LAccMI Bus Scheme / ଲକ୍ଷ୍ମୀ ବସ୍ ଓ ଆମ ବସ୍ଷ୍ଟାଣ୍ଡ ଯୋଜନାର ଖୋଳତାଡ଼ କରିବେ ସରକାର, ଟଙ୍କା ବ୍ୟୟକୁ ନେଇ ହେବ ତଦନ୍ତ
·1 hour ago·2 min read

Key Points
ଲକ୍ଷ୍ମୀ ବସ୍ ଓ ଆମ ବସ୍ଷ୍ଟାଣ୍ଡ ଯୋଜନାର ଖୋଳତାଡ଼ କରିବେ ସରକାର
ଯୋଜନାରେ ଟଙ୍କା ବ୍ୟୟକୁ ନେଇ ହେବ ତଦନ୍ତ
ୟୁସି ଦାଖଲ, ପରାମର୍ଶଦାତା ନିଯୁକ୍ତି, ମାଗଣା ଯାତ୍ରା ବାବଦରେ ମଗାଗଲା ତଥ୍ୟ

'ଲକ୍ଷ୍ମୀ ବସ୍' ଯୋଜନାର ଖୋଳତାଡ଼ କରିବେ ସରକାର । ଲକ୍ଷ୍ମୀ ବସ୍' ଓ 'ଆମ ବସଷ୍ଟାଣ୍ଡ' ଯୋଜନାକୁ ନେଇ ବିବାଦ । ଏହି ଯୋଜନାରେ ଅର୍ଥ ବ୍ୟୟ ଏବଂ ପ୍ରଶାସନିକ ପରିଚାଳନାକୁ ନେଇ ଓଡ଼ିଶାର ଆକାଉଣ୍ଟାଣ୍ଟ ଜେନେରାଲ୍ ଗୁରୁତର ପ୍ରଶ୍ନ ଉଠାଇଛନ୍ତି । ବାଣିଜ୍ୟ ଓ ପରିବହନ ବିଭାଗକୁ ଏକାଧିକ ଅଡିଟ୍ ଆପତ୍ତି ପତ୍ର ପଠାଯାଇ ସ୍ପଷ୍ଟୀକରଣ ମଗାଯିବା ପରେ, ବର୍ତ୍ତମାନ ବିଭାଗ ପକ୍ଷରୁ ସରକାରୀ ସ୍ତରରେ ଖୋଳତାଡ଼ ଆରମ୍ଭ ହୋଇଛି ।
ଅଧିକ ପଢ଼ନ୍ତୁ: ଆକ୍ସନ ମୋଡରେ ପୋଲିସ, ପୁରୀରେ ଦୁର୍ଦ୍ଦାନ୍ତ ଅପରାଧୀ ଚନ୍ଦନକୁ ଏନକାଉଣ୍ଟର
ଏହି ଯୋଜନା ପାଇଁ ଆସିଥିବା କୋଟି କୋଟି ଟଙ୍କା କାହିଁକି ପଡ଼ି ରହିଲା ? ଖର୍ଚ୍ଚ ହୋଇଥିବା ଅର୍ଥର ସଠିକ୍ ହିସାବ ଓ UC ଦାଖଲ ପ୍ରକ୍ରିୟା । ଯୋଜନା ପାଇଁ କେଉଁ ଆଧାରରେ ପରାମର୍ଶଦାତା ନିଯୁକ୍ତ କରାଯାଇଥିଲା ? ଏହି ବ୍ୟବସ୍ଥାର ଆର୍ଥିକ ଓ ପ୍ରଶାସନିକ ପରିଚାଳନା କେମିତି ହେଉଥିଲା ଭଳି ବିଷୟଗୁଡ଼ିକ ଉପରେ ବିଭାଗଠାରୁ ଜବାବ ମାଗିଛନ୍ତି । ଅଡିଟ୍ ପକ୍ଷରୁ ଉଠାଯାଇଥିବା ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ୨୦୨୩-୨୪ ଠାରୁ ୨୦୨୫- ୨୬ ମଧ୍ୟରେ ଲକ୍ଷ୍ମୀ ବସ୍ ଯୋଜନା ପାଇଁ ମୋଟ ୨ ହଜାର ୮୦୬ କୋଟି ଟଙ୍କାର ଅନୁଦାନ ଦିଆଯାଇଥିଲା ।
ସେହିପରି ୨୦୨୩-୨୪ରେ ୧୫୩.୫୬ କୋଟି, ୨୦୨୪-୨୫ରେ ୩୬୯.୧୮ କୋଟି ଓ ୨୦୨୫-୨୬ରେ ୪୭୮.୩୬ କୋଟି ଟଙ୍କା ଅବ୍ୟବହୃତ ରହିଥିଲା । କିନ୍ତୁ ଏହାର ଏକ ବଡ଼ ଅଂଶ ବର୍ଷ ଶେଷ ପର୍ଯ୍ୟନ୍ତ ବ୍ୟୟ ନ ହୋଇ ଅବ୍ୟବହୃତ ଭାବେ ପଡ଼ି ରହିଥିଲା । ପୂର୍ବରୁ ପ୍ରଦାନ କରାଯାଇଥିବା ଅର୍ଥ ସମ୍ପୂର୍ଣ୍ଣ ବ୍ୟବହାର ନ ହୋଇ ପଡ଼ି ରହିଥିବା ସତ୍ତ୍ୱେ, ପୁଣି କେଉଁ ଆଧାରରେ ଏବଂ କାହିଁକି ପରବର୍ତ୍ତୀ ସମୟରେ ଅଧିକ ଅର୍ଥ ପ୍ରଦାନ କରାଯାଉଥିଲା ସେନେଇ ବିଭାଗରୁ ସ୍ପଷ୍ଟୀକରଣ ମଗାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories