକ୍ଷା ସଂସ୍କାର ସମ୍ପର୍କିତ ଉଚ୍ଚକ୍ଷମତାସମ୍ପନ୍ନ ଟାସ୍କଫୋର୍ସର ସଦସ୍ୟଙ୍କ ସହ ଆଲୋଚନାକରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ସମାନ ଯୋଗ୍ୟତା, ସମାନ ବିଷୟ ଓ ସମାନ ଦାୟିତ୍ୱ ଆବଶ୍ୟକ କରୁଥିବା ବିଭିନ୍ନ ବିଭାଗର ପଦବୀ ପାଇଁ ଗୋଟିଏ ପରୀକ୍ଷା କରିବାକୁ ପ୍ରସ୍ତାବ ରଖିଛନ୍ତି ସିଏମ୍। ଏହାଦ୍ୱାରା ଏକାଧିକ ପରୀକ୍ଷାର ଚାପ କମିବା ସହ ପ୍ରାର୍ଥୀଙ୍କ ସମୟ ଓ ଖର୍ଚ୍ଚ ବଞ୍ଚିବାର ଆଶା ରହିଛି । କେବଳ ପରୀକ୍ଷା ନୁହେଁ, ନିଯୁକ୍ତି କ୍ୟାଲେଣ୍ଡରକୁ ନେଇ ମଧ୍ୟ ଆସିବାକୁ ଯାଉଛି ସ୍ପଷ୍ଟ ଆଭିମୁଖ୍ୟ। ପ୍ରତିବର୍ଷ ସୁବ୍ୟବସ୍ଥିତ ଓ ସମୟବଦ୍ଧ ଭାବେ ନିଯୁକ୍ତି ପ୍ରକ୍ରିୟା କରିବା ସହ ପରୀକ୍ଷା ସ୍ୱଚ୍ଛ ଭାବେ ଆୟୋଜନ ଏବଂ ଶୀଘ୍ର ଫଳ ପ୍ରକାଶ ଉପରେ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ଜୋର । ଯାହାକୁ ସ୍ୱାଗତ କରିଛନ୍ତି ସରକାରୀ ଚାକିରୀ ଆଶୟୀ ।

ସେପଟେ କିନ୍ତୁ ଓଡ଼ିଶାରେ ସରକାରୀ ନିଯୁକ୍ତି ପାଇଁ ଏକାଧିକ ରିକ୍ରୁଟମେଣ୍ଟ ଏଜେନ୍ସି କାମ କରୁଛି । ଉଚ୍ଚସ୍ତରୀୟ Group-A ପଦବୀ ଲାଗି OPSC ପରୀକ୍ଷା ପରିଚାଳନା କରୁଥିବା ବେଳେ ଓ ଚୟନିତ Group-B ସେବା ପାଇଁ ମଧ୍ୟ ରିକ୍ରୁଟମେଣ୍ଟ ଟେଷ୍ଟ କରୁଛି । ସେହିଭଳି OSSC ବିଭିନ୍ନ Group-B ଓ Group-C ଏବଂ non-technical ଏବଂ specialist ପଦବୀ ପାଇଁ ପରୀକ୍ଷା କରୁଛି । ଆଉ OSSSC ମୁଖ୍ୟତଃ ଜିଲ୍ଲାସ୍ତରୀୟ Group-C ସିଭିଲ ପୋଷ୍ଟ ପାଇଁ ନିଯୁକ୍ତି ପରୀକ୍ଷା କରୁଛି । ଏତେଗୁଡ଼ିଏ ବୋର୍ଡ ଓ କମିଶନ୍ ରହିବା ଦ୍ୱାରା ଆଶାୟୀଙ୍କ ପାଇଁ ପରୀକ୍ଷା ବ୍ୟବସ୍ଥା ଜଟିଳ ହେଉଛି । ଏକ ଯୋଗ୍ୟତା ଥିବା ପ୍ରାର୍ଥୀଙ୍କୁ ଭିନ୍ନ ଭିନ୍ନ ପରୀକ୍ଷା, ଭିନ୍ନ ସମୟସୂଚୀ ଓ ଭିନ୍ନ ରିକ୍ରୁଟମେଣ୍ଟ ପ୍ରକ୍ରିୟା ଦେଇ ଯିବାକୁ ପଡ଼ୁଛି । ତେଣୁ Class-III ଓ clerical-level ପୋଷ୍ଟ ପାଇଁ କମନ ଏକଜାମିନେସନ ସିଷ୍ଟମ ଆଣିବାର ଚିନ୍ତା ଉପରେ ଆଲୋଚନା ହୋଇପାରେ ।

କିନ୍ତୁ ସବୁ ପଦବୀକୁ ଗୋଟିଏ ବୋର୍ଡ ଅଧୀନକୁ ଆଣିଦେବା ହିଁ ସମାଧାନ ନୁହେଁ ବୋଲି ଶିକ୍ଷାବିତ ମତ ଦେଇଛନ୍ତି । ସେହିଭଳି Class-I ଓ Class-II ଭଳି ଉଚ୍ଚପଦସ୍ଥ ପଦବୀ ପାଇଁ ଦାୟିତ୍ୱ, କ୍ୱାଲିଫିକେସନ୍ ଓ ସ୍ପେଶାଲାଇଜେସନ୍ ଅଲଗା । ସେଥିପାଇଁ OPSC ଭଳି specialized recruitment bodyର ଆବଶ୍ୟକତା ରହିପାରେ । Police ଭଳି specialized serviceରେ ମଧ୍ୟ ସମସ୍ତ rankକୁ ଗୋଟିଏ ନିୟମରେ ଆଣିବା ପୂର୍ବରୁ post-wise Analysis ଦରକାର । ତେଣୁ ସମାନ କ୍ୱାଲିଫିକେସନ୍ ଥିବା ପଦବୀ ପାଇଁ କମନ ସିଲାବସ୍, uniform examination pattern, ସମାନ evaluation system ଓ ଏକାଧିକ recruitment processର ପୁନରାବୃତ୍ତି କମିପାରେ। OSSSC ମଧ୍ୟ ନିଜ ମିଶନ୍‌ରେ Group-C ନିଯୁକ୍ତିରର ପରୀକ୍ଷା, ପ୍ରଶ୍ନପତ୍ର ପ୍ରସ୍ତୁତି, ମୂଲ୍ୟାଙ୍କନ ଏବଂ ଫଳାଫଳ ଘୋଷଣାରେ ସମାନତା ଆଣିବାକୁ ଲକ୍ଷ୍ୟ ରଖିଛି। ମାତ୍ର ସମସ୍ତ ନିଯୁକ୍ତିକୁ ଗୋଟିଏ ଏଜେନ୍ସିରେ କେନ୍ଦ୍ରୀଭୂତ କଲେ ଚାପ ବଢ଼ିପାରେ, ପ୍ରକ୍ରିୟା ବିଳମ୍ବିତ ହୋଇପାରେ ଏବଂ ଏକାଧିକ ଅନ୍ୟ ସମସ୍ୟା ଉଠିପାରେ ।

ପଢନ୍ତୁ ଏହି ଖବର: କିଏ ରଚିଥିଲା ରିଂ ବନ୍ଧ ହିଂସାର ବ୍ଳୁ-ପ୍ରିଣ୍ଟ ?

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେଣୁ ସଂସ୍କାରର ଲକ୍ଷ୍ୟ କେବଳ ବୋର୍ଡ କମାଇବା ନୁହେଁ, ନିଯୁକ୍ତିକୁ ଦ୍ରୁତ, ସ୍ୱଚ୍ଛ, ନିରପେକ୍ଷ ଓ ଗୁଣାତ୍ମକ କରିବା ହେବା ଦରକାର ବୋଲି ମତ ବାଢ଼ିଛନ୍ତି ଶିକ୍ଷାବିତ୍ ।
ଏସବୁ ଭିତରେ ସବୁଠାରୁ ବଡ଼ କଥା ହେଲା ଏକୀକରଣ ପୂର୍ବରୁ ଆବଶ୍ୟକ ହେଉଛି କମ୍ପ୍ରିହେନ୍ସିଭ ଆନାଲିସିସ । କେଉଁ ପୋଷ୍ଟର କ୍ୱାଲିଫିକେସନ୍ କ'ଣ, କେଉଁ ପୋଷ୍ଟର ସିଲାବସ୍ କ'ଣ, ରିକ୍ରୁଟମେଣ୍ଟର ଭଲ୍ୟୁମ୍ କେତେ, କେତେ ଆସପିରାଣ୍ଟ ଅଛନ୍ତି ଓ କେଉଁ ଏଜେନ୍ସି କେତେ ରିକ୍ରୁଟମେଣ୍ଟ ସମ୍ଭାଳିପାରିବ, ସବୁ ଦିଗରୁ ଅଧ୍ୟୟନ ପରେ ହିଁ ରାଜ୍ୟ ସରକାର କ'ଣ ନିଷ୍ପତ୍ତି ନେଉଛନ୍ତି ତା ଉପରେ ନଜର ।