Odisha Weather / ଅପସାରିତ ହେଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ; ୧୯ ପର୍ଯ୍ୟନ୍ତ ହାଲୁକା ବର୍ଷା
·1 hour ago·2 min read

Key Points
ଅକ୍ଟୋବର ୧୨ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ୧୦ ଜିଲ୍ଲାରୁ ସମ୍ପୂର୍ଣ୍ଣ ଭାବେ ଅପସାରିତ ହୋଇଛି । ୫ ଜିଲ୍ଲାର ଅଧିକାଂଶ ଅଞ୍ଚଳରୁ ମୌସୁମୀ ବାୟୁ ବିଦାୟ ନେଇଛି ।
ଭୁବନେଶ୍ଵର: ରାଜ୍ୟରୁ ବିଦାୟ ନେଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଅକ୍ଟୋବର ୧୨ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ୧୦ ଜିଲ୍ଲାରୁ ସମ୍ପୂର୍ଣ୍ଣ ଭାବେ ଅପସାରିତ ହୋଇଛି । ୫ ଜିଲ୍ଲାର ଅଧିକାଂଶ ଅଞ୍ଚଳରୁ ମୌସୁମୀ ବାୟୁ ବିଦାୟ ନେଇଛି ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଏବେ ସୁନ୍ଦରଗଡ଼, ଝାରସୁଗୁ଼ଡ଼ା, ସମ୍ବଲପୁର, ଦେବଗଡ଼, ସୋନପୁର, ବରଗଡ଼, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ଏବଂ ନବରଙ୍ଗପୁରର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଭାବେ ବିଦାୟ ନେଇଛି ।
ଏଥିସହ ପଢ଼ନ୍ତୁ: କାର୍ଯ୍ୟାଳୟର ଝରକା ବନ୍ଦ କରିବାକୁ ଡାକି ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ
ସେହଭଳି ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ବୌଦ୍ଧ, କନ୍ଧମାଳ ଜିଲ୍ଲାର ସର୍ବାଧିକ ଅଞ୍ଚଳ ସହ ଢେଙ୍କାନାଳ, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର କିଛି ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଂଶିକ ପ୍ରତ୍ୟାହୃତ ହୋଇଛି ।
ଏବେର ପାଣିପାଗ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆହୁରି ଅପସରି ଯିବା ପାଇଁ ଅନୁକୂଳ ରହିଛି । ଆଗାମୀ ୨ରୁ ୩ ଦିନ ମଧ୍ୟରେ ଦେଶ ସମେତ ରାଜ୍ୟର ଅବଶିଷ୍ଟ ଅଞ୍ଚଳରୁ ସମ୍ପୂର୍ଣ୍ଣ ବିଦାୟ ନେବ ମୌସୁମୀ ବାୟୁ ।
୧୯ ପର୍ଯ୍ୟନ୍ତ ହାଲୁକା ବର୍ଷା
ସେପେଟେ IMDର ଆକଳନ ହେଲା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୩ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ହାଲୁକା ବର୍ଷା ହେବ । ୧୪ରୁ ୧୭ ତାରିଖ ମଧ୍ୟରେ କାଳବୈଶାଖୀର ପ୍ରଭାବ ରହିବ । ଘଡ଼ଘଡ଼, ବଜ୍ରପାତ ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । ଝଟ୍କା ପବନର ବେଗ ଘଣ୍ଟାପ୍ରତି ୫୦ କିମି ରହିପାରେ ।
ଏଥିସହ ପଢ଼ନ୍ତୁ: ଟାଟୁ ଦେଲା ଠିକଣା, କଳାହାଣ୍ଡିରୁ ଆଣି କଟକର କାଠଯୋଡ଼ି ପଠାରେ ମହିଳାଙ୍କୁ କିଏ କଲା ହ*ତ୍ୟା ?
କାଳବୈଶାଖୀ ଆଲର୍ଟ
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କାଳବୈଶାଖୀ ବର୍ଷା ୧୮ ତାରିଖ ପର୍ଯ୍ୟନ୍ତ ଲାଗି ରହିବା ନେଇ ଆଲର୍ଟ ଜାରି କରାଯାଇଛି । ବୁଧବାର କାଳବୈଶାଖୀ ନେଇ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଆଦି ୪ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି ।

Warning for Odisha. Day-2 to Day-5 : Isolated Thunderstorm with Lightning and Gusty Wind. Day-1,6 & 7 : No Warning. #odisha #weather #warning https://t.co/ujRC7Z0X3n
— Meteorological Centre, Bhubaneswar (@mcbbsr) October 13, 2026
ଏବେର ପାଣିପାଗ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆହୁରି ଅପସରି ଯିବା ପାଇଁ ଅନୁକୂଳ ରହିଛି । ଆଗାମୀ ୨ରୁ ୩ ଦିନ ମଧ୍ୟରେ ଦେଶ ସମେତ ରାଜ୍ୟର ଅବଶିଷ୍ଟ ଅଞ୍ଚଳରୁ ସମ୍ପୂର୍ଣ୍ଣ ବିଦାୟ ନେବ ମୌସୁମୀ ବାୟୁ ।
୧୯ ପର୍ଯ୍ୟନ୍ତ ହାଲୁକା ବର୍ଷା
ସେପେଟେ IMDର ଆକଳନ ହେଲା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୩ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ହାଲୁକା ବର୍ଷା ହେବ । ୧୪ରୁ ୧୭ ତାରିଖ ମଧ୍ୟରେ କାଳବୈଶାଖୀର ପ୍ରଭାବ ରହିବ । ଘଡ଼ଘଡ଼, ବଜ୍ରପାତ ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । ଝଟ୍କା ପବନର ବେଗ ଘଣ୍ଟାପ୍ରତି ୫୦ କିମି ରହିପାରେ ।
ଏଥିସହ ପଢ଼ନ୍ତୁ: ଟାଟୁ ଦେଲା ଠିକଣା, କଳାହାଣ୍ଡିରୁ ଆଣି କଟକର କାଠଯୋଡ଼ି ପଠାରେ ମହିଳାଙ୍କୁ କିଏ କଲା ହ*ତ୍ୟା ?
କାଳବୈଶାଖୀ ଆଲର୍ଟ
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କାଳବୈଶାଖୀ ବର୍ଷା ୧୮ ତାରିଖ ପର୍ଯ୍ୟନ୍ତ ଲାଗି ରହିବା ନେଇ ଆଲର୍ଟ ଜାରି କରାଯାଇଛି । ବୁଧବାର କାଳବୈଶାଖୀ ନେଇ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଆଦି ୪ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories