Maha Ashtami Puja Today / ଶକ୍ତିମୟ ସାରା ଓଡ଼ିଶା; ଆଜି ଶକ୍ତିପୀଠରେ ମହାନବମୀ, ମଣ୍ଡପରେ ମହାଅଷ୍ଟମୀ ପାଇଁ ସ୍ଵତନ୍ତ୍ର ପୂଜା
·1 hour ago·2 min read

Key Points
ଜଗତ ଜନନୀ ମା’ ଦୁର୍ଗାଙ୍କ ପୂଜାରେ ରାଜ୍ୟ ଚଳଚଞ୍ଚଳ
ଆଜି ସାରା ରାଜ୍ୟରେ ମାଆଙ୍କ ମହା ଅଷ୍ଟମୀ ପୂଜା
ମଣ୍ଡପରେ ସ୍ବତନ୍ତ୍ର ନୀତିକାନ୍ତି ହେଉଛି ଅନୁଷ୍ଠିତ
ଆଜି ସାରା ରାଜ୍ୟରେ ମାଆଙ୍କ ମହା ଅଷ୍ଟମୀ ପୂଜା
ମଣ୍ଡପରେ ସ୍ବତନ୍ତ୍ର ନୀତିକାନ୍ତି ହେଉଛି ଅନୁଷ୍ଠିତ
ଭୁବନେଶ୍ଵର: ଜଗତ ଜନନୀ ମା’ ଦୁର୍ଗାଙ୍କ ପୂଜା ପାଇଁ ଚଳଚଞ୍ଚଳ ସାରା ରାଜ୍ୟ । ଆଜି ଶକ୍ତିପୀଠରେ ମହାନବମୀ ଓ ମଣ୍ଡପରେ ମହାମାୟାଙ୍କ ମହାଅଷ୍ଟମୀ । ବେଦମନ୍ତ୍ର ଓ ଝାଞ୍ଜ-ମୃଦଙ୍ଗ ନାଦରେ ପ୍ରକମ୍ପିତ ହେଉଛି ଚତୁର୍ଦ୍ଦିଗ । ମା’ଙ୍କ ଦର୍ଶନ ପାଇଁ ଜମିଲାଣି ଭକ୍ତଙ୍କ ଭିଡ଼ । ପୀଠରେ ସ୍ୱତନ୍ତ୍ର ନୀତିକାନ୍ତି ଓ ଗୁପ୍ତ ପରମ୍ପରା ଚାଲିଛି । ଗଗନ-ପବନରେ ବି ସ୍ପଷ୍ଟ ବାରି ହୋଇପଡୁଛି ଉତ୍ସବର ମାହୋଲ । ପୂଜା ମଣ୍ଡପଗୁଡ଼ିକରେ ଧୁମ୍ଧାମ୍ରେ ଚାଲିଛି ଦଶଭୂଜାଙ୍କ ଆରାଧନା ।
ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା, କାକଟପୁରରେ ମା’ ମଙ୍ଗଳା, ବାଙ୍କୀରେ ମା’ ଚର୍ଚ୍ଚିକା ଏବଂ ଜଗତସିଂହପୁର ଶାରଳା ମନ୍ଦିରରେ ମହାନବମୀ ଅବସରରେ ଚାଲିଛି ସ୍ବତନ୍ତ୍ର ନୀତିକାନ୍ତି । ମହାମାୟାଙ୍କ ଆଗମନରେ ଉତ୍ସବମୁଖର ଗାଁଠୁ ସହର । ରାଜ୍ୟର ପ୍ରମୁଖ ଶକ୍ତିପୀଠ ମାନଙ୍କରେ ଚାଲିଛି ମା’ଙ୍କ ବିଶେଷ ପୂଜାର୍ଚ୍ଚନା । ଷୋଡ଼ଶ ଉପଚାର ରୀତିନୀତି ଅନୁଯାୟୀ ନୀତିକାନ୍ତି ଅନୁଷ୍ଠିତ ହେଉଛି । ଘଣ୍ଟ ଘଣ୍ଟା, କାହାଳି, ହୁଳହୁଳିରେ କମ୍ପୁଛି ପୂରା ପରିବେଶ ।
ପଢନ୍ତୁ ଏହି ଖବର: ଦଶହରା ବୁଲାକୁ ଫିକା କରୁଛି ରାଜଧାନୀର ଟ୍ରାଫିକ୍; ଯାତ୍ରୀଙ୍କଠୁ ବେପାରୀ ସମସ୍ତେ ହନ୍ତସନ୍ତ

- ଆକୃଷ୍ଟ କରୁଛି ରାଜଧାନୀର ବିଭିନ୍ନ ଥିମର ତୋରଣ
ପଢନ୍ତୁ ଏହି ଖବର: ଦଶହରା ବୁଲାକୁ ଫିକା କରୁଛି ରାଜଧାନୀର ଟ୍ରାଫିକ୍; ଯାତ୍ରୀଙ୍କଠୁ ବେପାରୀ ସମସ୍ତେ ହନ୍ତସନ୍ତ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଳାଶୁଣୀ ଦୁର୍ଗାପୂଜା ସମିତି ପକ୍ଷରୁ ରାଜସ୍ଥାନର ପ୍ରସିଦ୍ଧ ହୱା ମହଲ ଶୈଳୀରେ ନିର୍ମାଣ ହେଉଛି ଭବ୍ୟ ତୋରଣ । ପ୍ରାୟ ୪୦ ଲକ୍ଷ ଟଙ୍କା ବଜେଟ୍ରେ ନିର୍ମାଣ ହୋଇଛି ଏହି ତୋରଣ । ସେହିପରି ବମିଖାଲ ଦୁର୍ଗାପୂଜା ସମିତିରେ ପ୍ରାୟ ୭୦ ଲକ୍ଷ ଟଙ୍କା ବଜେଟ୍ରେ ନିର୍ମାଣ ହୋଇଛି ଦୁବାଇର ବୁର୍ଜ ଖଲିଫା ଢାଞ୍ଚାର ମଣ୍ଡପ । ମା’ଙ୍କ ଆଗମନରେ ଉତ୍ସବମୁଖର ରାଜଧାନୀ । ଭବ୍ୟ ମଣ୍ଡପ, ଆକର୍ଷଣୀୟ ତୋରଣ ଓ ଆଲୋକସଜ୍ଜା ସାଙ୍ଗକୁ ବଡ଼ ବଜେଟ୍ର ପୂଜା ଆୟୋଜନ ଏଥର ଦୁର୍ଗାପୂଜାକୁ ଆହୁରି ଆକର୍ଷଣୀୟ କରିଛି।
Related Topics
Explore more stories