Women Safety / ବାଲିଅନ୍ତା ବର୍ବରତା ପରେ ଚେତିଲା ପୋଲିସ; ନାରୀ ସୁରକ୍ଷା ପାଇଁ ଆସିଲା 'ଉଇ କେୟାର୍ ସାଥୀ' ଆପ୍
·3 months ago·2 min read

Key Points
ଟ୍ଵିନ୍ ସିଟିରେ ନାରୀ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ଆସିଛି ନୂଆ ମୋବାଇଲ୍ ଆପ୍ 'ଉଇ କେୟାର ସାଥୀ' । ତେବେ ପୂର୍ବର କୁଣ୍ଡଳୀ କିମ୍ବା ପିଙ୍କ୍ ଅଟୋ ଯୋଜନା ଭଳି ଏହା କେବଳ ପ୍ରହସନ ହୋଇ ରହିଯିବ ନା ବାସ୍ତବରେ ଲୋକଙ୍କ କାମରେ ଆସିବ ?
ଭୁବନେଶ୍ଵର: ବାଲିଅନ୍ତା ବର୍ବରତା ପରେ ଶେଷରେ ଚେତିଛି କମିଶନରେଟ୍ ପୋଲିସ । ଟ୍ଵିନ୍ ସିଟିରେ ନାରୀ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ଆସିଛି ନୂଆ ମୋବାଇଲ୍ ଆପ୍ 'ଉଇ କେୟାର ସାଥୀ' (We Care Sathi) । ଏହାସହ ଅପରାଧୀ ଓ ସନ୍ଦିଗ୍ଧଙ୍କ ଉପରେ ନଜର ରଖିବାକୁ 'ସରାଇ' ଆପ୍ର ଅପଗ୍ରେଡେଡ୍ ଭର୍ସନ 'ସରାଇ ୨.୦' ମଧ୍ୟ ଲଞ୍ଚ କରାଯାଇଛି ।
ତେବେ ପୂର୍ବର କୁଣ୍ଡଳୀ କିମ୍ବା ପିଙ୍କ୍ ଅଟୋ ଯୋଜନା ଭଳି ଏହା କେବଳ ପ୍ରହସନ ହୋଇ ରହିଯିବ ନା ବାସ୍ତବରେ ଲୋକଙ୍କ କାମରେ ଆସିବ । ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ପୂର୍ବ ଯୋଜନା ଭଳି ପ୍ରହସନ ପାଲଟିବନି ତ ନୂଆ ଆପ୍ ?
ଏଥିସହ ପଢ଼ନ୍ତୁ: ସୌମ୍ୟ ହତ୍ୟା ମାମଲାରେ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ; ରଣପୁର ଜଙ୍ଗଲରେ ଲୁଚିଥିବା ଆଉ ୨ ଜଣ ଗିରଫ
ଅଧିକାଂଶ ସମୟରେ ପୋଲିସ ବା କଣ୍ଟ୍ରୋଲ ରୁମରେ ଅଭିଯୋଗ ପରେ ପିସିଆର ରେସପନ୍ସକୁ ନେଇ ଅନେକ ପ୍ରଶ୍ନ ଉଠୁଥିଲା । ଏବେ ଏହି କ୍ଷେତ୍ରରେ ଦୁଇ ପାଦ ଆଗକୁ ଯାଇ ଆରମ୍ଭ ହୋଇଛି 'ଉଇ କେୟାର ସାଥି' ଆପ୍ । ପୂର୍ବରୁ 'ମୋ ସାଥି' ନାଁ ରେ ଥିବା ଆପ୍ରେ ବ୍ୟାପକ ଅପଗ୍ରେଡେସନ୍ କରାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କିଭଳି କାମ କରିବ 'ଉଇ କେୟାର ସାଥି' ?
କୌଣସି ସ୍ଥାନରେ ଜଣେ ମହିଳା ବା ଯୁବତୀ ଅସୁବିଧାରେ ପଡ଼ିଲେ, ସେ ତୁରନ୍ତ ତାଙ୍କର ରିୟଲ ଟାଇମ ଲୋକେସନ, ଅଭିଯୁକ୍ତର ଫଟୋ ଏବଂ ଘଟଣାକ୍ରମର ଭିଡିଓ ଆଦି ସେୟାର କରିପାରିବେ । ଅଭିଯୋଗ ମିଳିବା ମାତ୍ରେ ଏମର୍ଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମ ଦ୍ୱାରା ଅଭିଯୁକ୍ତଙ୍କ ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ବୋଲି କହିଛନ୍ତି ପୋଲିସ କମିଶନର ଏସ୍.ଦେବଦତ୍ତ ସିଂ ।
ସେହିପରି ଟୁଇନ ସିଟିର ବିଭିନ୍ନ ହୋଟେଲ ଓ ଲଜ୍ରେ ରହୁଥିବା ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ତଥ୍ୟ ଜାଣିବା ପାଇଁ ୨୦୨୧ ମସିହାରେ ଆରମ୍ଭ ହୋଇଥିଲା 'ସରାଇ' ଆପ୍ । ଏହି ଆପ୍ ଜରିଆରେ କିଛି ଅପରାଧିକ ଗ୍ୟାଙ୍ଗ ନିକଟରେ ପହଞ୍ଚିବାରେ ମଧ୍ୟ ପୋଲିସ ସକ୍ଷମ ହୋଇଥିଲା ।
ଅପଗ୍ରେଡ୍ ହେଲା 'ସରାଇ' ଆପ୍
ଏବେ ଏହି ଆପ୍ଟିକୁ ଅପଗ୍ରେଡ୍ କରି 'ସରାଇ ୨.୦' ନାଁ ଦିଆଯାଇଛି । ବିଦେଶୀ ନାଗରିକ, ଅପରାଧୀ କିମ୍ବା କୌଣସି ସନ୍ଦିଗ୍ଧ ଆସି ସହରରେ ଆଡ୍ଡା ପକାଇଲେ ତୁରନ୍ତ ଖବର ପାଇପାରିବ କମିଶନରେଟ ପୋଲିସ ।
ଏଥିସହ ପଢ଼ନ୍ତୁ: ସିଙ୍ଗର୍ ବନାଇବାର ପ୍ରତିଶ୍ରୁତି ଦେଇ ଏକାଧିକ ଥର ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ, ଗିରଫ ହେଲେ ଟେଲି ଅଭିନେତା

ବାଲିଅନ୍ତା ଘଟଣା ପରେ ତରବରିଆ ଭାବେ ଅଣା ଯାଇଥିବା ଏହି 'ଉଇ କେୟାର ସାଥୀ' ଓ 'ସରାଇ ୨.୦' ଆପ୍ ବାସ୍ତବରେ କେତେ ମାତ୍ରାରେ କାର୍ଯ୍ୟକ୍ଷମ ହେଉଛି ଏବଂ ସହରର ନାରୀମାନଙ୍କୁ କେତେ ସୁରକ୍ଷା ଦେଇପାରୁଛି, ତାହା ଏବେ ଦେଖିବାକୁ ବାକି ରହିଲା ।
Related Topics
Explore more stories