Big Gift For Bargarh / ବରଗଡ଼କୁ ରାଜ୍ୟ ସରକାରଙ୍କ ବଡ଼ ଭେଟି; ୧୫ଟି ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ
·2 hours ago·2 min read

Key Points
ବରଗଡ଼ ଜିଲ୍ଲାକୁ ୩୪୯ କୋଟିର ଭେଟି
୧୫ଟି ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ

ବରଗଡ଼: ଜିଲ୍ଲାକୁ ରାଜ୍ୟ ସରକାରଙ୍କ ବଡ଼ ଭେଟି । ଚକ୍ ଚକ୍ କରିବ ରାସ୍ତା, ଯୋଗାଯୋଗ କ୍ଷେତ୍ରରେ ନୁଆଁ ଅଧ୍ୟାୟ ସୃଷ୍ଟି କରିବ ବରଗଡ ଜିଲ୍ଲା । ଏଥିପାଇଁ ୩୪୯ କୋଟି ୯ ଲକ୍ଷରୁ ଅଧିକ ଟଙ୍କା ବ୍ୟୟ ଅଟକଳରେ ୧୫ଟି ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିଛନ୍ତି ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବରଗଡ଼ ପୂର୍ତ୍ତ ବିଭାଗ ଅଧୀନରେ ଥିବା ଏହି ୧୫ଟି ପ୍ରକଳ୍ପ ମଧ୍ୟରୁ ୯ଟିର ଶିଳାନ୍ୟାସ ହୋଇଥିବାବେଳେ ୬ଟି ପ୍ରକଳ୍ପର ଉଦ୍ଘାଟନ କରାଯାଇଛି ।
ସେହିପରି ଏସ୍ପି ଅଫିସ୍ ଛକରୁ ପଞ୍ଚାୟତ କଲେଜ ରାସ୍ତା ପାଇଁ ୮ କୋଟି ୭୨ ଲକ୍ଷ ୩୨ ହଜାର ଟଙ୍କା, ସୁଇପର କଲୋନୀରୁ ପୁରୁଣା ରିଜର୍ଭ ପୋଲିସ୍ ଲାଇନ୍ ରାସ୍ତା ପାଇଁ ୯ କୋଟି ୪୭ ଲକ୍ଷ ୬୪ ହଜାର ଟଙ୍କା, ଟେଲିଫୋନ୍ ଏକ୍ସଚେଞ୍ଜରୁ ଗୋବିନ୍ଦପାଲି ଛକ ରାସ୍ତା ପାଇଁ ୭ କୋଟି ୨୫ ଲକ୍ଷ ଟଙ୍କା ଏବଂ ଗାନ୍ଧୀ ଛକରୁ ଅମ୍ବାପାଲି ଆମ୍ବେଦକର ଛକ ରାସ୍ତା ପାଇଁ ୫ କୋଟି ୩୫ ଲକ୍ଷ ୪୫ ହଜାର ଟଙ୍କା ବ୍ୟୟ ଅଟକଳ ରହିଛି। ଏହାବ୍ୟତୀତ ଗୋଡ଼ଭଗାରୁ ତୁରୁମ ରାସ୍ତା ପାଇଁ ୪୭ କୋଟି ଟଙ୍କା ଏବଂ ବୁରୋଗାଡ଼ ନାଳା ଉପରେ ହାଇଲେଭଲ୍ ବ୍ରିଜ୍ ନିର୍ମାଣ ପାଇଁ ୨୮ କୋଟି ୭୫ ଲକ୍ଷ ୮୮ ହଜାର ଟଙ୍କା ଅଟକଳ ରହିଛି।
- ଏହି ୯ଟି ପ୍ରକଳ୍ପର ଶିଳାନ୍ୟାସ

- ୬ଟି ପ୍ରକଳ୍ପର ଉଦ୍ଘାଟନ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: କେନ୍ଦୁଝରରେ ବିକାଶର ନୂଆ ଶୁଭାରମ୍ଭ; ଏକାଧିକ ବିକାଶମୂଳକ ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଏହି ୧୫ଟି ପ୍ରକଳ୍ପ ମଧ୍ୟରୁ ଶିଳାନ୍ୟାସ ହୋଇଥିବା ୯ଟି ପ୍ରକଳ୍ପର ମୋଟ ଅଟକଳ ମୂଲ୍ୟ ପ୍ରାୟ ୧୭୯ କୋଟି ୮୮ ଲକ୍ଷ ଟଙ୍କା ଏବଂ ଉଦ୍ଘାଟନ ହୋଇଥିବା ୬ଟି ପ୍ରକଳ୍ପର ମୂଲ୍ୟ ପ୍ରାୟ ୧୬୯ କୋଟି ୨୧ ଲକ୍ଷ ଟଙ୍କା। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ବରଗଡ଼ ସମେତ ଭଟଲି, ଅତାବିରା, ବିଜେପୁର ଓ ପଦ୍ମପୁର ଅଞ୍ଚଳର ରାସ୍ତାଘାଟ ଓ ଯୋଗାଯୋଗ କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରିବ ।

Related Topics
Explore more stories