|
logo
Live

Argus News - ରାଜ୍ୟ ସରକାରଙ୍କ ଦୂରଦୃଷ୍ଟି ଅଭାବ ଓ ପ୍ରତିବଦ୍ଧତାର ଅଭାବ ପାଇଁ ଓଡ଼ିଶାରେ ବିକାଶ ଶୂନ୍ୟ

Odisha

ରାଜ୍ୟ ସରକାରଙ୍କ ଦୂରଦୃଷ୍ଟି ଅଭାବ ଓ ପ୍ରତିବଦ୍ଧତାର ଅଭାବ ପାଇଁ ଓଡ଼ିଶାରେ ବିକାଶ ଶୂନ୍ୟ

Jitendra Dash
Browse all articles by Jitendra Dash
·2 years ago·2 min read
ରାଜ୍ୟ ସରକାରଙ୍କ ଦୂରଦୃଷ୍ଟି ଅଭାବ ଓ ପ୍ରତିବଦ୍ଧତାର ଅଭାବ ପାଇଁ ଓଡ଼ିଶାରେ ବିକାଶ ଶୂନ୍ୟ

ଅର୍ଗସ ବ୍ୟୁରୋ : ଦେଶର ଉନ୍ନତିରେ ଶିଳ୍ପ କ୍ଷେତ୍ରର ବଡ ଭୂମିକା ରହିଛି । କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ର ଦେଶରେ ନିଯୁକ୍ତି ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକାବହନ କରେ । ଆଜି ଦେଶରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ରରୁ ନେଇ ନୂତନ ଯୁଗର ଶିଳ୍ପ ଯଥା- ସୂଚନାପ୍ରଯୁକ୍ତି, କୃତିମବୁଦ୍ଧିମତା ଆଦି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ସରକାରରେ ବିକାଶର ଶିଖରକୁ ଛୁଂଇଛି । ସାରା ଦେଶରେ ଯୁବବର୍ଗମାନଙ୍କ ମଧ୍ୟରେ ଶିଳ୍ପ ପ୍ରତିଷ୍ଠାକୁ ନେଇ ନୂଆ ଉତ୍ସାହ ଦେଖାଦେଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିବଦ୍ଧତା ବିକଶିତ ଭାରତ ଗଠନକୁ ଆଗେଇ ନେଉଛି । କିନ୍ତୁ ଦେଶର ଅନ୍ୟ ରାଜ୍ୟ ମାନଙ୍କରେ ଯେଉଁଭଳି ଭାବରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା କରାଯାଇ ନିଯୁକ୍ତି ସୃଷ୍ଟି ହୋଇପାରୁଛି ଓଡ଼ିଶାରେ ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ତାହା ସଫଳ ହୋଇପାରୁନାହିଁ । ଓଡିଶା ସରକାରଙ୍କ ଦୂରଦୃଷ୍ଟି ଅଭାବ ଓ ପ୍ରତିବଦ୍ଧତାର ଅଭାବ ଆଜି ଓଡ଼ିଶାର ଶିଳ୍ପାୟନରେ ବାଧା ସୃଷ୍ଟି କରିଛି ବୋଲି ବରିଷ୍ଠ ନେତା ତଥା  ନାଲକୋର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ତପନ କୁମାର ଚାନ୍ଦ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ଚାନ୍ଦ କହିଛନ୍ତି ଯେ, ଦେଶରେ ଯେଉଁ ୧୦ଟି ରାଜ୍ୟରେ ସର୍ବାଧିକ ଏମଏସ୍‌ଏମଇ ଶିଳ୍ପ ଅନୁଷ୍ଠାନ ଅଛି ସେହି ତାଲିକାରେ ଓଡ଼ିଶାର ସ୍ଥାନ ନାହିଁ । ଓଡ଼ିଶାରେ ଯଥେଷ୍ଟ ପ୍ରାକୃତିକ ସମ୍ପଦ, ସ୍ଥିର ସରକାର, ମାନବ ସମ୍ବଳ ଥିବା ସତ୍ୱେ କାହିଁକି ନୂଆ ଶିଳ୍ପ ପ୍ରତିଷ୍ଠା ହେଉନାହିଁ ତାହା ଏକ ବଡ ପ୍ରଶ୍ନ? ରାଜ୍ୟରେ ଯେଉଁ ୧୯ଲକ୍ଷ ଏମଏସ୍‌ଏମଇ ଅଛି ବୋଲି ସରକାର କହୁଛନ୍ତି ସେଥିରୁ ମାତ୍ର ୫ଲକ୍ଷ କାର୍ଯ୍ୟକ୍ଷମ ହେଉଛି, ଯାହାକି ରାଜ୍ୟ ସରକାରଙ୍କ ବିଫଳତାକୁ ଦର୍ଶାଉଛି । ମାତ୍ର ୨୫ପ୍ରତିଶତ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବାସ୍ତବରେ ଉତ୍ପାଦନକ୍ଷମ ହୋଇପାରିଛନ୍ତି । ରାଜ୍ୟରେ ଥିବା ବଡ ବଡ ଆଲୁମିନିୟମ ପାର୍କ ଅଚଳ ହୋଇ ପଡିଥିବା କାରଣରୁ ଏମଏସଏମଇଗୁଡିକ ବିକାଶ ହୋଇପାରୁନାହିଁ । ୫-ଟି ଶାସନରେ ସରକାରଙ୍କର ସମସ୍ତ ନୀତି ନିୟମ କେବଳ ଅଣଓଡ଼ିଆ ବ୍ୟବସାୟୀମାନଙ୍କୁ ଥଇଥାନ କରିବା ପାଇଁ । ଏପରିକି ରାଜ୍ୟରେ ସରକାର ଯେଉଁ ଟେଣ୍ଡର କାଢ଼ନ୍ତି ସେଥିରେ ଓଡ଼ିଆ ଉଦ୍ୟଗୀମାନଙ୍କୁ ସୁଯୋଗ ନଦେଇ ଅଣଓଡ଼ିଆ ବ୍ୟବସାୟୀମାନଙ୍କୁ ସୁଯୋଗ ମିଳେ ବୋଲି ଶ୍ରୀ ଚାନ୍ଦ କହିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଦି ସରକାର ଏମ୍‌ଏସଏମଇମାନଙ୍କର ବିକାଶ ପାଇଁ ଅନେକ ସୁବିଧା କରିଛନ୍ତି । ଆର୍ôଥକ ପ୍ରୋତ୍ସାହନରୁ ନେଇ ଟିକସ ରିହାତି, ଋଣ ସୁବିଧା, ତାଲିମ ସୁବିଧା ଆଦି ପାଇଁ କେନ୍ଦ୍ର ସରକାର ଯଥେଷ୍ଟ ଅନୁଦାନ ଦେଉଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବ କାରଣରୁ ମୋଦିଙ୍କ ସ୍ୱପ୍ନ ଓଡ଼ିଶାରେ ଶାକାର ହୋଇପାରୁନାହିଁ । ମୋଦିଙ୍କ ସ୍ୱପ୍ନ ପୂର୍ବୋଦୟରୁ ହେବ ଦେଶର ବିକାଶ । ଓଡିଶାକୁ ଆଧୁନିକଭାରତ ମ୍ୟାନୁଫ୍ୟାକଚର ହବ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଯେଉଁ ସ୍ୱପ୍ନ ଦେଇଛନ୍ତି ତାକୁ ରାଜ୍ୟ ସରକାର ସଫଳ କରାଇ ଦେଉନାହିଁ । ଓଡିଶାରେ ଡବଲ ଇଞ୍ଜିନ ସରକାର ହେଲେ ମୋଦିଜୀଙ୍କ ବିକଶିତ ଭାରତ ସହିତ ଏକ ବିକଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ ହୋଇବାରିବ ବୋଲି ଶ୍ରୀ ଚାନ୍ଦ କହିଛନ୍ତି ।
 

Sponsored
ରାଜ୍ୟ ସରକାରଙ୍କ ଦୂରଦୃଷ୍ଟି ଅଭାବ ଓ ପ୍ରତିବଦ୍ଧତାର ଅଭାବ ପାଇଁ ଓଡ଼ିଶାରେ ବିକାଶ ଶୂନ୍ୟ | Argus News