Videos
|
Odisha

Odisha News / IPS ସ୍ତରରେ ବଡ଼ ଅଦଳବଦଳ, ଜେଲ ଡିଜି ସୁଶାନ୍ତ ନାଥଙ୍କୁ ଗୃହ ବିଭାଗକୁ ବଦଳି

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·1 min read
IPS ସ୍ତରରେ ବଡ଼ ଅଦଳବଦଳ, ଜେଲ ଡିଜି ସୁଶାନ୍ତ ନାଥଙ୍କୁ ଗୃହ ବିଭାଗକୁ ବଦଳି
Odisha IPS Reshuffle

Key Points

ରାଜ୍ୟ ସରକାରଙ୍କ ବଡ଼ ଆକ୍ସନ
ବଦଳିଲେ ଜେଲ ବିଭାଗ ଡିଜି ସୁଶାନ୍ତ ନାଥ
ସନ୍ତୋଷ ବାଲା ହେଲେ ଜେଲ ବିଭାଗ ଅତିରିକ୍ତ ଡିଜି
ଓଡ଼ିଶା ପୋଲିସ ଓ ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ୮ ଜଣ IPS ଅଧିକାରୀଙ୍କ ସହ ଜଣେ OPS ଅଧିକାରୀଙ୍କ ବଦଳି ହୋଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ଏହି ଅଦଳବଦଳରେ ଜେଲ ବିଭାଗଠାରୁ ଆରମ୍ଭ କରି ଭିଜିଲାନ୍ସ ଓ ବିଭିନ୍ନ ଜିଲ୍ଲାର ଏସ୍‌ପି ସ୍ତରରେ ପରିବର୍ତ୍ତନ କରାଯାଇଛି ।

ବଦଳି ତାଲିକା ଅନୁଯାୟୀ, ଜେଲ ବିଭାଗର ଡିଜି ସୁଶାନ୍ତ ନାଥଙ୍କୁ ଗୃହ ବିଭାଗର ଓଏସଡି (OSD) ଭାବେ ନୂଆ ଦାୟିତ୍ୱ ମିଳିଛି । ସେହିପରି SFSLର ନିର୍ଦ୍ଦେଶକ ସନ୍ତୋଷ ବାଲାଙ୍କୁ ଜେଲ ବିଭାଗର ଡିଜି ଦାୟିତ୍ୱ ଅତିରିକ୍ତ ଭାବେ ପ୍ରଦାନ କରାଯାଇଛି । ଅନ୍ୟପଟେ ଅମିତାଭ ଠାକୁରଙ୍କୁ କଟକ ପରିବହନ କମିଶନର ଦାୟିତ୍ୱ ମିଳିଛି ।
ଏହାବ୍ୟତୀତ ରାଜେଶ କୁମାରଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ସାରା ଶର୍ମାଙ୍କୁ ଭିଜିଲାନ୍ସ DIG ଭାବେ ନିଯୁକ୍ତି ମିଳିଛି ।

ଜିଲ୍ଲା ପୋଲିସ ପ୍ରଶାସନରେ ମଧ୍ୟ ଅଦଳବଦଳ ହୋଇଛି । ଝାରସୁଗୁଡ଼ା ଏସ୍‌ପି ଗୁଣ୍ଡଲା ରେଡ୍ଡୀ ରାଘବେନ୍ଦ୍ରଙ୍କୁ ପୋଲିସ ମୁଖ୍ୟାଳୟର AIG ଭାବେ ବଦଳି କରାଯାଇଛି। ନୂଆପଡ଼ା ଏସ୍‌ପି ଅମ୍ରିତପାଲ ସିଂଙ୍କୁ ପୋଲିସ ମୁଖ୍ୟାଳୟର ଏସ୍‌ପି ଭାବେ ନୂଆ ଦାୟିତ୍ୱ ମିଳିଛି । ସେହିପରି ସୋନାଲି ସିଂ ପରମାରଙ୍କୁ ଝାରସୁଗୁଡ଼ାର ନୂଆ ଏସ୍‌ପି ଭାବେ ନିଯୁକ୍ତ କରାଯାଇଥିବା ବେଳେ ତପନ ନାରାୟଣ ରଥଙ୍କୁ ନୂଆପଡ଼ା ଏସ୍‌ପି ଦାୟିତ୍ୱ ଦିଆଯାଇଛି ।

ଏଥି ସହ ପଢନ୍ତୁ:  ଗଞ୍ଜାମ ଗିଡ଼ିପାବାଲିରେ ଚାଲିଛି ରେସ୍କ୍ୟୁ ଅପରେସନ... ଏବେ ବି ୧୨ ନିଖୋଜ




Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: