Crime In Odisha / କାହିଁକି ସୀମା ପାର୍ ହେଉଛି କ୍ରୋଧ ? କଥା କଥାରେ ହେଉଛି ରକ୍ତପାତ
·1 hour ago·2 min read

Key Points
ମୟୂରଭଞ୍ଜରୁ ବାଲେଶ୍ୱର, ପୁରୀରୁ କୋଣାର୍କ
ସବୁଠି ଅପରାଧର କରାଳ ରୂପ
ମେରାଇନ୍ ଡ୍ରାଇଭ୍ରେ ପର୍ଯ୍ୟଟକ ଅସୁରକ୍ଷିତ !
ଭୋଜିରେ ମାଂସକୁ ନେଇ ହେଲା ରକ୍ତପାତ
ସବୁଠି ଅପରାଧର କରାଳ ରୂପ
ମେରାଇନ୍ ଡ୍ରାଇଭ୍ରେ ପର୍ଯ୍ୟଟକ ଅସୁରକ୍ଷିତ !
ଭୋଜିରେ ମାଂସକୁ ନେଇ ହେଲା ରକ୍ତପାତ
ଭୁବନେଶ୍ଵର: ଓଡ଼ିଶାରେ ଆଇନ୍ ଶୃଙ୍ଖଳା ପରିସ୍ଥିତି କୁଆଡ଼େ ଯାଉଛି ? କେଉଁଠି ମେରାଇନ୍ ଡ୍ରାଇଭ୍ରେ ପର୍ଯ୍ୟଟକ ଅସୁରକ୍ଷିତ ତ କେଉଁଠି ଭୋଜିରେ ମାଂସକୁ ନେଇ ରକ୍ତପାତ ! କେଉଁଠି ସାମାନ୍ୟ ମୋବାଇଲ୍ ପାଇଁ ବାପା-ଭାଇଙ୍କୁ କଟୁରୀରେ ହାଣୁଛି ଜନ୍ମକଲା ପୁଅ, ତ ପୁଣି କେଉଁଠି ନାବାଳିକା ସୁରକ୍ଷିତ ନାହିଁ କି ବିବାହିତ ମହିଳା ସୁରକ୍ଷିତ ନାହାନ୍ତି । ମୟୂରଭଞ୍ଜରୁ ବାଲେଶ୍ୱର, କୋଣାର୍କ ମେରାଇନ୍ ଡ୍ରାଇଭ୍ ଯାଏ...ସବୁଠି ଅପରାଧର କରାଳ ରୂପ ।
ବର୍ବର...ଅମାନୁଷିକ...ଅମାନବୀୟ... କିଛି ଦୁର୍ବୃତ୍ତ ଜଣେ ଯୁବକଙ୍କୁ ତଳେ ପକାଇ ପଶୁ ଭଳି ପିଟୁଛନ୍ତି । ଲୁହା ରଡ୍ ଆଉ ଠେଙ୍ଗାରେ ଚାଲିଛି ଆକ୍ରମଣ । ଯାହା ପୁଣି ଥରେ ବାଲିଅନ୍ତା ସୌମ୍ୟଙ୍କ ସେହି କାଳରାତ୍ରୀର ଘଟଣାକୁ ମନେ ପକାଇ ଦେଉଛି । ଘଟଣା ଘଟିଛି ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ରେ ।
ଏଥିସହ ପଢ଼ନ୍ତୁ: ହୋଟେଲ୍ରେ ଗୋଷ୍ଠୀ ସଂଘର୍ଷ, ନାଚକୁ ନେଇ ପିଟାପିଟି ହେଲେ ଦୁଇ ଗୋଷ୍ଠୀ
କୋଣାର୍କ ଇକୋ-ରିଟ୍ରିଟ୍ ପାଖରେ ବରଯାତ୍ରୀରୁ ଫେରୁଥିବା ବେଳେ ଧନିତ୍ରୀ ଗାଁର ଦୁଇ ଭାଇ କମଳ ଲୋଚନ ଓ ରଶ୍ମିରଞ୍ଜନ ବେହୁରାଙ୍କୁ ଅଟକାଇ ଗାଳିଗୁଳଜ କରିବା ସହ ଏଭଳି ମରଣାନ୍ତକ ଆକ୍ରମଣ କରିଛନ୍ତି ଅସାମାଜିକ ଯୁବକ । ପାଖରେ ମେରାଇନ୍ ଥାନା, କିଛି ଦୂରରେ ରାମଚଣ୍ଡୀ ଓ କୋଣାର୍କ ଥାନା ଥାଇ ବି ପୋଲିସର ପାଟ୍ରୋଲିଂ ନଥିବାରୁ ଏବେ ଏହି ରାସ୍ତା ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି । କୋଣାର୍କ ପୋଲିସ ତଦନ୍ତ କରୁଥିଲେ ବି ଅଭିଯୁକ୍ତ ଫେରାର୍ ଅଛନ୍ତି ।
