Govt Targets Maoist Areas / ୧୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ରାଜସ୍ୱ ସଚିବଙ୍କ ଚିଠି; ସମୟସୀମା ମଧ୍ୟରେ ଯୋଗାଅ ସମସ୍ତ ସରକାରୀ ସେବା
·1 hour ago·2 min read

Key Points
ମାଓବାଦୀ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ‘ଗ୍ରାମୋଦୟ’ ଯୋଜନାର ସଫଳ ରୂପାୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସମୟସୀମା ମଧ୍ୟରେ ସମସ୍ତ ସରକାରୀ ସେବା ଯୋଗାଇଦେବା ଉପରେ ଗୁରୁତ୍ଵାରୋପ କରିଛନ୍ତି ।
ଭୁବନେଶ୍ଵର: ମାଓବାଦୀ ଉପଦ୍ରବ ଜିଲ୍ଲାରେ ହେବ ବିକାଶ । ତ୍ଵରାନ୍ଵିତ ହେବ ଉନ୍ନୟନ ମୂଳକ କାର୍ଯ୍ୟ । ୧୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜସ୍ୱ ସଚିବ । ମାଓବାଦୀ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ‘ଗ୍ରାମୋଦୟ’ ଯୋଜନାର ସଫଳ ରୂପାୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସମୟସୀମା ମଧ୍ୟରେ ସମସ୍ତ ସରକାରୀ ସେବା ଯୋଗାଇଦେବା ଉପରେ ଗୁରୁତ୍ଵାରୋପ କରିଛନ୍ତି ।
ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ୧୦ଟି ଜିଲ୍ଲା ହେଲା ବରଗଡ଼, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ ରାୟଗଡ଼ା । ଏସବୁ ଜିଲ୍ଲାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ‘ଗ୍ରାମୋଦୟ’ କାର୍ଯ୍ୟକ୍ରମକୁ ତ୍ୱରିତ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି ।
ଏଥିସହ ପଢ଼ନ୍ତୁ: UGCର ବଡ଼ ପଦକ୍ଷେପ,ପୋଷ୍ୟ ହେବ ଅଙ୍ଗନୱାଡ଼ି କେନ୍ଦ୍ର
ଏ ସଂକ୍ରାନ୍ତରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି l ସୂଚନାଯୋଗ୍ଯ ଯେ, ଗତ ୧୯ ମାର୍ଚ୍ଚ ୨୦୨୬ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକର ଆଲୋଚନା ଅନୁଯାୟୀ, ‘ଗ୍ରାମୋଦୟ’ ଯୋଜନାର ଲକ୍ଷ୍ୟ ହେଉଛି ମାଓବାଦୀ ପ୍ରଭାବିତ ଗ୍ରାମଗୁଡିକରେ ସରକାରୀ ଯୋଜନା ଏବଂ ମୌଳିକ ସୁବିଧାସୁଯୋଗ ସୁଚାରୁରୂପେ ପହଞ୍ଚାଇବା ସହିତ ଜନସାଧାରଣ ଓ ପ୍ରଶାସନ ମଧ୍ୟରେ ଦୂରତା ହ୍ରାସ କରି ବିଶ୍ବାସ ବୃଦ୍ଧି କରିବା ।
ଏଥିନିମନ୍ତେ ସମ୍ପୃକ୍ତ ଜିଲ୍ଲାମାନଙ୍କୁ ସମୟସୀମା ମଧ୍ୟରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ ତ୍ୱରିତ ପଦକ୍ଷେପ ନେବାକୁ କୁହାଯାଇଛି । ଏହି ପଦକ୍ଷେପଗୁଡ଼ିକ ମଧ୍ୟରେ ୩୯ଟି ବ୍ଲକର ୪୮୪ଟି ଗ୍ରାମରେ ରହୁଥିବା ବାସହୀନ ପରିବାରଙ୍କୁ ୨୦୨୬ ମେ ୧୫ ତାରିଖରେ ମଧ୍ୟରେ ସର୍ଭେକ୍ଷଣ ମାଧ୍ୟମରେ ଚିହ୍ନଟ କରି ‘ବସୁନ୍ଧରା ଯୋଜନା’ ଅନ୍ତର୍ଗତ ଭୂମି ପ୍ରଦାନ ଓ ଜମିପଟ୍ଟା ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି l
ସେହିପରି ଏହି ସବୁ ଅଞ୍ଚଳରେ ଇ-ଡିଷ୍ଟ୍ରିକ୍ଟ୍ ପୋର୍ଟାଲ୍ ମାଧ୍ୟମରେ ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀଙ୍କୁ ବାସସ୍ଥାନ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ଉତ୍ତରାଧିକାରୀ ପ୍ରମାଣପତ୍ର, ଜାତିଗତ ପ୍ରମାଣପତ୍ର ଆଦିକୁ ସମୟସୀମା ଭିତରେ ପ୍ରାଥମିକତା ଆଧାରରେ ପ୍ରଦାନ କରିବାକୁ ଏହି ଚିଠିରେ ନିର୍ଦ୍ଦେଶ ରହିଛି ।
'ଗ୍ରାମୋଦୟ' ଯୋଜନାର ଅଗ୍ରଗତି ସମ୍ପର୍କିତ ସମସ୍ତ ଡାଟା ସଂରକ୍ଷଣ ଏବଂ ଜିଲ୍ଲାପାଳମାନଙ୍କ ଦ୍ୱାରା ସମୟୋପଯୋଗୀ ସମୀକ୍ଷା ମାଧ୍ୟମରେ ନିୟମିତ ନିରୀକ୍ଷଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି l ମାଓବାଦୀ ପ୍ରଭାବିତ ଅଞ୍ଚଳରେ ରାଜସ୍ୱ ବିଭାଗର ଖାଲି ପଦବୀଗୁଡିକୁ ପ୍ରାଥମିକତା ଭିତ୍ତିରେ ପୂରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l
ଏଥିସହ ପଢ଼ନ୍ତୁ: ରାଜ୍ୟର ପେଟ୍ରୋଲ ପମ୍ପରେ ମିଳିବ ୫ କେଜି ଗ୍ୟାସ୍, ପରିଚୟପତ୍ର ଦେଖାଇ ଛାତ୍ରଛାତ୍ରୀ ଓ ଶ୍ରମିକ ଏହାକୁ ନେଇପାରିବେ
ଜିଲ୍ଲାମାନଙ୍କୁ ବିଭିନ୍ନ ସଫଳତା କାହାଣୀ, ଫଟୋ ଓ ଭିଡିଓ ସଂଗ୍ରହ କରି ବିଭାଗର ୱେବସାଇଟ୍ରେ ପ୍ରକାଶିତ ହେବା ସହ ପ୍ରଚାରପ୍ରସାର ନିମନ୍ତେ ପ୍ରେରଣ କରିବାକୁ କୁହାଯାଇଛି। ସେହିପରି ଏହି ଗୁରୁତ୍ୱପୂର୍ଣ୍ଣ ଯୋଜନାକୁ ଅଧିକ ଫଳପ୍ରଦ କରିବା ନିମନ୍ତେ ଜିଲ୍ଲାପାଳମାନଙ୍କ ଠାରୁ ଉପାଦେୟ ପ୍ରସ୍ତାବ ମଧ୍ଯ ଆହ୍ଵାନ କରାଯାଇଛି l
ରାଜ୍ୟ ସରକାରଙ୍କ ଦ୍ଵାରା ଏହି ପଦକ୍ଷେପମାନଙ୍କ ମାଧ୍ୟମରେ ମାଓପ୍ରବଣ ଅଞ୍ଚଳର ସାମଗ୍ରିକ ଉନ୍ନତିକୁ ସୁଦୂରପ୍ରସାରୀ କରିବା ସହ ଲୋକାଭିମୁଖି ସୁଶାସନକୁ ଆହୁରି ସୁଦୃଢ଼ କରିବା ନିମନ୍ତେ ରାଜସ୍ୱ ସଚିବ ଗୁରୁତ୍ୱାରୋପ କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories