National News / ଶିମଲା ମଶୋବ୍ରା ସ୍ଥିତ ରାଷ୍ଟ୍ରପତି ନିବାସ ବୁଲିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି
·3 months ago·3 min read

Key Points
ଏହି ଐତିହାସିକ ନିବାସ ରାଷ୍ଟ୍ରପତିଙ୍କ ଗ୍ରୀଷ୍ମକାଳୀନ ଆବାସ ରୂପେ କାର୍ଯ୍ୟ କରିଥାଏ। ରାଷ୍ଟ୍ରପତି ନିବାସର ଅଧିକାରୀ ଅଜୟ ଭରଦ୍ୱାଜ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳକୁ ଏହି ଐତିହାସିକ ସ୍ଥାନର ମହତ୍ୱ ସମ୍ପର୍କରେ ଅବଗତ କରାଇଥିଲେ।
Odisha Media Delegation Shimla Visit: ହିମାଚଳ ପ୍ରଦେଶ ଗସ୍ତରେ ଯାଇଥିବା ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ ରବିବାର (ମାର୍ଚ୍ଚ ୨୨) ଶିମଲାର ମଶୋବ୍ରା ସ୍ଥିତ ରାଷ୍ଟ୍ରପତି ନିବାସ ପରିଦର୍ଶନ କରିଛନ୍ତି। ଏହି ଐତିହାସିକ ନିବାସ ରାଷ୍ଟ୍ରପତିଙ୍କ ଗ୍ରୀଷ୍ମକାଳୀନ ଆବାସ ରୂପେ କାର୍ଯ୍ୟ କରିଥାଏ। ରାଷ୍ଟ୍ରପତି ନିବାସର ଅଧିକାରୀ ଅଜୟ ଭରଦ୍ୱାଜ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳକୁ ଏହି ଐତିହାସିକ ସ୍ଥାନର ମହତ୍ୱ ସମ୍ପର୍କରେ ଅବଗତ କରାଇଥିଲେ। ଏଠାରେ ରାଷ୍ଟ୍ରପତିଙ୍କ ରହଣୀ ପାଇଁ ୧୬ କୋଠରୀ ବିଶିଷ୍ଟ ଏକ ଆବାସ ରହିଛି। ମଶୋବ୍ରା ରାଷ୍ଟ୍ରପତି ନିବାସ ପ୍ରାୟ ୧୮୦ ଏକର ଜମିରେ ପରିବ୍ୟାପ୍ତ।
ଏହି ଅବସରରେ ରାଷ୍ଟ୍ରପତି ନିବାସ ଅଧିକାରୀ କହିଥିଲେ, ଯେ ୧୭୬ ବର୍ଷ ପୁରୁଣା ଏହି ସ୍ଥାନ ଇଂରେଜ ଶାସନ ପୂର୍ବରୁ ରହି ଆସିଛି। ପୂର୍ବରୁ ଏହା ଏକ ରାଜକୀୟ ନିବାସସ୍ଥଳୀ ରହିଥିଲା। ପରବର୍ତ୍ତୀ ସମୟରେ ଇଂରେଜ ସରକାର ଶିମଲାକୁ ଦେଶର ଗ୍ରୀଷ୍ମକାଳୀନ ରାଜଧାନୀ ରୂପେ ଘୋଷଣା କରିଥିଲେ। ଯାହା ପରେ ଏଠାରେ ବ୍ରିଟିଶ ସରକାରଙ୍କ ବରିଷ୍ଠ ଅଧିକାରୀ ରହୁଥିଲେ। ସ୍ୱାଧିନତା ପରେ ଏହି ସ୍ଥାନ ରାଷ୍ଟ୍ରପତିଙ୍କ ଗ୍ରୀଷ୍ମକାଳୀନ ନିବାସ ରୂପେ କାର୍ଯ୍ୟ କରୁଛି। ୧୭୬ ବର୍ଷରୁ ଅଧିକ ପୁରୁଣା ଏହି ସ୍ଥାନକୁ ବର୍ତ୍ତମାନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୩ରେ ସାଧାରଣ ଲୋକଙ୍କ ପାଇଁ ଖୋଲିଥିଲେ। ରାଷ୍ଟ୍ରପତିଙ୍କ ନିବାସ ରାଷ୍ଟ୍ରର ଜନସାଧାରଣଙ୍କ ପାଇଁ ଖୋଲାଯିବା ଆବଶ୍ୟକ ବୋଲି ରାଷ୍ଟ୍ରପତି ପରାମର୍ଶ ଦେଇଥିଲେ। ଦେଶର ସମସ୍ତ ରାଷ୍ଟ୍ରପତି ଏଠାରେ ରହିଛନ୍ତି।
ଆସନ୍ତା ମେ ମାସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସିମଲା ଗସ୍ତ କାର୍ଯ୍ୟକ୍ରମ ରହିଛି। ସେ ପୂର୍ବରୁ ୨ ଥର ରାଷ୍ଟ୍ରପତି ନିବାସରେ ଆସି ରହିଛନ୍ତି। ତାଙ୍କ ପୂର୍ବରୁ ୧୪ ଜଣ ପୂର୍ବତନ ରାଷ୍ଟ୍ରପତି ସିମଲା ସ୍ଥିତ ନିବାସରେ ଅବସ୍ଥାନ କରିଛନ୍ତି। ଡକ୍ଟର ଏପିଜେ ଅବଦୁଲ କାଲାମ ତାଙ୍କର କାର୍ଯ୍ୟକାଳ ଭିତରେ ସର୍ବନିମ୍ନ ଗୋଟିଏ ଦିନ ପାଇଁ ସିମଲା ଆସିଥିବା ବେଳେ ପୂର୍ବତନ ରାଷ୍ଟ୍ରପତି ଆର.ଭେଙ୍କଟରମଣ ବହୁଥର ସିମଲା ରାଷ୍ଟ୍ରପତି ନିବାସକୁ ଆସିଛନ୍ତି। ସେ କେବଳେ ଗୋଟିଏ ବର୍ଷ ଗସ୍ତରେ ୨୭ ଦିନ ରହିଥିବା ବିଭାଗୀୟ ଅଧିକାରୀ ଅଧିକାରୀ ଅଜୟ ଭରଦ୍ୱାଜ କହିଛନ୍ତି।
ରାଷ୍ଟ୍ରପତିଙ୍କ ଅବସ୍ଥାନ ଯୋଗୁଁ ସିମଲା ରାଷ୍ଟ୍ରପତି ନିବାସରେ ସୁରକ୍ଷା ବ୍ୟବସ୍ଥା ମଜବୁତ କରାଯିବା ସହ ମୁଖ୍ଯ ରାସ୍ତାରୁ ରାଷ୍ଟ୍ରପତିଙ୍କ ନିବାସ ସହ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ଜନସାଧାରଣଙ୍କ ପାଇଁ ବନ୍ଦ କରି ଦିଆଯାଏ। ବିଭିନ୍ନ କଳାକୃତି ସହ ରୂପାନିର୍ମିତ କାରୁକାର୍ଯ୍ୟ ନିର୍ମିତ ସାମଗ୍ରୀ ସହ ୧୮୯୦ ମସିହାର ବ୍ରିଟିଶ ଅମଳର ପିଆନୋ ରହିଛି। ବହୁପୁରୁଣା ଏହି ରାଷ୍ଟ୍ରପତି ନିବାସର ଢାଞ୍ଚାରେ କୌଣସି ପରିବର୍ତ୍ତନ ନକରାଯାଇ ପୁଣି ୧୮୮୧ ମସିହାରେ ଏହାକୁ ୨ ମହଲା ବିଶିଷ୍ଟ କରାଯାଇଥିଲା। ଆବଶ୍ୟକତା ଅନୁଯାଇ ପରବର୍ତ୍ତୀ ସମୟରେ ଏହାର ରକ୍ଷଣାବେକ୍ଷଣ ପାଇଁ ଏଠାରେ ପ୍ରାୟ ୧୮୦ ଅଧିକାରୀ ଏବଂ କର୍ମଚାରୀ ରହିଛନ୍ତି। ସିମଲାର ଦେବଦାରୁ କାଠରେ ନିର୍ମିତ ହୋଇଛି ରାଷ୍ଟ୍ରପତି ନିବାସ। ସେହିପରି ଏଠାରେ ଥିବା ସମସ୍ତ ଆସବାବ ପତ୍ର ମଧ୍ଯ ସ୍ଥାନୀୟ ଅଞ୍ଚଳର ଏକ ସ୍ଵତନ୍ତ୍ର ଗଛର କାଠରେ ନିର୍ମିତ ହୋଇଛି।
ରବିବାର ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ଦଳ ଏହି ଐତିହାସିକ ସ୍ଥାନର ମହତ୍ୱ ବିଷୟରେ ଜାଣିବା ସହ ଏହାକୁ ପରିଦର୍ଶନ କରିଥିଲେ। ଏହା ସହିତ ପ୍ରତିନିଧି ଦଳ ହିମାଚଳ ପ୍ରଦେଶର କୁଫ୍ରି-ଫାଗୁ ସ୍ଥିତ ଭାରତୀୟ କୃଷି ଗବେଷଣା କେନ୍ଦ୍ର (ଆଇସିଏଆର) କେନ୍ଦ୍ରୀୟ ଆଳୁ ଗବେଷଣା ପ୍ରତିଷ୍ଠାନର ଆଞ୍ଚଳିକ କେନ୍ଦ୍ର ମଧ୍ୟ ପରିଦର୍ଶନ କରିଥିଲେ। ସେମାନେ ଆଳୁ ଚାଷ କ୍ଷେତ୍ରରେ ହେଉଥିବା ଗବେଷଣା ଏବଂ ପ୍ରକ୍ରିୟାକରଣ ଲାଗି ପ୍ରତିଷ୍ଠାନର ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅବଗତ ହୋଇଥିଲେ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ, ପ୍ରକଳ୍ପ ବିଷୟରେ ଅବଗତ ହେବା ଲାଗି ଭାରତ ସରକାରଙ୍କ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ ଓଡ଼ିଶାର ସାମ୍ବାଦିକଙ୍କ ପାଇଁ ଏହି ଗସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଯେଉଁଥିରେ ପିଆଇବି, ଭୁବନେଶ୍ୱରର ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି, ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ସ୍ୱାଧୀନ ଶକ୍ତି ପ୍ରସାଦଙ୍କ ସହ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ସାମିଲ ଅଛନ୍ତି।
ଏଥିସହ ପଢ଼ନ୍ତୁ: ସୋନିଆ ଗାନ୍ଧିଙ୍କୁ ଆଇନା ଦେଖାଇଲେ ଶଶି ଥରୁର୍, ମୋଦୀଙ୍କ ବିଦେଶ ନୀତିକୁ କଲେ ପ୍ରଶଂସା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories