Odisha Tourism / ଓଡ଼ିଶାରେ ଆରମ୍ଭ ହେଲା କାରଭାନ୍ ପର୍ଯ୍ୟଟନ ସେବା, ବସ୍ରେ ମିଳିବ ହୋଟେଲର ସୁବିଧା
·4 months ago·2 min read

Key Points
ପର୍ଯ୍ୟଟନରେ ନୂଆ ଅଧ୍ୟାୟ
କାରଭାନ୍ ସେବା ଆରମ୍ଭ
ଚଳନ୍ତା ଗାଡ଼ିରେ ହୋଟେଲ୍ର ମଜା
କାରଭାନ୍ ସେବା ଆରମ୍ଭ
ଚଳନ୍ତା ଗାଡ଼ିରେ ହୋଟେଲ୍ର ମଜା
ପର୍ଯ୍ୟଟନ କ୍ଷେତ୍ରରେ ଆଉ ପାଦେ ଆଗେଇଛି ଓଡ଼ିଶା ପର୍ଯ୍ୟଟନ ବିଭାଗ । ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଆରମ୍ଭ ହୋଇଛି କାରାଭାନ ଟୁରିଷ୍ଟ ସେବା । ଏହି ଅତ୍ୟାଧୁନିକ ବସ୍ ଭିତରେ ତାରକା ହୋଟେଲର ମଜା ନେଇ ପାରିବେ ପର୍ଯ୍ୟଟକ । ଖାଇବା, ଶୋଇବା, ରହିବା ରହିଛି ସ୍ୱତନ୍ତ୍ର ବ୍ୟବସ୍ଥା । ଓଡ଼ିଶାରେ କାରାଭାନ ପର୍ଯ୍ୟଟନର ମଜା ଉଠାଇ ପାରିବେ ପର୍ଯ୍ୟଟକ ।

ପର୍ଯ୍ୟଟନ ବିଭାଗ ସହଯୋଗରେ VGF ଯୋଜନା ମାଧ୍ୟମରେ ଓଡ଼ିଶାରେ କାରଭନ ସେବାର ଦ୍ଵିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଧଉଳି ପର୍ଯ୍ୟଟନ କ୍ଷେତ୍ରରୁ ଏହି ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି । ଗାଡ଼ିରେ ଶୌଚାଳୟଠାରୁ ଶୋଇବା ବ୍ୟବସ୍ଥା ସହ କିଚେନ୍ ବ୍ୟବସ୍ଥା ରହିଛି । ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳକୁ ଅତ୍ୟାଧୁନିକ ଓ ଆରାମଦାୟକ ଯାତ୍ରା ସେବା ଯୋଗେଇ କରାଭନ ଟୁରିଷ୍ଟ ବ୍ୟବସ୍ଥା । sand pebbels tour ଆଣ୍ଡ ଟ୍ରାଭେଲ ପକ୍ଷରୁ ରାଜ୍ୟ ସରକାରଙ୍କ ସହଯୋଗରେ ଏହି ସେବା ଯୋଗାଇବା ।
ସ୍ୟାଣ୍ଡ ପେବଲ୍ସ ଟୁର୍ 'ଏନ୍' ଟ୍ରାଭେଲ୍ସ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ଆଲୋକ କୁମାର ମହାରଣା କହିଛନ୍ତି, "ପର୍ଯ୍ୟଟନ ବିଭାଗ ସହିତ ମିଳିତ ଭାବରେ, ଆମେ ଓଡ଼ିଶାକୁ ଅଭିଜ୍ଞତାର ଏକ ନୂତନ ଉପାୟ ପ୍ରଦାନ କରିବା ପାଇଁ କାରାଭାନ୍ ଆରମ୍ଭ କରିଛୁ । ଏହି କାରାଭାନ୍ଗୁଡ଼ିକ ଦାୟିତ୍ୱପୂର୍ଣ୍ଣ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିଥାଏ ଏବଂ ରାଜ୍ୟର ସମୃଦ୍ଧ ପ୍ରାକୃତିକ ଏବଂ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶନ କରିଥାଏ। ତିନି ଦଶନ୍ଧିରୁ ଅଧିକ ସମୟ ଧରି ସ୍ୟାଣ୍ଡ ପେବଲ୍ସ ସଂସ୍କୃତି, ବନ୍ୟପ୍ରାଣୀ, ଆଧ୍ୟାତ୍ମିକ ଏବଂ ଜନଜାତି ପର୍ଯ୍ୟଟନରେ ଅଭିଜ୍ଞତାମୂଳକ ପ୍ରସ୍ତାବ ବିକଶିତ କରି ଓଡ଼ିଶାର ପର୍ଯ୍ୟଟନରେ ଅବଦାନ ରଖିଛି। "
Must Read: ପୁରୀ ମେରାଇନ୍ ଡ୍ରାଇଭ୍ ରୋଡ ହେବ କ୍ଲିନ୍ ଆଉ ଗ୍ରୀନ୍,ସମସ୍ତ ଟୁରିଜିମ୍ ସ୍ପଟ୍ ହେବ ପ୍ଲାଷ୍ଟିକ ଓ ପ୍ରଦୂଷଣ ଫ୍ରି
ଏହି କାରାଭାନ ସେବା ୧୧,୧୧୧ (ପ୍ରତିଦିନ)ରୁ ଆରମ୍ଭ ହୁଏ ଏବଂ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳଗୁଡ଼ିକ ଯେପରିକି ତାଳସାରି, ହୀରାକୁଦ-ଡେବ୍ରିଗଡ଼, ସିମିଳିପାଳ, ପେଣ୍ଠା-ଭିତରକନିକା, ମଙ୍ଗଳାଜୋଡି-ବାଲୁଗାଁ-ଚିଲିକା, ଜିରଙ୍ଗା-ମହେନ୍ଦ୍ରଗିରି, ବାଲିପୁଟ-ସାତକୋଶିଆ, ଦାରିଙ୍ଗବାଡି ଏବଂ ଦେଓମାଲି-ପୁଟସିଲ-କୋଲାବକୁ କଭର କରେ । ବୁକିଂ ପାଇଁ www.caravanodisha.com ଓ୍ବେବସାଇଟ୍ ଭିଜିଟ୍ କରନ୍ତୁ କିମ୍ବା ଟୋଲ୍-ଫ୍ରି ନମ୍ବର ୧୮୦୦ ୨୦୮ ୮୦୪୪ କୁ କଲ୍ କରନ୍ତୁ ।
ଓଡ଼ିଶା ପର୍ଯ୍ୟଟନ ଭିତ୍ତିଭୂମିରେ ରହିଛି ଅପାର ସମ୍ଭାବନା ଓ ସୁଯୋଗ। ଏ ସବୁର ବିକାଶ ଓ ପ୍ରଚାର ପ୍ରସାର ଦିଗରେ ବୁଷ୍ଟର ଡୋଜ୍ ଭଳି କରିବ ଏହି ଅତ୍ୟାଧୁନିକ କାରଭାନ୍ ସେବା ।

ଆଜି ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଧଉଳିଠାରେ ୩ଟି ବିଳାସପୂର୍ଣ୍ଣ କାରାଭାନ୍ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଲି । କାରାଭାନ୍ ଟୁରିଜିମ୍ ଯୁବ ପର୍ଯ୍ୟଟକ ଏବଂ ପ୍ରକୃତିପ୍ରେମୀଙ୍କ ସହ ଦୁଃସାହସିକ ଭ୍ରମଣରେ ଆଗ୍ରହ ରଖୁଥିବା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ । ଏହା ପର୍ଯ୍ୟଟନ ସହ ବିଳାସମୟ ଯାତ୍ରାକୁ ଯୋଡ଼ିବ । ଭ୍ରମଣ ସମୟରେ… pic.twitter.com/GkLmYoWKoo
