Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶାରେ ଦରକାର ଡବଲ ଇଞ୍ଜିନ ସରକାର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Jitendra Dash
Browse all articles by Jitendra Dash
·2 years ago·2 min read
ଓଡ଼ିଶାରେ ଦରକାର ଡବଲ ଇଞ୍ଜିନ ସରକାର :  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଫିର୍ ଏକ ବାର୍ ମୋଦି ସରକାର
ଓଡ଼ିଶାରେ ଦରକାର ଡବଲ ଇଞ୍ଜିନ ସରକାର
 

ଅର୍ଗସ ବ୍ୟୁରୋ : ରାଜ୍ୟରେ ଏଥର ମୋଦି ସରକାର, ଏଥିରେ କୌଣସି ଦ୍ଵିମତ ନାହିଁ । ଦେଶରେ ଓ ରାଜ୍ୟରେ ଯେମିତି ଭାବରେ ମୋଦି ହାୱା ଦେଖାଯାଉଛି ସେଥିରୁ ଗୋଟିଏ କଥା ସ୍ପଷ୍ଟ, ଏଥର ରାଜ୍ୟରେ ମୋଦି ସରକାର । ବିଜେପି ପ୍ରତିଷ୍ଠା ଦିବସରେ ସମ୍ବଲପୁରରେ ଏମିତି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।  ବିଜେପି ଆଜି ଓଡ଼ିଶା ସମେତ ଦେଶବାସୀଙ୍କ ପାଇଁ ସେବା, ସମର୍ପଣ ଏବଂ ବିଶ୍ୱାସର ସମକକ୍ଷ ହୋଇଛି ବୋଲି ଶନିବାର ବିଜେପିର ପ୍ରତିଷ୍ଠା ଦିବସ ଅବସରରେ ସମ୍ବଲପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  

ଶ୍ରୀ ପ୍ରଧାନ ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସ ଅବସରରେ, ସମସ୍ତ କାର୍ଯ୍ୟକର୍ତ୍ତା ଭାଇ ଭଉଣୀ ଏବଂ ସମଗ୍ର ବିଚାର ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ, ଡା. ଶ୍ୟାମା ପ୍ରସାଦ ମୁଖାର୍ଜୀ ଏବଂ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୀଙ୍କ ଭଳି ରାଷ୍ଟ୍ରୀୟ ସେବକଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ବିଜେପି ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାନୀ ଜୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରି ଅଗଣିତ କର୍ମଯୋଗୀଙ୍କ ଅବଦାନରେ ଆଜି ବିଶ୍ୱର ସର୍ବବୃହତ ରାଜନୈତିକ ପରିବାରରେ ପରିଣତ ହୋଇଛି ଏବଂ ଏକ ବିରାଟ ବଟ୍ଟବୃକ୍ଷର ରୂପ ନେଇଛି । ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଅଭୂତପୂର୍ବ ନେତୃତ୍ୱ, ଶୀର୍ଷ ନେତୃତ୍ୱର ପ୍ରୟାସ ଏବଂ କର୍ମଠ କାର୍ଯ୍ୟକର୍ତ୍ତାଙ୍କ ନିଃସ୍ୱାର୍ଥପର ସେବା ମନୋଭାବ ଯୋଗୁଁ, ଆଜି ବିଜେପି ଦେଶର ସବୁଠାରୁ ବିଶ୍ୱସ୍ତ ରାଜନୈତିକ ଦଳ ଭାବରେ ଉଭା ହୋଇଛି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଫିର୍ ଏକ ବାର୍ ମୋଦି ସରକାର, ଓଡ଼ିଶାରେ ଦରକାର, ଡବଲ ଇଞ୍ଜିନ ସରକାରର ନାରା ଦେଇଥିଲେ କେନ୍ଦ୍ରମନ୍ତ୍ରୀ । କହିଛନ୍ତି ଯେ, ଦେଶରେ ନିର୍ବାଚନୀ ପ୍ରକ୍ରିୟା ଜାରି ରହିଛି । ବିଗତ ୧୦ ବର୍ଷରେ ଅନେକ କାମ ହୋଇଛି, ଯାହାର ପ୍ରତିଫଳନ ସମ୍ବଲପୁରରେ ହୋଇଛି । ପ୍ରଧାନମନ୍ତ୍ରୀ ଆବାସରେ ଘର, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ଲୋକଙ୍କ ସମ୍ବଲପୁରବାସୀଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିଛି । ଆଇଆଇଏମ ପ୍ରତିଷ୍ଠା ସହ ସମ୍ବଲପୁର ରେଳ ଷ୍ଟେସନର ନବୀକରଣ ହୋଇଛି । ଦେଶରେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଲୋକଙ୍କ ଭରସା ବଢିଛି । ଆମେ ସମସ୍ତ କାର୍ଯ୍ୟକର୍ତ୍ତାମାନେ ମୋଦି ଗ୍ୟାରେଣ୍ଟି, ଜନକଲ୍ୟାଣକାରୀ ଓ ବିକାଶମୂଳକ ଯୋଜନା ତଥା ଗତ ୧୦ ବର୍ଷର ଟ୍ରାକ୍ ରେକର୍ଡକୁ ସମ୍ବଲପୁରର ଘରେ ଘରେ ପହଞ୍ଚାଇବା ପାଇଁ ଆହୁରି ପରିଶ୍ରମ କରିବା ଦରକାର । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଅପରପକ୍ଷରେ ଗୋଟିଏ ସରକାର ଦୀର୍ଘ ୨୫ ବର୍ଷ ଦାୟିତ୍ୱରେ ରହିବା ପରେ ଓଡ଼ିଶା ଓ ସମ୍ବଲପୁରର ସ୍ଥିତି କଣ, ତାହା ନିର୍ବାଚନର ପ୍ରସଙ୍ଗ ହୋଇଛି । ଆଇନଶୃଙ୍ଖଳା, ସ୍ୱଚ୍ଛ ପାନୀୟ ଜଳ, ବେରୋଜଗାରୀ ତଥା ମୌଳିକ ସମସ୍ୟା ଉପଲବ୍ଧି ନହେବା ଆଜିର ନିର୍ବାଚନ ପ୍ରସଙ୍ଗ ହୋଇଛି । 
 

Sponsored
Odisha needs a double engine government | Argus News