Lightning Tragedy / ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ; ମାଆଙ୍କୁ ଆଣିବାକୁ ଛତା ନେଇଯିବା ବେଳେ ଟଳି ପଡ଼ିଲା ପୁଅ
·1 hour ago·2 min read

Key Points
ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ମାଆଙ୍କୁ ଆଣିବା ପାଇଁ ୧୦ ବର୍ଷର ପୁଅ ଛତା ନେଇ ଗୁହାଳ ଘର ଆଡ଼କୁ ଯାଉଥିଲା । ସେହି ସମୟରେ ବଜ୍ରପାତ ହେବାରୁ ସେଠାରେ ଟଳି ପଡ଼ିଛି ନାବାଳକ ।
ଭଦ୍ରକ/ବାରିପଦା: ବର୍ଷା ପଡ଼ୁଥିଲା, ଗୁହାଳ ଘରେ ମାଆ ଗାଈଗୋରୁଙ୍କୁ ବାନ୍ଧୁଥିଲା । ଗୁହାଳ ଘରୁ ମାଆକୁ ଆଣିବାକୁ ୧୦ ବର୍ଷର ପୁଅ ଛତା ନେଇ ଯାଉଥିଲା । ହେଲେ ସେହି ସମୟରେ ଆକାଶରୁ ହଠାତ୍ ଖସିଲା ବଜ୍ର । ଦେଖୁ ଦେଖୁ ମାଆ ଆଗରେ ଚାଲିଗଲା ପୁଅର ଜୀବନ ।
ମାଆ ଆଗରେ ପୁଅ...
ଏଭଳି ଅଘଟଣ ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବନ୍ଧଗାଁ ପଞ୍ଚାୟତ ସାମଲ ସାହିରେ । ରବିବାର ଅପରାହ୍ଣରେ କାଳବୈଶାଖୀ ବର୍ଷା ହୋଇଥିଲେ । ସେହି ସମୟରେ ଗାଁର ସୁବାସ ସାହୁଙ୍କ ପତ୍ନୀ ଗୁହାଳ ଘରୁ ଫେରି ପାରି ନଥିଲେ ।
ଏଥିସହ ପଢ଼ନ୍ତୁ: ୩ରୁ ୪ ଦିନରେ ମୌସୁମୀ ଓଡ଼ିଶା ଛୁଇଁବାକୁ ପାଗ ଅନୁକୂଳ; ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
ଫଳରେ ମାଆ ପୁଷ୍ପଲତାଙ୍କୁ ଆଣିବା ପାଇଁ ୧୦ ବର୍ଷର ପୁଅ ଛତା ନେଇ ଗୁହାଳ ଘର ଆଡ଼କୁ ଯାଉଥିଲା । ସେହି ସମୟରେ ବଜ୍ରପାତ ହେବାରୁ ସେଠାରେ ଟଳି ପଡ଼ିଥିଲା ନାବାଳକ । ସଙ୍ଗେ ସଙ୍ଗେ ପରିବାର ଲୋକ ନାବାଳକଙ୍କୁ ଭଦ୍ରକ ଜିଲ୍ଲା ହସ୍ପିଟାଲ୍ ନେଇଥିଲେ । ଡାକ୍ତର ମୃତ ଘୋଷଣା କରିଛନ୍ତି ।
ଜଣେ ମୃତ, ୨ ଆହତ
ସେପଟେ ମୟୂରଭଞ୍ଜ ଜିଲ୍ଲା ସାରସକଣାରେ ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ସାରସକଣା ବ୍ଳକ ଅଞ୍ଚଳରେ କାଳବୈଶାଖୀ ଜନିତ ବର୍ଷା ସହ ବଜ୍ରପାତ ହୋଇଛି । ବଜ୍ରପାତରେ ଶଙ୍ଖାଭଙ୍ଗା ଗାଁର କସ୍ତୁରୀମଣି ସିଂ ଆଖି ବୁଜିଛନ୍ତି ।
ଏଥିସହ ପଢ଼ନ୍ତୁ: ରେଳବାଇ ଏଡିଜିଙ୍କୁ ରିପୋର୍ଟ ମାଗିଲା କ୍ରାଇମବ୍ରାଞ୍ଚ; ମୃତ ସୌମ୍ୟଙ୍କୁ ଘରୋଇ କାମରେ ନିୟୋଜନ କରିଥିଲ ବରିଷ୍ଠ IPS !
ଦରଖୁଳି ଗାଁର ଗୁରୁବାରୀ ମାହାଲି ଓ ସନିଆ ମାହାଲି ଆହତ ହୋଇଛନ୍ତି । ଅପରାହ୍ଣରେ ଘରେ ଥିବା ସମୟରେ ବଜ୍ରପାତ ହୋଇଥିଲା । ୩ ଜଣ ଯାକ ଗୁରୁତର ହୋଇ ପଡ଼ିଥିଲେ । ସେମାନଙ୍କୁ ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିଆଯାଇଥିବା ବେଳେ ଡାକ୍ତର କସ୍ତୁରୀମଣିଙ୍କୁ ମୃତ ଘୋଷଣା କରିଛନ୍ତି ।
ଯୁବ ଚାଷୀଙ୍କ ମୃତ୍ୟୁ
ସେପଟେ ଯାଜପୁର ଜିଲ୍ଲା ଧର୍ମଶାଳରେ ବଜ୍ରପାତରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ଧର୍ମଶାଳା ବ୍ଲକ ପାଟପୁର ପଞ୍ଚାୟତ ଗୁଣ୍ଡିଲୋ ଗାଁରେ ଆଖି ବୁଜିଛନ୍ତି ଚାଷୀ । ବିଲକୁ ଟ୍ରାକ୍ଟର ନେଇ ହଳ କରିବାକୁ ଯାଇଥିବା ସମୟରେ ବଜ୍ରପାତ ହୋଇଥିଲା । ଏଥିରେ ଯୁବ ଚାଷୀ ସଂଗ୍ରାମ ନାୟକଙ୍କ ମୃତ୍ୟୁ ହୋଇଛି ।
ଏଭଳି ଭାବେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଭଦ୍ରକରେ ୧୦ ବର୍ଷର ବାଳକ, ମୟୂରଭଞ୍ଜ ସାରସକଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଯାଜପୁର ଧର୍ମଶାଳାରେ ଯୁବ ଚାଷୀଙ୍କ ଜୀବନ ନେଇଛି ବଜ୍ରାଘାତ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories