Soumya Death Mystery / ରେଳବାଇ ଏଡିଜିଙ୍କୁ ରିପୋର୍ଟ ମାଗିଲା କ୍ରାଇମବ୍ରାଞ୍ଚ; ମୃତ ସୌମ୍ୟଙ୍କୁ ଘରୋଇ କାମରେ ନିୟୋଜନ କରିଥିଲ ବରିଷ୍ଠ IPS !
·1 hour ago·2 min read

Key Points
କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ସନ୍ଦେହ
କାହିଁକି ବର୍ତ୍ତମାନ ସୁଦ୍ଧା ଲାଗିଲା ନାହିଁ ଭିଡ଼ ହତ୍ୟା ଦଫା ?
କାହିଁକି ପୋଲିସ ବିରୋଧରେ ହୋଇନାହିଁ ଫୌଜଦାରୀ ମାମଲା ?

ଭୁବନେଶ୍ଵର: କନଷ୍ଟେବଳ ସୌମ୍ୟଙ୍କ ମୃତ୍ୟୁକୁ ନେଇ କ୍ରାଇମବ୍ରାଞ୍ଚ୍ର ତନାଘନା ଜାରି ରହିଥିବା ବେଳେ ଏବେ ହୋଇଛି ସବୁଠାରୁ ବଡ଼ ଖୁଲାସା । ମୃତ ସୌମ୍ୟଙ୍କୁ ଘରୋଇ କାମରେ ଖଟାଉଥିଲେ କି ବରିଷ୍ଠ ଆଇପିଏସ୍ ଅଧିକାରୀ ? ଗୋଡ଼ ହାତ ମାଲିସ କରିବାକୁ ବାଧ୍ୟ କରୁଥିଲେ କି ?
ଏଭଳି ସାଂଘାତିକ ଅଭିଯୋଗ ଭିତରେ ଏବେ ଅଡୁଆରେ ଫସିପାରନ୍ତି ଏଡିଜି ଦୟାଲ ଗଙ୍ଗୱାର । ଏନଏଚଆରସିରେ ଅଭିଯୋଗ ଆଧାରରେ ରେଳବାଇ ଓ ଉପକୂଳ ସୁରକ୍ଷା ଏଡିଜିଙ୍କୁ ତଦନ୍ତ କରି ରିପୋର୍ଟ ମାଗିଛି ସିଆଇଡି-କ୍ରାଇମବ୍ରାଞ୍ଚ ।
ଏଥିସହ ପଢ଼ନ୍ତୁ: ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ନୂଆ ମୋଡ଼,NHRCରେ ଦାଖଲ ଅଭିଯୋଗ ଆଧାରରେ ତଦନ୍ତ ନିର୍ଦ୍ଦେଶ
ସେପଟେ ଆଜି କ୍ରାଇମବ୍ରାଞ୍ଚ ଟିମ୍ ଅଡ଼ଶପୁରରେ ପହଞ୍ଚି ସୌମ୍ୟଙ୍କ ମା'ଙ୍କୁ ପଚରାଉଚୁରା କରିବା ସହ ସୌମ୍ୟଙ୍କ ଜିମ୍ ଓ ଡାଏରୀ ଜବତ କରି ତଦନ୍ତ ପ୍ରକ୍ରିୟା ଜୋରଦାର କରିଛି ।
ସୌମ୍ୟ ହତ୍ୟା ଓ ତାଙ୍କୁ ଜଣେ ବରିଷ୍ଠ ଆଇପିଏସ୍ ନିର୍ଯାତନା ଦେଉଥିବା ଅଭିଯୋଗରେ ନୂଆ ମୋଡ଼ । ଏନଏଚଆରସିରେ ଦାଖଲ ଅଭିଯୋଗ ଆଧାରରେ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ସିଆଇଡି-କ୍ରାଇମବ୍ରାଞ୍ଚ ପକ୍ଷରୁ ଚିଠି ଜାରି ହୋଇଛି ।
