El Nino Effect / ଅକ୍ଷୟ ତୃତୀୟା ଓ ରଜ ସରିଥିଲେ ବି ଶୁଖିଲା ପଡ଼ିଛି ଜମି
·2 months ago·2 min read

Key Points
ଓଡ଼ିଶାରେ ମୌସୁମୀର ଲୁଚକାଳି
ଆଷାଢ଼ରେ ବି ଶୁଖିଲା ପଡ଼ିଛି ଜମି
ପାଣି ବଦଳରେ ଆକାଶରୁ ବର୍ଷୁଛି ନିଆଁ
ମୟୂରଭଞ୍ଜରୁ ଢେଙ୍କାନାଳ ସବୁଠି ଚାଷ କାମ ଠପ୍
ଆଷାଢ଼ରେ ବି ଶୁଖିଲା ପଡ଼ିଛି ଜମି
ପାଣି ବଦଳରେ ଆକାଶରୁ ବର୍ଷୁଛି ନିଆଁ
ମୟୂରଭଞ୍ଜରୁ ଢେଙ୍କାନାଳ ସବୁଠି ଚାଷ କାମ ଠପ୍
ଭୁବନେଶ୍ଵର: ସମଗ୍ର ରାଜ୍ୟକୁ ମୌସୁମୀ ଛୁଇଁଥିଲେ ମଧ୍ୟ ଓଡ଼ିଶାରେ ଏପର୍ଯ୍ୟନ୍ତ ଚାଷ ଉପଯୋଗୀ ବର୍ଷା ହୋଇନାହିଁ । ଏଲ୍-ନିନୋ ପ୍ରଭାବ ଏବଂ ମୌସୁମୀ ଟ୍ରଫ୍ ଦୁର୍ବଳ ଥିବାରୁ ବର୍ଷା ଅଭାବ ଦେଖାଦେଇଛି । ଅକ୍ଷୟ ତୃତୀୟା ଓ ରଜ ସରିଥିଲେ ବି ଜମି ଶୁଖିଲା ପଡ଼ିଛି ।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଅନୁସାରେ, ବର୍ଷା ଲାଗି ରହିବା ଭଳି ସ୍ଥିତି ଏବେ ନାହିଁ । ତେଣୁ ଚାଷୀମାନେ ବୁଣାବୁଣି ପାଇଁ ତରବରିଆ ନିଷ୍ପତ୍ତି ନେବା ଉଚିତ୍ ହେବ ନାହିଁ ।
ଏଥିସହ ପଢ଼ନ୍ତୁ: ସାଙ୍ଗମାନଙ୍କ ସହ ଖେଳୁଥିଲେ କ୍ରିକେଟ୍; ବଜ୍ରପାତରେ ଚାଲିଗଲା ୨ ନାବାଳକଙ୍କ ଜୀବନ
ରାଜ୍ୟରେ ମୌସୁମୀର ଲୁଚକାଳି । କମ୍ ବର୍ଷା ଯୋଗୁଁ ଚିନ୍ତାରେ ଚାଷୀ । ସମଗ୍ର ରାଜ୍ୟକୁ ମୌସୁମୀ ଛୁଇଁଥିଲେ ମଧ୍ୟ ଓଡ଼ିଶାରେ ଏପର୍ଯ୍ୟନ୍ତ ଚାଷ ଉପଯୋଗୀ ବର୍ଷା ହୋଇନାହିଁ । ଏଲ ନିନୋ ପ୍ରଭାବ ଏବଂ ମୌସୁମୀ ଟ୍ରଫ୍ ଦୁର୍ବଳ ଥିବାରୁ ବର୍ଷା ଅଭାବ ଦେଖାଦେଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମୟୂରଭଞ୍ଜ ଜିଲ୍ଲାର ଅଧିକାଂଶ ଚାଷୀ ବର୍ଷା ଉପରେ ନିର୍ଭରଶୀଳ । କିନ୍ତୁ ଏଯାଏ ଜମି ଶୁଖିଲା ପଡ଼ିଛି । ମୟୂରଭଞ୍ଜରେ ଚଳିତ ବର୍ଷ ପ୍ରାୟ ୪ ଲକ୍ଷ ୨୨ ହଜାର ହେକ୍ଟର ଜମିରେ ଖରିଫ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଛି । ତେବେ ଆଗାମୀ ସପ୍ତାହରେ ବର୍ଷା ନହେଲେ ମରୁଡ଼ି ଆଶଙ୍କା କରିଛନ୍ତି ଚାଷୀ ।
ଭଦ୍ରକ ଜିଲ୍ଲାରେ ମଧ୍ୟ ସମାନ ସ୍ଥିତି । ବର୍ଷା ନଥିବାରୁ ଜମିରେ ଗୋରୁ ଚରୁଛନ୍ତି । ଏଥର ୧ ଲକ୍ଷ ୩୭ ହଜାର ହେକ୍ଟରରେ ଚାଷ ପାଇଁ ଟାର୍ଗେଟ୍ ଥିବାବେଳେ କାମ ଆରମ୍ଭ ହୋଇ ପାରୁନି ।
କେନ୍ଦ୍ରାପଡ଼ା ଆଳି ଅଞ୍ଚଳରେ ଚାଷୀମାନେ ବିହନ ଗଜା କରିସାରିଥିଲେ ମଧ୍ୟ ବର୍ଷା ଅଭାବରୁ ତାହା ଶୁଖିବାକୁ ବସିଲାଣି । କେତେକ ସ୍ଥାନରେ ମୋଟର ସାହାଯ୍ୟରେ ପାଣି ମଡ଼ା ଯାଉଥିଲେ ବି ସବୁ ଜମି ପାଇଁ ଏହି ସୁବିଧା ନାହିଁ । ଫଳରେ ଗଜା ମରୁଡ଼ି ଆଶଙ୍କାରେ ଚାଷୀକୂଳ ହତାଶ ହୋଇ ପଡ଼ିଛନ୍ତି ।
ଏଥିସହ ପଢ଼ନ୍ତୁ: ବଙ୍ଗୋପସାଗରରେ ଆସିପାରେ ଲଘୁଚାପ, ରାଜ୍ୟରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ
ଢେଙ୍କାନାଳ ଭୁବନ ଅଞ୍ଚଳରେ ଆଷାଢ଼ ମାସରେ ପାଣି ବଦଳରେ ଆକାଶରୁ ନିଆଁ ବର୍ଷୁଛି । କେନାଲ ସୁବିଧା ନଥିବାରୁ ଚାଷୀମାନେ ନାଳ ଓ ପୋଖରୀରୁ ପାଣି ବୋହି ତଳି ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ଜମି ଫାଟି ଆଁ କଲାଣି । ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ ଏବେ ବର୍ଷା ଲାଗି ରହିବା ଭଳି ସ୍ଥିତି ନାହିଁ, ତେଣୁ ଚାଷୀମାନେ ବୁଣାବୁଣି ପାଇଁ ତରବରିଆ ନିଷ୍ପତ୍ତି ନେବା ଉଚିତ୍ ହେବ ନାହିଁ ।

Related Topics
Explore more stories