Videos
|
Odisha

KG to PG SOP / KGରୁ PG ମାଗଣା ଶିକ୍ଷା ଦ୍ୱନ୍ଦ୍ୱରେ ପୂର୍ଣ୍ଣଚ୍ଛେଦ, SOP ଜାରି କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

Santosh Kumar Sahoo
Browse all articles by Santosh Kumar Sahoo
·2 weeks ago·2 min read
KGରୁ PG ମାଗଣା ଶିକ୍ଷା ଦ୍ୱନ୍ଦ୍ୱରେ ପୂର୍ଣ୍ଣଚ୍ଛେଦ, SOP ଜାରି କଲେ ଉଚ୍ଚଶିକ୍ଷା ମନ୍ତ୍ରୀ
KG to PG SOP

Key Points

KGରୁ PG ମାଗଣା ଶିକ୍ଷାକୁ ନେଇ ବଡ଼ ଅପଡେଟ୍
ସରକାର ଜାରି କଲେ SOP
କେଉଁମାନେ ପାଇବେ ଲାଭ? ଜାଣନ୍ତୁ ନୂଆ ନିୟମ
ରାଜ୍ୟରେ KGରୁ PG ପର୍ଯ୍ୟନ୍ତ ମାଗଣା ଶିକ୍ଷା ଗ୍ରହଣ ନେଇ ସୃଷ୍ଟି ହୋଇଥିବା ଅନିଶ୍ଚିତତା ଓ ଦ୍ୱନ୍ଦ୍ୱରେ ଶେଷରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ମାଗଣା ନାମଲେଖା ଓ ଫି' ବାବଦକୁ ସ୍ପଷ୍ଟତା ଆଣିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଏସଓପି ପ୍ରକାଶ କରାଯାଇଛି ।

ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ବିଷୟରେ ସୂଚନା ଦେଇଛନ୍ତି । କେଉଁମାନେ ଏହି ଯୋଜନାର ଲାଭ ପାଇବେ, ସେନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ଘରୋଇ ଏବଂ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ଲାଗୁ ହେବନି ଫି' ଛାଡ଼ ନିୟମ । କ୍ଲାସ୍‌ରେ ୭୫% ଉପସ୍ଥାନ ବାଧ୍ୟତାମୂଳକ ହେବ ଏବଂ ନିୟମିତ ଆସୁଥିବା ଛାତ୍ରଛାତ୍ରୀଙ୍କୁ କୌଣସି ଅସୁବିଧା ହେବନି । କନିକାଲ ଷ୍ଟଡି ପାଠ୍ୟକ୍ରମ ପାଇଁ ଫି' ଦେବାକୁ ପଡ଼ିବ । ଟଙ୍କା ଅଭାବରୁ କେହି ପାଠ ପଢାରୁ ବାଦ୍‌ ପଡ଼ିବେନି । ଏହା ସହ ଶିକ୍ଷାନୁଷ୍ଠାନ ଗୁଡ଼ିକ ନିଜ ଇଚ୍ଛାରେ ଫି' ବଢ଼ାଇ ପାରିବେନି । ଫି' ବାବଦରେ ସରକାର ହିଁ ଚୁଡାନ୍ତ ନିଷ୍ପତ୍ତି ନେବେ । ଏଥିପାଇଁ ରାଜ୍ୟସ୍ତରରେ ଫି' ନିୟନ୍ତ୍ରଣ କମିଟି କରାଯାଉଛି । ପରୀକ୍ଷା ଫି' କୁ ଏଥିରେ ବାଦ୍‌ କରାଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ।

ଅଧିକ ପଢ଼ନ୍ତୁ: ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି, କେଜିରୁ ପିଜି ସମସ୍ତଙ୍କୁ ମାଗଣା ଶିକ୍ଷା...୫ ବର୍ଷରେ ଖର୍ଚ୍ଚ ହେବ ୫୪୬୭ କୋଟି


ସୂଚନା ଅନୁସାରେ, 'ଜ୍ଞାନୋଦୟ – ଶିକ୍ଷାରୁ ସମୃଦ୍ଧି" ଯୋଜନା ଅଧୀନରେ ରାଜ୍ୟର ଯୋଗ୍ୟ ସରକାରୀ ଏବଂ ବେସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ କେ.ଜି. ରୁ ପି.ଜି. ପର୍ଯ୍ୟନ୍ତ ଶିକ୍ଷାକୁ ଅଧ‌ିକ ସୁଲଭ ଓ ସରଳ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

ଏହି ଯୋଜନା ଅନୁଯାୟୀ ୨୦୨୬–୨୭ ଶିକ୍ଷାବର୍ଷରୁ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ନବମରୁ ଦ୍ବାଦଶ ଶ୍ରେଣୀ ଏବଂ ରାଜ୍ୟ ସରକାରୀ ବିଶ୍ବବିଦ୍ୟାଳୟ, ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ନିୟମିତ ସ୍ନାତକ (UG) ଓ ସ୍ନାତକୋତ୍ତର (PG) ପାଠ୍ୟକ୍ରମରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କର ନାମଲେଖା ଶୁଳ୍କ ସମ୍ପୂର୍ଣ ଛାଡ଼ କରାଯିବ । କେ.ଜି. ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ପୂର୍ବରୁ ନିଶୁଳ୍କ ଥିବାବେଳେ, ଏହି ନିଷ୍ପତ୍ତି ମାଧ୍ୟମରେ ରାଜ୍ୟରେ କେ.ଜି. ରୁ ପି.ଜି. ପର୍ଯ୍ୟନ୍ତ ନିଶୁଳ୍କ ଶିକ୍ଷାର ଏକ ସଶକ୍ତ ବ୍ୟବସ୍ଥା ସ୍ଥାପନ ହେବ ।




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Odisha Issues SOP for KG-to-PG Free Education | Argus News