Videos
|
Odisha

Odisha News / ଜମି ପଞ୍ଜିକରଣରେ ଜାଲିଆତି; ଉପ-ନିବନ୍ଧକଙ୍କ କାର୍ଯ୍ୟାଳୟର DEO ଗିରଫ, ୨ ନିଲମ୍ବିତ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଜମି ପଞ୍ଜିକରଣରେ ଜାଲିଆତି; ଉପ-ନିବନ୍ଧକଙ୍କ କାର୍ଯ୍ୟାଳୟର DEO ଗିରଫ, ୨ ନିଲମ୍ବିତ
DEO Arrested, Two Staff Suspended

Key Points

ଜମି ପଞ୍ଜିକରଣରେ ଜାଲିଆତି ଅଭିଯୋଗ । ଡାଟା ଏଣ୍ଟ୍ରି ଅପରେଟର କାର୍ଯ୍ୟରୁ ବହିଷ୍କାର, କନିଷ୍ଠ ରାଜସ୍ୱ ସହାୟକ ଏବଂ ବରିଷ୍ଠ ରାଜସ୍ୱ ସହାୟକ ନିଲମ୍ବିତ ।
ଭୁବନେଶ୍ଵର: ଦୁର୍ନୀତି କଲେ ନିସ୍ତାର ନାହିଁ । ରାଜସ୍ଵ ବିଭାଗରେ ଦୁର୍ନୀତିଗ୍ରସ୍ତ କର୍ମଚାରୀ ଓ ଅଧିକାରୀଙ୍କ ଉପରେ ତ୍ଵରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ବାଲେଶ୍ଵର ଜିଲ୍ଲା ବାଲିଆପାଳ ସବରେଜିଷ୍ଟ୍ରାର ମନୀଷା ମିଶ୍ର ଲାଞ୍ଚ ନେଇ ଚାକିରିରୁ ବିଦା ହେବା ପରେ ଏବେ ଜଣେ ଡିଇଓଙ୍କୁ ବହିଷ୍କାର କରାଯିବା ସହ ୨ ଜଣଙ୍କୁ ନିଲମ୍ବିତ କରାଯାଇଛି ।

ଭୁବନେଶ୍ୱରସ୍ଥିତ ଖୋର୍ଦ୍ଧା ଜିଲ୍ଲା ଉପ-ନିବନ୍ଧକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ପ୍ରୟାଗ ଗୌଡ଼ଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି । ଉକ୍ତ କାର୍ଯ୍ୟାଳୟରେ ଜମି ପଞ୍ଜିକରଣରେ ଜାଲିଆତି ଅଭିଯୋଗରେ ପ୍ରୟାଗଙ୍ଗୁ ଗିରଫ କରିଛି ବଡ଼ଗଡ଼ ଥାନା ପୋଲିସ ।

ଏଥିସହ ପଢ଼ନ୍ତୁ: ମହଙ୍ଗା ପଡ଼ିଲା ୭ ହଜାର ଲାଞ୍ଚ; ଚାକିରିରୁ ବିଦା ହେଲେ ORS ମନୀଷା ମିଶ୍ର 

ପ୍ରୟାଗ ଖୋର୍ଦ୍ଧା ଜିଲ୍ଲା ଉପ-ନିବନ୍ଧକଙ୍କ କାର୍ଯ୍ୟାଳୟରେ ଏକ ଠିକା ସଂସ୍ଥା ଦ୍ୱାରା ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିଲେ । ଉକ୍ତ ସଂସ୍ଥା ପ୍ରୟାଗଙ୍କୁ ବହିଷ୍କୃତ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ପରାମର୍ଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ନିବନ୍ଧକ ନିର୍ଦ୍ଦେଶ ଦେଇଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ଏହି ଜାଲିଆତି ମାମଲାରେ ସମ୍ପୃକ୍ତ କନିଷ୍ଠ ରାଜସ୍ୱ ସହାୟକ ଅମୀୟ ରଞ୍ଜନ କର ଏବଂ ବରିଷ୍ଠ ରାଜସ୍ୱ ସହାୟକ ଉମେଶ ଚନ୍ଦ୍ର ପଟ୍ଟନାୟକଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବନ ଅବଧିରେ ଉଭୟ ଖୋର୍ଦ୍ଧା ଡେପୁଟି କଲେକ୍ଟର (ରାଜସ୍ୱ)ଙ୍କ କାର୍ଯ୍ୟାଳୟରେ ରହିବେ ଏବଂ ବିନା ଅନୁମତିରେ ମହକୁମା ଛାଡ଼ି ପାରିବେ ନାହିଁ ।

ପ୍ରୋବେସନ୍ ପିରିୟଡ୍‌ରୁ ବିଦା

ବାଲେଶ୍ଵର ଜିଲ୍ଲା ବାଲିଆପାଳ ସବରେଜିଷ୍ଟ୍ରାର ମନୀଷା ମିଶ୍ର ନଭେମ୍ବର ୬ ତାରିଖରେ ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମନୀଷା ମିଶ୍ର ଧରାପଡ଼ିଥିଲେ । ୭ ତାରିଖରେ ବାଲେଶ୍ଵର ଭିଜିଲାନ୍ସ ତାଙ୍କୁ ଗିରଫ କରିବା ପରେ କୋର୍ଟ ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ ।

ଏଥିସହ ପଢ଼ନ୍ତୁ: ମିଥ୍ୟା ବିଲ୍‌ରେ ସରକାରୀ ତହବିଲରୁ ଠକିଥିଲେ ୩ କୋଟି; ବନ୍ଧାହେଲା ବରିଷ୍ଠ ରାଜସ୍ଵ ସହାୟକ

ଜମି ପଞ୍ଜିକରଣ ପାଇଁ ମାଗିଥିଲେ ଟଙ୍କା

ଜମି ପଞ୍ଜିକରଣ ଲାଗି କ୍ରେତାଙ୍କ ଠାରୁ ସବରେଜିଷ୍ଟ୍ରାର ମନୀଷା ମିଶ୍ର ଲାଞ୍ଚ ନେଉଥିଲେ । ୦.୧୪ ଡିସିମିଲ୍ ଜମି ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସେ ଧରାପଡ଼ିଥିଲେ । ମନୀଷା ମିଶ୍ର ୨୦୨୪ରେ ରାଜସ୍ଵ ବିଭାଗରେ ଯୋଗ ଦେଇ ବାଲିଆପାଳ ସବରେଜିଷ୍ଟ୍ରାର ଭାବେ ପ୍ରୋବେସନ ପିରିୟଡ଼୍‌ରେ ଥିଲେ । ତାଙ୍କୁ ନଭେମ୍ବର ୧୦ ତାରିଖରେ ଚାକିରିରୁ ବିଦା କରାଯାଇଛି ।