|
logo
Live
Argus News App
GET APP

Argus News - ରାଜ୍ୟରେ ବଢ଼ିବ ଜିଲ୍ଲା ସହ ଉପଖଣ୍ଡ ସଂଖ୍ୟା; ବରଗଡ଼, ଗଞ୍ଜାମ ଓ କୋରାପୁଟ ଜିଲ୍ଲାରୁ ସର୍ବାଧିକ ପ୍ରସ୍ତାବ

Odisha

Odisha Assembly / ରାଜ୍ୟରେ ବଢ଼ିବ ଜିଲ୍ଲା ସହ ଉପଖଣ୍ଡ ସଂଖ୍ୟା; ବରଗଡ଼, ଗଞ୍ଜାମ ଓ କୋରାପୁଟ ଜିଲ୍ଲାରୁ ସର୍ବାଧିକ ପ୍ରସ୍ତାବ

Sushanta Sahoo
Browse all articles by Sushanta Sahoo
·1 month ago·2 min read
ରାଜ୍ୟରେ ବଢ଼ିବ ଜିଲ୍ଲା ସହ ଉପଖଣ୍ଡ ସଂଖ୍ୟା; ବରଗଡ଼, ଗଞ୍ଜାମ ଓ କୋରାପୁଟ ଜିଲ୍ଲାରୁ ସର୍ବାଧିକ ପ୍ରସ୍ତାବ
Odisha to Get New Districts

Key Points

୨୦୨୬-୨୭ ଆର୍ଥିକ ବର୍ଷରେ ନୂଆ ଜିଲ୍ଲା ଗଠନ ପାଇଁ ରାଜ୍ୟ ସରକାର ପ୍ରସ୍ତାବ ମାଗିଛନ୍ତି । ପ୍ରସ୍ତାବ ଆସିଲେ ବିଚାର କରାଯିବ ବୋଲି ଗୃହରେ ଲିଖିତ ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।
ଭୁବନେଶ୍ଵର: ନୂଆ ଜିଲ୍ଲା ଗଠନ ପାଇଁ ପ୍ରସ୍ତାବ ମାଗିଛନ୍ତି ରାଜ୍ୟ ସରକାର । ୨୦୨୬-୨୭ ଆର୍ଥିକ ବର୍ଷରେ ନୂଆ ଜିଲ୍ଲା ଗଠନ ପାଇଁ ରାଜ୍ୟ ସରକାର ପ୍ରସ୍ତାବ ମାଗିଛନ୍ତି । ପ୍ରସ୍ତାବ ଆସିଲେ ବିଚାର କରାଯିବ ବୋଲି ଗୃହରେ ଲିଖିତ ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ବର୍ତ୍ତମାନ ସୁଦ୍ଧା ୩୧ଟି ନୂଆ ଜିଲ୍ଲା ଗଠନ ପାଇଁ ଦାବି ପତ୍ର ରାଜ୍ୟ ସରକାରଙ୍କ ହସ୍ତଗତ ହୋଇଛି । ଉପଯୁକ୍ତ ସମୟରେ ସରକାର ବିଚାର କରିବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ । ସେହିପରି ରାଜ୍ୟରେ ବଢ଼ିପାରେ ସବଡିଭିଜନ ସଂଖ୍ୟା । ନୂଆ କରି ୬୬ଟି ସବଡିଭିଜନ ବା ଉପଖଣ୍ଡ ଗଠନ ପାଇଁ ସରକାରଙ୍କ ପାଖରେ ପ୍ରସ୍ତାବ ରହିଛି ।

ଏଥିସହ ପଢ଼ନ୍ତୁମାଲେମାଲ୍ ହେବ ମୟୂରଭଞ୍ଜ; ମାଟି ତଳେ ଥିବା ସୁନା, ତମ୍ବା ତଥ୍ୟ ଦେଲେ ସରକାର

ନୂଆ ଉପଖଣ୍ଡ ଗଠନ ପାଇଁ ଆସିଥିବା ପ୍ରସ୍ତାବ ଗୁଡ଼ିକର ସରକାର ବିଚାର କରୁଛନ୍ତି । ବରଗଡ଼, ଗଞ୍ଜାମ ଓ କୋରାପୁଟ ଜିଲାରୁ ସର୍ବାଧିକ ପ୍ରସ୍ତାବ ଆସିଛି ବୋଲି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।

ସେପଟେ ବାଲି ମାଫିଆଙ୍କୁ ରୋକିବାକୁ କଠୋର ହୋଇଛନ୍ତି ସରକାର । ଗତ ପାଞ୍ଚ ବର୍ଷ ଭିତରେ ୧୧ ହଜାର ୨୨୩ ବେଆଇନ ବାଲି ଖନନ ଉପରେ ଚଢ଼ାଉ ହୋଇଛି । ୧୦ ହଜାର ୪୦୫ ମୋଟର ଯାନ ଜବତ କରାଯାଇଛି ।

ଏଥିସହ ପଢ଼ନ୍ତୁ: ଅର୍ଥନୈତିକ ସର୍ଭେ ରିପୋର୍ଟ, ବଢିଛି ମୁଣ୍ଡପିଛା ଆୟ

୧ ହଜାର ୧୦୧ ଜଣଙ୍କୁ ଗିରଫ କରାଯାଇଛି । ୬୪ କୋଟି ୪ ଲକ୍ଷ ୬୬ ହଜାର ୧୦୭ ଟଙ୍କା ଜରିମାନା ଆଦାୟ କରାଯାଇଛି । ଗତ ପାଞ୍ଚ ବର୍ଷରେ ଲଘୁ ଖଣିଜ ଦ୍ରବ୍ୟରୁ ୫୩୫ କୋଟି ୩୨ ଲକ୍ଷ ଟଙ୍କା ରାଜସ୍ଵ ଆଦାୟ ହୋଇଛି ବୋଲି ଗୃହରେ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଦୁଇ ଦିନ ହେଲାଣି ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ବିଧାନସଭା ଚାଲିପାରିୁନି । ଧାନ କିଣା ପ୍ରସଙ୍ଗ ଉଠାଇ ବିଜେଡି ବିଧାୟକଙ୍କ ହୋ ହଲ୍ଲା କରିଥିବା ବେଳେ କଂଗ୍ରେସ ମଧ୍ୟ ଧାନ କିଣା ଏବଂ ୩୦୦ ୟୁନିଟ୍‌ ମାଗଣା ବିଜୁଳି ପ୍ରସଙ୍ଗ ଉଠାଇ ଗୃହର ମଧ୍ୟ ଭାଗରେ ନାରାବାଜି କରିଥିଲା । ଫଳରେ ଗୃହ ପ୍ରଥମେ ସାଢ଼େ ୧୧ଟା ପରେ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ ବାଚସ୍ପତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Assembly: ରାଜ୍ୟରେ ବଢ଼ିବ ଜିଲ୍ଲା ସହ ଉପଖଣ୍ଡ ସଂଖ୍ୟା; ବରଗଡ଼, ଗଞ୍ଜାମ ଓ କୋରାପୁଟ ଜିଲ୍ଲାରୁ ସର୍ବାଧିକ ପ୍ରସ୍ତାବ | Argus News