ଏନଏଚଆରସିରେ ଦାଖଲ ହୋଇଥିବା ଅଭିଯୋଗରେ ମୃତ କନଷ୍ଟେବଳ ସୌମ୍ୟଙ୍କୁ ବରିଷ୍ଠ ଆଇପିଏସ ଅଧିକାରୀ ଘରୋଇ କାମରେ ଅବୈଧ ଭାବେ ନିୟୋଜିତ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗର ସତ୍ୟତା ଯାଞ୍ଚ ପାଇଁ ରେଲୱେ ଓ କୋଷ୍ଟାଲ ସିକ୍ୟୁରିଟି ଏଡିଜିଙ୍କୁ ତଦନ୍ତ କରି ମେ ୩୧ ସୁଦ୍ଧା ରିପୋର୍ଟ ଦେବାକୁ କୁହାଯାଇଥିଲା ।
ତେବେ ତଦନ୍ତ ହୋଇ ରିପୋର୍ଟ ଆସିଛି ନା ନାହିଁ ତାହା ଏବେ ବି ଅସ୍ପଷ୍ଚ । ପୂର୍ବରୁ ସୌମ୍ୟଙ୍କ ପରିବାର ଅଭିଯୋଗ କରିଥିଲେ ଏଡିଜି ସୌମ୍ୟଙ୍କୁ ତାଙ୍କ ଘରେ ଖଟାଉଥିଲେ । ଯାହାକୁ ନେଇ ବିବାଦ ଘେରକୁ ଆସିଥିଲେ ଏଡିଜି ଦୟାଲ ଗଙ୍ଗୱାର ।
ସେପଟେ ସୌମ୍ୟ ହତ୍ୟା ମାମଲାରେ କ୍ରାଇମବବ୍ରାଞ୍ଚ ତନାଘନା ଜରି ରଖିଛି । ରବିବାର କ୍ରାଇମବ୍ରାଞ୍ଚ ଟିମ୍ ଅଡଶପୁରରେ ପହଞ୍ଚି ସୌମ୍ୟଙ୍କ ମାଙ୍କୁ ପଚରାଉଚରା କରିଛି । ସୌମ୍ୟଙ୍କ ଡାଏରୀକୁ ନେଇଛି ଟିମ୍ । ସୌମ୍ୟଙ୍କ ଅଡଶପୁର ଜିମ୍କୁ ଯାଇ ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ ।
ଏଥିସହ ପଢ଼ନ୍ତୁ: କଥା କଥାରେ ବୁଲୁଛି ଖଣ୍ଡା, ଆଖି ପିଛୁଳାକେ ହେଉଛି ଛୁରାମାଡ଼
ସେପଟେ ଏବେବି କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ପ୍ରଶ୍ନ ରହିଛି । କାହିଁକି ବର୍ତ୍ତମାନ ସୁଦ୍ଧା ଲାଗିନାହିଁ ଭିଡ଼ ହତ୍ୟା ଦଫା ? କାହିଁକି ପୋଲିସ ବିରୋଧରେ ହୋଇନାହିଁ ଫୌଜଦାରୀ ମାମଲା ? କାହିଁକି ଓମ୍ ଓ ଦୁଇ ଯୁବତୀଙ୍କର ହେଉନାହିଁ ପଲିଗ୍ରାଫ୍ ଟେଷ୍ଟ ?
ସୌମ୍ୟଙ୍କ ହତ୍ୟାକୁ ଆଜି ମାସେ ପୂରିଛି । ମୋଟ ୧୮ ଜଣ ଗିରଫ ହୋଇଛନ୍ତି । କିନ୍ତୁ ଏବେ ବି ଅନେକ ଅସମାହିତ ପ୍ରଶ୍ନ, ଯାହାର ଉତ୍ତର କ୍ରାଇମବ୍ରାଞ୍ଚ ତଦନ୍ତରୁ ସାମ୍ନାକୁ ଆସିବ କି ନାହିଁ ତା ଉପରେ ରହିଛି ସମସ୍ତଙ୍କ ନଜର ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories