Odisha IAS Reshuffle / ରାଜ୍ୟରେ ବଡ଼ ଧରଣର IAS ଅଦଳବଦଳ, ପୋମା ଟୁଡୁଙ୍କୁ କୃଷି ବିଭାଗ ନିର୍ଦ୍ଦେଶକ ଦାୟିତ୍ୱ
·49 mins ago·1 min read

Key Points
IAS ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର
ପୋମା ଟୁଡୁ ହେଲେ କୃଷି ବିଭାଗ ନିର୍ଦ୍ଦେଶକ
ସଂଗ୍ରାମ କେଶରୀ ମହାପାତ୍ର ହେଲେ ଉତ୍ତରାଞ୍ଚଳ ରେଞ୍ଜ୍ RDC
ପୋମା ଟୁଡୁ ହେଲେ କୃଷି ବିଭାଗ ନିର୍ଦ୍ଦେଶକ
ସଂଗ୍ରାମ କେଶରୀ ମହାପାତ୍ର ହେଲେ ଉତ୍ତରାଞ୍ଚଳ ରେଞ୍ଜ୍ RDC
ରାଜ୍ୟ ସରକାରଙ୍କ ପକ୍ଷରୁ IAS ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି । ଏହି ପ୍ରଶାସନିକ ଅଦଳବଦଳରେ ବିଭିନ୍ନ ବିଭାଗ ଓ ନିଗମର ଗୁରୁତ୍ୱପୂର୍ଣ୍ଣ ପଦବୀରେ ନୂଆ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ପୋମା ଟୁଡୁଙ୍କୁ କୃଷି ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଥିବା ବେଳେ ତାଙ୍କୁ କାଜୁ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ (MD) ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି ।
ସେହିପରି ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଉତ୍ତରାଞ୍ଚଳ ରାଜସ୍ୱ କମିଶନର (RDC) ଭାବେ ନିଯୁକ୍ତ କରାଯାଇଛି । ଏଥିସହ ସେ ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦ (WODC)ର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।
ଶୁଭମ ସାକ୍ସେନାଙ୍କୁ BDAର ଉପାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। ଅନ୍ୟପଟେ ଗାଭାଲି ପରାଗ ହର୍ଷଦଙ୍କୁ ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM)ର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି ।
ବିଜୟ ଅମୃତ କୁଲାଙ୍ଗେଙ୍କୁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର (RDC) ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ଉଦ୍ୟାନ କୃଷି ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାବ୍ୟତୀତ ପ୍ରଣତି ଛୋଟରାୟଙ୍କୁ ଓମ୍ଫେଡ୍ର ପରିଚାଳନା ନିର୍ଦ୍ଦେଶକ (MD) ଭାବେ ନିଯୁକ୍ତ କରାଯାଇଛି। ସେହିପରି ଶୁବ୍ର କୁମାର ପଣ୍ଡାଙ୍କୁ ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।
ଏଥି ସହ ପଢନ୍ତୁ: ବରଗଡ଼ ଧନୁଯାତ୍ରା କଂସ ଭୂମିକାରୁ ଓହରିଗଲେ ସୁଶୀଲ ମେହେର; କିଏ ହେବ ନୂଆ କଂସ ?
ଏଥି ସହ ପଢନ୍ତୁ: ବରଗଡ଼ ଧନୁଯାତ୍ରା କଂସ ଭୂମିକାରୁ ଓହରିଗଲେ ସୁଶୀଲ ମେହେର; କିଏ ହେବ ନୂଆ କଂସ ?
Related Topics
Explore more stories