— Pravati Parida (@PravatiPOdisha) February 4, 2026
ସ୍ୟାଣ୍ଡ ପେବଲ୍ସ ଟୁର୍ 'ଏନ୍' ଟ୍ରାଭେଲ୍ସ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ଆଲୋକ କୁମାର ମହାରଣା କହିଛନ୍ତି, "ପର୍ଯ୍ୟଟନ ବିଭାଗ ସହିତ ମିଳିତ ଭାବରେ, ଆମେ ଓଡ଼ିଶାକୁ ଅଭିଜ୍ଞତାର ଏକ ନୂତନ ଉପାୟ ପ୍ରଦାନ କରିବା ପାଇଁ କାରାଭାନ୍ ଆରମ୍ଭ କରିଛୁ । ଏହି କାରାଭାନ୍ଗୁଡ଼ିକ ଦାୟିତ୍ୱପୂର୍ଣ୍ଣ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିଥାଏ ଏବଂ ରାଜ୍ୟର ସମୃଦ୍ଧ ପ୍ରାକୃତିକ ଏବଂ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶନ କରିଥାଏ। ତିନି ଦଶନ୍ଧିରୁ ଅଧିକ ସମୟ ଧରି ସ୍ୟାଣ୍ଡ ପେବଲ୍ସ ସଂସ୍କୃତି, ବନ୍ୟପ୍ରାଣୀ, ଆଧ୍ୟାତ୍ମିକ ଏବଂ ଜନଜାତି ପର୍ଯ୍ୟଟନରେ ଅଭିଜ୍ଞତାମୂଳକ ପ୍ରସ୍ତାବ ବିକଶିତ କରି ଓଡ଼ିଶାର ପର୍ଯ୍ୟଟନରେ ଅବଦାନ ରଖିଛି। "
Must Read: ପୁରୀ ମେରାଇନ୍ ଡ୍ରାଇଭ୍ ରୋଡ ହେବ କ୍ଲିନ୍ ଆଉ ଗ୍ରୀନ୍,ସମସ୍ତ ଟୁରିଜିମ୍ ସ୍ପଟ୍ ହେବ ପ୍ଲାଷ୍ଟିକ ଓ ପ୍ରଦୂଷଣ ଫ୍ରି
ଏହି କାରାଭାନ ସେବା ୧୧,୧୧୧ (ପ୍ରତିଦିନ)ରୁ ଆରମ୍ଭ ହୁଏ ଏବଂ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳଗୁଡ଼ିକ ଯେପରିକି ତାଳସାରି, ହୀରାକୁଦ-ଡେବ୍ରିଗଡ଼, ସିମିଳିପାଳ, ପେଣ୍ଠା-ଭିତରକନିକା, ମଙ୍ଗଳାଜୋଡି-ବାଲୁଗାଁ-ଚିଲିକା, ଜିରଙ୍ଗା-ମହେନ୍ଦ୍ରଗିରି, ବାଲିପୁଟ-ସାତକୋଶିଆ, ଦାରିଙ୍ଗବାଡି ଏବଂ ଦେଓମାଲି-ପୁଟସିଲ-କୋଲାବକୁ କଭର କରେ । ବୁକିଂ ପାଇଁ www.caravanodisha.com ଓ୍ବେବସାଇଟ୍ ଭିଜିଟ୍ କରନ୍ତୁ କିମ୍ବା ଟୋଲ୍-ଫ୍ରି ନମ୍ବର ୧୮୦୦ ୨୦୮ ୮୦୪୪ କୁ କଲ୍ କରନ୍ତୁ ।
ଓଡ଼ିଶା ପର୍ଯ୍ୟଟନ ଭିତ୍ତିଭୂମିରେ ରହିଛି ଅପାର ସମ୍ଭାବନା ଓ ସୁଯୋଗ। ଏ ସବୁର ବିକାଶ ଓ ପ୍ରଚାର ପ୍ରସାର ଦିଗରେ ବୁଷ୍ଟର ଡୋଜ୍ ଭଳି କରିବ ଏହି ଅତ୍ୟାଧୁନିକ କାରଭାନ୍ ସେବା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories