Videos
|
Odisha

College Closed / ୨୩ରୁ ୨୫ ପର୍ଯ୍ୟନ୍ତ ସମସ୍ତ +୨, ଡିଗ୍ରୀ ଓ ଟେକ୍ନିକାଲ୍ କଲେଜ ଛୁଟି

Sushanta Sahoo
Browse all articles by Sushanta Sahoo
·58 mins ago·2 min read
୨୩ରୁ ୨୫ ପର୍ଯ୍ୟନ୍ତ ସମସ୍ତ +୨, ଡିଗ୍ରୀ ଓ ଟେକ୍ନିକାଲ୍ କଲେଜ ଛୁଟି
Malkangiri, Ganjam Colleges to Remain Closed

Key Points

ପ୍ରବଳ ବର୍ଷା ପାଇଁ ଦକ୍ଷିଣ ଓଡ଼ିଶାର ପ୍ରାୟ ଜିଲ୍ଲାରେ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଥିଲା । ଏବେ କଲେଜକୁ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ମାଲକାନଗିରି/ବ୍ରହ୍ମପୁର: ଘନୀଭୂତ ହେଉଛି ଅବପାତ । ଆଉ କିଛି ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବ । ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଗତି କରୁଥିବା ଅବପାତ ପ୍ରଭାବରେ ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷା ଲାଗି ରହିଛି । ଯାହାକୁ ନେଇ ପ୍ରଶାସନ ସଜାଗ ରହିବା ସହ ସତର୍କ ପଦକ୍ଷେପ ନେଇଛି ।

ପ୍ରବଳ ବର୍ଷା ପାଇଁ ଦକ୍ଷିଣ ଓଡ଼ିଶାର ପ୍ରାୟ ଜିଲ୍ଲାରେ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଥିଲା । ଏବେ କଲେଜକୁ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । ମାଲକାନଗିରି ସହ ଗଞ୍ଜାମ ଜିଲ୍ଲାରେ ସମସ୍ତ କଲେଜ ବର୍ଷାକୁ ଦୃଷ୍ଟି ରଖି ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ।

ଏଥିସହ ପଢ଼ନ୍ତୁ: ଟଳିଲା ବାତ୍ୟା ଆଶଙ୍କା; ପ୍ରବଳ ବର୍ଷା ନେଇ ୩ ଦିନ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି 

ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଓ ଝଡ଼ବର୍ଷା ଆଶଙ୍କାକୁ ନଜରରେ ରଖି ବଡ଼ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ସେପ୍ଟେମ୍ବର ୨୩ରୁ ୨୫ ତାରିଖ ଯାଏଁ ମାଲକାନଗିରିରେ ପବନ ସହ ପ୍ରବଳରୁ ଅତିପ୍ରବଳ ବର୍ଷା, ବଜ୍ରପାତ ଓ ଘଡ଼ଘଡ଼ିର ପୂର୍ବାନୁମାନ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ମାଲକାନଗିରି ଜିଲ୍ଲାର ସମସ୍ତ +୨ କଲେଜ, ଡିଗ୍ରୀ କଲେଜ ଏବଂ ଟେକ୍ନିକାଲ୍ ଶିକ୍ଷାନୁଷ୍ଠାନକୁ ୨୩ରୁ ୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି । ଏହି ନିର୍ଦ୍ଦେଶ ସରକାରୀ, ଅନୁଦାନପ୍ରାପ୍ତ ଏବଂ ଘରୋଇ ପରିଚାଳିତ ଶିକ୍ଷାନୁଷ୍ଠାନ ସମସ୍ତଙ୍କ ପାଇଁ ଲାଗୁ ହେବ ।

ଏହି ସମୟରେ କଲେଜ ବନ୍ଦ ରହିଲେ ମଧ୍ୟ ଅଧ୍ୟକ୍ଷ ଓ ଅନ୍ୟ କର୍ମଚାରୀମାନେ ନିଜ ନିଜ ଅନୁଷ୍ଠାନରେ ପୂର୍ବଭଳି ଉପସ୍ଥିତ ରହିବେ ବୋଲି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ଆଦେଶରେ ସ୍ପଷ୍ଟ କରାଯାଇଛି । ଏନେଇ ମାଲକାନଗିରି ଜିଲ୍ଲାପାଳ ଆଦେଶ ଜାରି କରିଛନ୍ତି ।

୨୩ରେ ଗଞ୍ଜାମରେ ଶିକ୍ଷାନୁଷ୍ଠାନ ବନ୍ଦ

ସେହିଭଳି ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା, ଜଳବନ୍ଦୀ ପରିସ୍ଥିତି ଓ ଯାତାୟାତରେ ସମ୍ଭାବ୍ୟ ବାଧାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷା ନିମନ୍ତେ ଜିଲ୍ଲାର ସମସ୍ତ ଡିଗ୍ରୀ କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟର ଅଧୀନସ୍ଥ ବିଭାଗଗୁଡ଼ିକୁ ୨୩ ସେପ୍ଟେମ୍ବର ୨୦୨୬ ଦିନ ବନ୍ଦ ରଖିବାକୁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍, ଗଞ୍ଜାମଙ୍କ ପକ୍ଷରୁ ଆଦେଶ ଜାରି କରାଯାଇଛି ।

ଏଥିସହ ପଢ଼ନ୍ତୁ: ପ୍ରବଳ ବର୍ଷା ନେଇ ୫ ଜିଲ୍ଲାରେ ସ୍କୁଲ ଛୁଟି... ୭ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ 

ଦୁର୍ବିପାକ ପରିଚାଳନା ଆଇନ, ୨୦୦୫ର ଧାରା ୩୪ ଅନୁଯାୟୀ ପ୍ରଦତ୍ତ କ୍ଷମତା ବଳରେ ଏହି ଆଦେଶ ଜାରି ହୋଇଛି । ସମ୍ପୃକ୍ତ ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନେ ଆଦେଶର ନିଷ୍ଠାପୂର୍ବକ ପାଳନ ସହ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷା ଓ କଲ୍ୟାଣ ନିମନ୍ତେ ଆବଶ୍ୟକ ସମସ୍ତ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବେ ।