Heavy Rain / ୭ ଜିଲ୍ଲାରେ ସ୍କୁଲ୍ ଛୁଟି ଘୋଷଣା; ବଲାଙ୍ଗିରରେ ରୋଗୀ ଆଣିବାକୁ ଯାଇ ଫସିଲା ଆମ୍ବୁଲାନ୍ସ
·1 hour ago·2 min read

Key Points
ଲଗାଣ ବର୍ଷା ଯୋଗୁଁ ଅନେକ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ବର୍ଷା ଜାରି ରହିଥିବାରୁ ୭ ଜିଲ୍ଲାର ଜିଲ୍ଲାପାଳ ସମସ୍ତ ଶିକ୍ଷାନୁଷ୍ଠାନକୁ ସୋମବାର ଛୁଟି ଘୋଷଣା କରିଛନ୍ତି ।
ଭୁବନେଶ୍ଵର: ଥମୁନି ବର୍ଷା, ବଢ଼ୁଛି ଦୁର୍ଦ୍ଦଶା । ବର୍ଷା ବିତ୍ପାତରେ ଅସ୍ତବ୍ୟସ୍ତ ଜନତା । ଲଗାଣ ବର୍ଷା ଯୋଗୁଁ ଅନେକ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ବର୍ଷା ଜାରି ରହିଥିବାରୁ ୭ ଜିଲ୍ଲାର ଜିଲ୍ଲାପାଳ ସମସ୍ତ ଶିକ୍ଷାନୁଷ୍ଠାନକୁ ସୋମବାର ଛୁଟି ଘୋଷଣା କରିଛନ୍ତି ।
ଆଜି (ସୋମବାର) କଟକ, ସୁବର୍ଣ୍ଣପୁର, ସମ୍ବଲପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କନ୍ଧମାଳ ଜିଲ୍ଲାରେ ସମସ୍ତ ଛୁଟି ଘୋଷଣା କରାଯାଇଛି । ବର୍ଷା ପାଇଁ ଏହି ୭ ଜିଲ୍ଲାରେ ସମସ୍ତ ସ୍କୁଲ୍, କଲେଜ ଓ ଅଙ୍ଗନୱାଡ଼ି କେନ୍ଦ୍ର ସୋମବାର ବନ୍ଦ ରଖାଯାଇଛି ।
ଏଥିସହ ପଢ଼ନ୍ତୁ: ବର୍ଷା ପାଇଁ ବଡ଼ ନିଷ୍ପତ୍ତି; ଆଜି ୪ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା
ଭୁଶୁଡ଼ିଲା ବସ୍ ଷ୍ଟାଣ୍ଡ ପାଚେରୀ
ନୂଆପଡା ଜିଲ୍ଲା ଖଡ଼ିଆଳ ସହରରେ ନିର୍ମାଣ ହୋଇଥିବା ନୂତନ ବସଷ୍ଟାଣ୍ଡ ପାଚେରୀ ବର୍ଷାରେ ଭୁଶୁଡ଼ି ପଡ଼ିଛି । ସହରର ତଳିଆ ଅଞ୍ଚଳରେ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା । ସାହୁପଡ଼ାରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି ।
ପାଣି ଘେରରେ ଗାଁ
ସେପଟେ ସୋନପୁରର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ମହଦା ପଞ୍ଚାୟତର ପତ୍ରାପାଲି ଗାଁ ପାଣି ଘେରରେ ରହିଥିବାବେଳେ ଚାରିଆଡୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ନିକଟରେ ଥିବା ବଞ୍ଜି ନଦୀର ପାଣି ଗାଁକୁ ଜଳ ଘେରରେ ରଖିଛି । ଗାଁ ରାସ୍ତା ଉପରେ ୪ ଫିଟ୍ ପାଣି ପ୍ରବାହିତ ହେଉଛି । ବୀରମହାରାଜପୁର NACର କେନ୍ଦୂପାଲି ଗାଁରେ ଘର ଭିତରକୁ ପଶିଛି ବର୍ଷା ପାଣି । ପ୍ରାୟ ୧୨ ପରିବାର ଜଳବନ୍ଦୀ ହୋଇ ରହିଛନ୍ତି । ତରଭା ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତରଭା-କଣ୍ଟାମାଳ ରାସ୍ତାର ବଡ଼ବନ୍ଧ ନିକଟ ରାସ୍ତା ଉପରେ ୩ ଫୁଟ୍ ପାଣି ପ୍ରବାହିତ ହେଉଛି ।
ଏଥିସହ ପଢ଼ନ୍ତୁ: ୫ ଦିନ ବର୍ଷିଲାଣି,ଆହୁରି ବର୍ଷିବ, ୭ ଜିଲ୍ଲାକୁ ଆଲର୍ଟ
ରୋଗୀ ଆଣିବାକୁ ଯାଇ ଫସିଲା ଆମ୍ବୁଲାନ୍ସ
ସେପଟେ ବଲାଙ୍ଗିର ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଛି । ସଇଁତଲା ବ୍ଲକ କରଲାମୁଣ୍ଡା ଗାଁକୁ ଆମ୍ବୁଲାନ୍ସ ରୋଗୀ ଆଣିବାକୁ ଯାଇ ଥିବାବେଳେ ରେଲୱେ ଭୂତଳ ପୋଲ ତଳେ ବର୍ଷା ପାଣି ଜମି ଥିବାରୁ ଫସି ଯାଇଛି । ଅଗ୍ନିଶମ ବାହିନୀ ଖବର ପାଇ ଆମ୍ବୁଲାନ୍ସ ସମେତ ଦୁଇ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ।
୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ପ୍ରବଳ ବର୍ଷା ନେଇ ଆଜି ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦେଇଛି ପାଣିପାଗ କେନ୍ଦ୍ର । ବରଗଡ଼, ସମ୍ବଲପୁର, ଅନୁଗୁଳ, ସୋନପୁର, ବୌଦ୍ଧ, ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ନେଇ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories