Videos
|
Odisha

Red Warning / ଟଳିଲା ବାତ୍ୟା ଆଶଙ୍କା; ପ୍ରବଳ ବର୍ଷା ନେଇ ୩ ଦିନ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଟଳିଲା ବାତ୍ୟା ଆଶଙ୍କା; ପ୍ରବଳ ବର୍ଷା ନେଇ ୩ ଦିନ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି
Cyclone Fear Eases, 3 Days of Heavy Rain; Red Alert

Key Points

ହେବନି ବାତ୍ୟା, ଗଭୀର ଅବପାତ ରୂପରେ ଓଡ଼ିଶା ଉପକୂଳ ଅତିକ୍ରମ କରିବ ଲଘୁଚାପ । ରାଜ୍ୟରେ ୩ ଦିନ ହେବ ଅତି ପ୍ରବଳ ବର୍ଷା ।
ଭୁବନେଶ୍ଵର: ଆଶ୍ଵସ୍ତିକର ଖବର ଦେଲା ପାଣିପାଗ ବିଭାଗ । ହେବନି ବାତ୍ୟା, ଗଭୀର ଅବପାତ ରୂପରେ ଓଡ଼ିଶା ଉପକୂଳ ଅତିକ୍ରମ କରିବ ଲଘୁଚାପ । ରାଜ୍ୟରେ ୩ ଦିନ ହେବ ଅତି ପ୍ରବଳ ବର୍ଷା । ଏବେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଉପରେ ରହିଛି ଅବପାତ ।

ଯାହା ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ପଶ୍ଚିମ ଦିଗରେ ଗତି କରୁଛି । ଅବପାତଟି ଏବେ ଗୋପାଳପୁର ଠାରୁ ଦକ୍ଷିଣ-ପୂର୍ବରେ ୨୦୦ କିଲୋମିଟର ଦୂରରେ, ଆନ୍ଧ୍ରର କଳିଙ୍ଗପାଟ୍ଟଣମ ଠାରୁ ପୂର୍ବ-ଦକ୍ଷିଣପୂର୍ବରେ ୨୦୦ କିଲୋମିଟର ଦୂରରେ ଏବଂ ପୁରୀରୁ ଦକ୍ଷିଣରେ ୨୧୦ କିଲୋମିଟର ଦୂରରେ ରହିଛି ଅବପାତ ।

ଯାହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆହୁରି ଘନୀଭୂତ ହେବ । ଆଗାମୀ ୧୨ ଘଣ୍ଟାରେ ଅବପାତଟି ଗଭୀର ଅବପାତରେ ପରିଣତ ହୋଇ ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ । ଏହାପରେ ଗଭୀର ଅବପାତଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳରେ ପହଞ୍ଚିବ ।

ଏଥିସହ ପଢ଼ନ୍ତୁ: ଆଜିଠୁ ପ୍ରବଳ ବର୍ଷା: ଆସନ୍ତାକାଲିଠୁ ଏହି ଜିଲ୍ଲାରେ ସବୁ ସ୍କୁଲ କଲେଜ ଛୁଟି 

କେଉଁଠି ଛୁଇଁବ ସ୍ଥଳଭାଗ ?

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଗଭୀର ଅବପାତଟି ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳର ବିଶାଖାପାଟ୍ଟଣମରୁ ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ । ୨୩ ତାରିଖ ରାତିରୁ ୨୪ ତାରିଖ ଭୋର୍ ମଧ୍ୟରେ ଗଭୀର ଅବପାତ ଅତିକ୍ରମ କରିବା ନେଇ ଆକଳନ କରାଯାଇଛି ।


୩ ଦିନ ରେଡ୍ ଆଲର୍ଟ

ପ୍ରଭାବରେ ରାଜ୍ୟରେ ୪ ଦିନ ପ୍ରବଳ ବର୍ଷା ହେବାକୁ ଥିବାବେଳେ ୩ ଦିନ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ଅତି ପ୍ରବଳ ବର୍ଷା ନେଇ ରାୟଗଡ଼ା, କୋରାପୁଟ, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ରେଡ୍ ଆଲର୍ଟ ରହିଛି । ଏହି ୪ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସହ କାଳବୈଶାଖୀ ସତର୍କତା ଜାରି କରାଯାଇଛି । ପବନର ବେଗ ଘଣ୍ଟାପ୍ରତି ୫୯ରୁ ୬୦ କିଲୋମିଟର ରହିପାରେ ।

ସେହିଭଳି ପ୍ରବଳ ବର୍ଷା ନେଇ କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରି, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ରହିଛି । ଆସନ୍ତାକାଲି (ବୁଧବାର) ଅତି ପ୍ରବଳ ବର୍ଷା ନେଇ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିକୁ ରେଡ୍ ଆଲର୍ଟ ଦିଆଯାଇଛି । ନୂଆପଡ଼ା, ବଲାଙ୍ଗିର, କନ୍ଧମାଳ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲା ଅରେଞ୍ଜ ଆଲର୍ଟରେ ରହିଛି ।

ଏଥିସହ ପଢ଼ନ୍ତୁ: ୧୨ ଘଣ୍ଟାରେ ଗଭୀର ଅବପାତ: ଆରମ୍ଭ ହେଲା ବର୍ଷା... 

ଗୁରୁବାର ୨୪ ତାରିଖରେ ବର୍ଷାର ପ୍ରଭାବ କମିବ । ତଥାପି ନବରଙ୍ଗପୁର ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ବରଗଡ଼, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ରହିଛି ।

କେତେ ରହିବ ପବନର ବେଗ ?

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ୨୨ ସନ୍ଧ୍ୟାରୁ ପବନର ବେଗ ବଢ଼ିବ । ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ବେଗରେ ପବନ ସହ ଝଟ୍‌କା ପବନର ବେଗ ଘଣ୍ଟାପ୍ରତି ୭୫ କିଲୋମଟର ରହିବ । ୨୪ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ରହିବ । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବଙ୍କୁ ପ୍ରବେଶ ବାରଣ କରାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: