Videos
|
Odisha

School Closed / ପ୍ରବଳ ବର୍ଷା ପାଇଁ ବଡ଼ ନିଷ୍ପତ୍ତି; ବନ୍ଦ ରହିବ ୩ ଜିଲ୍ଲାରେ ସମସ୍ତ ବିଦ୍ୟାଳୟ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ପ୍ରବଳ ବର୍ଷା ପାଇଁ ବଡ଼ ନିଷ୍ପତ୍ତି; ବନ୍ଦ ରହିବ ୩ ଜିଲ୍ଲାରେ ସମସ୍ତ ବିଦ୍ୟାଳୟ
Schools to Remain Closed in 3 Odisha Districts

Key Points

କିଛି ଜିଲ୍ଲାରେ ଲାଗି ରହିଛି ତୁହାକୁ ତୁହା ବର୍ଷା । ଯାହାକୁ ନେଇ ପ୍ରଶାସନ ସତର୍କ ପଦକ୍ଷେପ ନେଇ ଆସନ୍ତାକାଲି ଶନିବାର ୩ ଜିଲ୍ଲାରେ ସ୍କୁଲ୍ ଛୁଟି ଘୋଷଣା କରିଛି ।
କଟକ: ଅବପାତ ଦୁର୍ବଳ ହେବା ସହ ବର୍ଷା କମିଛି । ତଥାପି କିଛି ଜିଲ୍ଲାରେ ଲାଗି ରହିଛି ତୁହାକୁ ତୁହା ବର୍ଷା । ଯାହାକୁ ନେଇ ପ୍ରଶାସନ ସତର୍କ ପଦକ୍ଷେପ ନେଇ ଆସନ୍ତାକାଲି ଶନିବାର ୩ ଜିଲ୍ଲାରେ ସ୍କୁଲ୍ ଛୁଟି ଘୋଷଣା କରିଛି । ଶନିବାର କଟକ, ନୂଆପଡ଼ା ଓ ମାଲକାନଗିରି ଜିଲ୍ଲାରେ ସମସ୍ତ ବିଦ୍ୟାଳୟ ଛୁଟି ଘୋଷଣା କରାଯାଇଛି ।

କଟକରେ ସ୍କୁଲ୍ ଛୁଟି

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, କଟକରେ ବର୍ଷା ସମ୍ଭାବନା ରହିଛି । ଯାହା ଫଳରେ ବିଭିନ୍ନ ଜଳରେ ଜଳବନ୍ଦୀ ସ୍ଥିତି ଉପୁଜିପାରେ । ତେଣୁ ପ୍ରଶାସନ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛି । ଆସନ୍ତାକାଲି ଶନିବାର ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ଘରୋଇ ସ୍କୁଲ୍‌କୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ।

ଏଥିସହ ପଢ଼ନ୍ତୁ: ପ୍ରବଳ ବର୍ଷା: ଆସନ୍ତାକାଲି ଏହି ଜିଲ୍ଲାରେ ସବୁ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି ବନ୍ଦ 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନୂଆପଡ଼ାରେ ବି ସ୍କୁଲ୍ ବନ୍ଦ

ସେପଟେ ନୂଆପଡ଼ା ଜିଲ୍ଲାରେ ୨ ଦିନ ହେଲା ଅବିଶ୍ରାନ୍ତ ବର୍ଷା ଲାଗି ରହିଛି । ଆଜି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ରହିଥିବା ବେଳେ ଲାଗି ରହିଛି ବର୍ଷା । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶନିବାର ସେପ୍ଟେମ୍ବର ୨୬ ତାରିଖରେ ଜିଲ୍ଲାର ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟକୁ ନୂଆପଡ଼ା ଜିଲ୍ଲାପାଳ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

ମାଲକାନଗିରିରେ ସ୍କୁଲ୍ ବନ୍ଦ

ପ୍ରବଳ ବର୍ଷା ପାଇଁ ଆସନ୍ତାକାଲି ମାଲକାନଗିରିରେ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି ବନ୍ଦ ରହିବ । ଜିଲ୍ଲାରେ ଜାରି ରହିଥିବା ପ୍ରବଳ ବର୍ଷା, ଘଡ଼ଘଡ଼ି ଓ ବଜ୍ରପାତକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ଶନିବାର ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ଏବଂ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ ।

ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ, OAV, ଉଚ୍ଚ ମାଧ୍ୟମିକ ଓ ଡିଗ୍ରୀ କଲେଜ ସମେତ ସମସ୍ତ ପ୍ରକାର ଶିକ୍ଷାନୁଷ୍ଠାନକୁ ଏହି ନିର୍ଦ୍ଦେଶ ଲାଗୁ ହେବ ବୋଲି କୁହାଯାଇଛି । ଏହି ସମୟରେ ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ ଓ ଅଙ୍ଗନବାଡ଼ି କର୍ମୀମାନେ ସାଧାରଣ ଭାବେ ନିଜ ଦାୟିତ୍ୱରେ ଉପସ୍ଥିତ ରହିବେ । ଆବଶ୍ୟକ ପଡ଼ିଲେ ବନ୍ୟା, ବର୍ଷାଜନିତ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟରେ ଜିଲ୍ଲା ପ୍ରଶାସନ ସେମାନଙ୍କୁ ନିୟୋଜନ କରିପାରିବ ।

ଏଥିସହ ପଢ଼ନ୍ତୁ: ଯାତ୍ରୀଙ୍କୁ ବଡ଼ ଝଟକା…ବର୍ଷା-ଭୂସ୍ଖଳନ ପାଇଁ ଏହିସବୁ ଟ୍ରେନ ବାତିଲ 

ଅନ୍ୟପକ୍ଷରେ, ଯଦି କୌଣସି ପରୀକ୍ଷା ସମ୍ପୃକ୍ତ ବୋର୍ଡ, କାଉନସିଲ୍ କିମ୍ବା ବିଶ୍ୱବିଦ୍ୟାଳୟର ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ରହିଥାଏ, ତେବେ ସେଗୁଡ଼ିକ ପୂର୍ବ ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ହିଁ ଅନୁଷ୍ଠିତ ହେବ ।