ସାମାନ୍ୟ ଖାଇବା ଜିନିଷକୁ ନେଇ କେମିତି କ୍ରୋଧର ସୀମା ପାର ହୋଇ ଯାଉଛି । ତାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ବର ରେମୁଣାରେ । ଛେଳି ମାଂସ ବଦଳରେ କୁକୁଡ଼ା ମାଂସ ପରଷିବାରୁ କ୍ୟାଟରିଂ କାମ କରୁଥିବା ଯୁବକଙ୍କ ବେକ କାଟିଦେଲେ ୪ ଜଣ ନାବାଳକ । ରେମୁଣା ଥାନା ଅଠାନ୍ତର ଗାଁରେ ଗତ ୨୪ ତାରିଖ ରାତି ପ୍ରାୟ ୧୦ଟାରେ ଘଟିଥିଲା ଏହି ଅଭାବନୀୟ ଘଟଣା ।
ସେପଟେ ଉଦଳା ଖୁଣ୍ଟା ଥାନା ଶିରାଥଳି ଗାଁରେ ସମ୍ପର୍କରେ ଲାଗିଛି ରକ୍ତର ଛିଟା । ସାମାନ୍ୟ ଏକ ମୋବାଇଲ୍ ଫୋନ୍ ପାଇଁ ନିଜ ଜନ୍ମ କଲା ବାପା ଆଉ ସାନଭାଇକୁ କଟୁରୀରେ ହାଣି ପକାଇଛି ବଡ଼ଭାଇ । ସଦାନନ୍ଦ ବାରିକଙ୍କ ସାନପୁଅ ସୁଶାନ୍ତ ରାସ୍ତାରୁ ଏକ ମୋବାଇଲ୍ ପାଇଥିଲେ । ଯାହାକୁ ସେ ଗତକାଲି ତାର ପ୍ରକୃତ ମାଲିକକୁ ଫେରାଇ ଦେଇଥିଲେ । ହେଲେ ବିଳମ୍ବିତ ରାତିରେ ବଡ଼ପୁଅ ହେମନ୍ତ ବାରିକ ଘରକୁ ଆସି 'ମୋବାଇଲ୍ କାହିଁକି ଫେରାଇଲୁ' ବୋଲି କହି ପ୍ରଥମେ ବାପା ସଦାନନ୍ଦଙ୍କ ଗୋଡ଼କୁ କଟୁରୀରେ ହାଣି ଦେଇଥିଲା ଓ ପରେ ସାନଭାଇ ସୁଶାନ୍ତଙ୍କ ମୁଣ୍ଡକୁ ମଧ୍ୟ ହାଣିଥିଲା ।
ଏଥିସହ ପଢ଼ନ୍ତୁ: ଘରେ ନଥିଲେ ସ୍ଵାମୀ; ଫେରିଲା ବେଳକୁ ମିଳିଲା ପତ୍ନୀ ଓ ଝିଅର ମୃତଦେହ
ମୟୂରଭଞ୍ଜ ବେତନଟୀ ଥାନା ଅଞ୍ଚଳରେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ହୋଇଛି । ବାରିପଦା ସହରର ଏକ ଲଜ୍ ରୁମ୍କୁ ପୋଲିସ ସିଲ୍ କରିବା ସହ ସିସିଟିଭି ଫୁଟେଜ୍ ଜବତ କରିଛି । ସିସିଟିଭିରେ ସ୍ପଷ୍ଟ ଦେଖାଯାଉଛି ଯେ, ମହିଳା ଜଣକ ନିଜ ପୁରୁଷ ବନ୍ଧୁଙ୍କ ସହ ଚାଲି ଚାଲି ସୁସ୍ଥ ଅବସ୍ଥାରେ ଲଜ୍ ଭିତରକୁ ଯାଉଛନ୍ତି, ହେଲେ ଫେରିବା ବେଳେ ତାଙ୍କୁ ଅଚେତ ବା ମୃତ ଅବସ୍ଥାରେ ବୋହି କି ଅଣାଯାଉଛି । କପଡ଼ା କିଣିବାକୁ ଆସି ଝଗଡ଼ା ହେବାରୁ ମୁଖ୍ୟ ଅଭିଯୁକ୍ତ ଆକ୍ରମଣ କରିଥିଲା ଏବଂ ହସପିଟାଲ ନେବା ବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories