Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - 'ନିର୍ଦ୍ଧାରିତ ସମୟରେ କାମ ସାର', ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାକୁ ନେଇ ନଗର ଉନ୍ନୟନ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

Odisha

MSBY / 'ନିର୍ଦ୍ଧାରିତ ସମୟରେ କାମ ସାର', ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାକୁ ନେଇ ନଗର ଉନ୍ନୟନ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

Sushanta Sahoo
Browse all articles by Sushanta Sahoo
·4 months ago·2 min read
'ନିର୍ଦ୍ଧାରିତ ସମୟରେ କାମ ସାର', ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାକୁ ନେଇ ନଗର ଉନ୍ନୟନ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ
Odisha Govt Cracks Down on Project Delays

Key Points

ଚଳିତ ଆର୍ଥିକ ବର୍ଷରେ MSBY ପାଇଁ ୧,୨୦୦ କୋଟିର ବ୍ୟବସ୍ଥା କରାଯାଇଥିବାବେଳେ ଏପର୍ଯ୍ୟନ୍ତ ୬,୭୦୦ଟି ପ୍ରକଳ୍ପ ଅନୁମୋଦିତ ହୋଇଛି ଏବଂ ₹୭୯୬ କୋଟି ଅର୍ଥ ମଞ୍ଜୁର କରାଯାଇଛି ।
ଭୁବନେଶ୍ଵର: ରାଜ୍ୟର ସହରାଞ୍ଚଳଗୁଡ଼ିକରେ କାର୍ଯ୍ୟକାରୀ ହେଉଛି ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା (MSBY) । ଚଳିତ ଆର୍ଥିକ ବର୍ଷରେ MSBY ପାଇଁ ୧,୨୦୦ କୋଟିର ବ୍ୟବସ୍ଥା କରାଯାଇଥିବାବେଳେ ଏପର୍ଯ୍ୟନ୍ତ ୬,୭୦୦ଟି ପ୍ରକଳ୍ପ ଅନୁମୋଦିତ ହୋଇଛି ଏବଂ ₹୭୯୬ କୋଟି ଅର୍ଥ ମଞ୍ଜୁର କରାଯାଇଛି ।

ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନ ପ୍ରକଳ୍ପଗୁଡ଼ିକର ଆଜି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣ ଚନ୍ଦ୍ର ମହାପାତ୍ର ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ସମସ୍ତ ପୌରସଂସ୍ଥାକୁ ପ୍ରକଳ୍ପ କାର୍ଯ୍ୟାନ୍ଵୟନ ତ୍ୱରାନ୍ୱିତ ହେବା ସହ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାମ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ: ପିଛା କଲା, ପୁଣି ଭିଡ଼ ଭିତରେ ମୁଣ୍ଡକୁ ସିଧା ଗୁଳି କରିଦେଲା ଇଞ୍ଜିନିୟର୍ ସ୍ଵାମୀ

ପ୍ରକଳ୍ପ ବିଳମ୍ବ ପ୍ରତି ଶୂନ୍ୟ ସହିଷ୍ଣୁତା ରହିବ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ । ସେହିପରି ପ୍ରକଳ୍ପର ଗୁଣବତ୍ତାରେ କୌଣସି ପ୍ରକାର ସାଲିସ୍ ଗ୍ରହଣୀୟ ନୁହଁ ବୋଲି ମନ୍ତ୍ରୀ ଜୋର୍ ଦେଇ କହିଛନ୍ତି । କାରଣ ଏହି ଯୋଜନା ସହରବାସୀଙ୍କ ଆକାଂକ୍ଷା ପୂରଣ ଓ ସହରୀ ଢାଞ୍ଚାର ରୂପାନ୍ତର ପାଇଁ ଉଦ୍ଦିଷ୍ଟ ।

ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, "ପୌରସଂସ୍ଥା ମାନଙ୍କ ଦ୍ୱାରା ପ୍ରସ୍ତାବିତ ସମସ୍ତ ପ୍ରକଳ୍ପକୁ ସରକାରଙ୍କ ଅନୁମୋଦନ ସହ ଆବଶ୍ୟକ ଅର୍ଥ ସହାୟତା ମିଳିଛି ।" ତେଣୁ ଅନୁମୋଦନ ପର୍ଯ୍ୟାୟରୁ ସିଧାସଳଖ ତଳସ୍ତରରେ କାର୍ଯ୍ୟ ଆରମ୍ଭ କରିବାକୁ ସେ ପୌର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଛନ୍ତି ।

MSBY ଅଧୀନରେ ମାନକ, ଡିଜାଇନ, ପ୍ରାଯୁକ୍ତିକ ମାନଦଣ୍ଡ ଓ ଉନ୍ନତ ନିର୍ମାଣ ଗୁଣବତ୍ତା ପାଳନ ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି । ବୈଠକରେ ପ୍ରମୁଖ ସଚିବ ଉଷା ପାଢ଼ୀ ଅଗ୍ରିମ ପରିକଳ୍ପନା, ଟିମ୍‌ୱର୍କ ଓ ବିଭାଗୀୟ ସମନ୍ୱୟ ଉପରେ ଜୋର ଦେଇ କହିଛନ୍ତି ଯେ, ଏହା ମାଧ୍ୟମରେ ସହରାଞ୍ଚଳ ଦୃଶ୍ୟମାନ ଉନ୍ନତି ସମ୍ଭବ ହେବ। ସେ ପୌର ସଂସ୍ଥାମାନଙ୍କୁ ଚଳିତ ଆର୍ଥିକ ବର୍ଷ ମଧ୍ୟରେ ମଞ୍ଜୁରିପ୍ରାପ୍ତ ଅର୍ଥର ସମ୍ପୂର୍ଣ୍ଣ ସଦୁପଯୋଗ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ: ପକ୍ଷାଘାତକୁ ମାତ୍ ଦେଇ ଗଢ଼ୁଛନ୍ତି ଜଙ୍ଗଲ, ସଜାଡ଼ୁଛନ୍ତି ଭବିଷ୍ୟତ

ରାଜ୍ୟ ସରକାର ସୁଚିନ୍ତିତ, ସମୟବଦ୍ଧ ଓ ଗୁଣବତ୍ତା ଭିତ୍ତିକ ସହରୀ ବିକାଶ ପ୍ରତି ନିଜ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି ଏବଂ MSBY ଅଧୀନ ପ୍ରକଳ୍ପଗୁଡ଼ିକ ରାଜ୍ୟର ସମସ୍ତ ସହରବାସୀଙ୍କୁ ସ୍ପଷ୍ଟ ଓ ସ୍ଥାୟୀ ଲାଭ ପ୍ରଦାନ କରିବ ବୋଲି ଆଶା ପ୍ରକାଶ କରିଛନ୍ତି ।

ଖାରବେଳ ଭବନରେ ଅନୁଷ୍ଠିତ ବୈଠକରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ, ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ରାଜ୍ୟର ସମସ୍ତ ପୌର ସଂସ୍ଥା ଭିଡିଓ କନଫରେନ୍ସିଂ ମାଧ୍ୟମରେ ସଭାରେ ଅଂଶଗ୍ରହଣ କରିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Finish Projects on Time: Odisha Minister Warns | Argus News | Argus News