Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Jail Controversy / ପ୍ରେସମିଟ୍‌ ବେଳେ ଚିହିଁକି ଉଠିଲେ ଜେଲ ଡିଜି; ମିଡିଆକୁ କଲେ ଟାର୍ଗେଟ, କହିଲେ...

Santosh Kumar Sahoo
Browse all articles by Santosh Kumar Sahoo
·4 months ago·1 min read
ପ୍ରେସମିଟ୍‌ ବେଳେ ଚିହିଁକି ଉଠିଲେ ଜେଲ ଡିଜି; ମିଡିଆକୁ କଲେ ଟାର୍ଗେଟ, କହିଲେ...
Jail DG

Key Points

ପ୍ରେସମିଟ ବେଳେ ଚିହିଁକିଲେ ଜେଲ ଡିଜି
ମିଡିଆକୁ କଲେ ଟାର୍ଗେଟ
କହିଲେ ବିନା ପ୍ରମାଣରେ ଖବର ପ୍ରସାରଣ କରୁଛି ମିଡିଆ
ଜେଲ ଅବ୍ୟବସ୍ଥା ନେଇ ପ୍ରେସମିଟ୍‌ ବେଳେ ମିଡିଆକୁ ଟାର୍ଗେଟ ଜେଲ ଡିଜି ସୁଶାନ୍ତ ନାଥ । କହିଲେ ବିନା ପ୍ରମାଣରେ ଖବର ପ୍ରସାରଣ କରୁଛି ମିଡିଆ । ତେବେ ସାମ୍ବାଦିକ ଜେଲ ଡିଜିଙ୍କ ସମ୍ମୁଖରେ ପ୍ରମାଣ ଦେଖାଇବାକୁ ଜେଲ ଡିଜି ପ୍ରେସମିଟ ବେଳେ ଚିହିଁକି ଉଠିଲେ । ଚୌଦ୍ବାର ଜେଲ୍‌ରୁ କଏଦୀ ଚମ୍ପଟ୍‌ ୫ ମାସ ହେଲା କାହିଁକି ଚଲାଉଛନ୍ତି । ଏହାର କୌଣସି ପବ୍ଲିକ ଇଣ୍ଟରେଷ୍ଟ ନାହିଁ ବୋଲି ମୋର ବ୍ୟକ୍ତିଗତ ମତ ।

ଏହା ସହ କ'ଣ ଖବର ପ୍ରସାରଣ କରାଯିବ ଓ କେଉଁ ଖବର ପ୍ରସାରଣ କରାନଯିବ ସେନେଇ ସମ୍ବାଦିକଙ୍କୁ ପାଠ ପଢ଼ାଇବାକୁ ବି ପଛାଇଲେନି । ଚୌଦ୍ବାର ଜେଲରେ ମହିଳା କଏଦୀଙ୍କୁ ସୁନା ବଦଳରେ ଟଙ୍କା ଫେରାଇବା ଅଭିଯୋଗ ପ୍ରସଙ୍ଗରେ ପ୍ରଶ୍ନ ବେଳେ ଉତକ୍ଷିପ୍ତ ହୋଇଥିଲେ ଜେଲ ଡିଜି ।

ତେବେ ପ୍ରେସମିଟରେ ମଡେଲ୍ ଜେଲ୍‌ ଉପରେ ସେ ଗୁରୁତ୍ଵ ଦେଇଛନ୍ତି । ଜେଲ୍‌ ଭିତରେ ଓ ବାହାରେ AI କ୍ୟାମେରା ଲାଗିବ। ଜେଲ୍‌ ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । ଜେଲ୍‌ରେ କଏଦୀଙ୍କ ପାଇଁ ଯୋଗାଭ୍ୟାସ କରିବାକୁ ବ୍ୟବସ୍ଥା ହେବ । ଜେଲ୍‌ରେ କୌଣସି ଅପ୍ରୀତିକର ସ୍ଥିତି ହେବାକୁ ଦିଆଯିବନି ଓ ଚୌଦ୍ବାର ଜେଲରେ ସୁନା ବଦଳରେ ଟଙ୍କା ଦେବା ଘଟଣାର ତଦନ୍ତ ହେବ ବୋଲି ମଧ୍ୟ ଜେଲ୍‌ ଡିଜି ସୁଶାନ୍ତ ନାଥ କହିଛନ୍ତି ।
ଏଥିସହ ପଢ଼ନ୍ତୁ: ରାସ୍ତାରେ ଖାଦ୍ୟ ବିକିବେ ବୋଲି ୧୨ ଦିନର ଛୁଆକୁ ବିକି ଦେଇଥିଲେ, ଏବେ ଜେଲ୍‌ରେ କଟିବ ୨୦ ବର୍ଷ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Jail DG Targets Media During Press Meet Over Jail Row | Argus News