Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସ୍ଵାୟତ୍ତ ଶାସନ ଦିବସରେ ମିଳିବ ଭେଟି: ଆଉ ୯ ନୂଆ NAC ନାଁ ଘୋଷଣା କରିବେ ସରକାର

Sushanta Sahoo
Browse all articles by Sushanta Sahoo
·10 months ago·2 min read
ସ୍ଵାୟତ୍ତ ଶାସନ ଦିବସରେ ମିଳିବ ଭେଟି: ଆଉ ୯ ନୂଆ NAC ନାଁ ଘୋଷଣା କରିବେ ସରକାର

Key Points

ଖୁବଶୀଘ୍ର ରାଜ୍ୟ ସରକାର ଘୋଷଣା କରିବେ ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ନାଁ । ଏନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

ଭୁବନେଶ୍ଵର: ନୂତନ NAC ଗଠନ ନେଇ କିଛି ସ୍ଥାନରେ ଅସନ୍ତୋଷ ରହିଥିବା ବେଳେ ଖୁବଶୀଘ୍ର ରାଜ୍ୟ ସରକାର ଘୋଷଣା କରିବେ ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ନାଁ । ଏନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ମନ୍ତ୍ରୀ କହିଛନ୍ତି, ଆସନ୍ତା ୩୧ ତାରିଖ ସ୍ଵାୟତ୍ତ ଶାସନ ଦିବସରେ ରାଜ୍ୟ ସରକାର ଆଉ ୯ NAC ନାଁ ଘୋଷଣା କରିବେ ।


ଗତ ୧୭ ତାରିଖରେ ୭ ଜିଲ୍ଲାରେ ୧୨ଟି NAC ଗଠନ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସରକାର ସ୍ଵାୟତ୍ତ ଶାସନ ଦିବସରେ ଆଉ ୯ NAC ନାଁ ଘୋଷଣା କରିବେ । ଯେଉଁ ଜିଲ୍ଲା ମାନଙ୍କରେ କିଛି ଅଞ୍ଚଳକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଦାବି ହେଉଛି ତା'କୁ ସରକାର ବିଚାରକୁ ନେଇଥିବା କହିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ।


ସେ କହିଛନ୍ତି, ସେଠାକାର ଜନସଂଖ୍ୟା ସହ ଯାହା ଯାହା ମାପ କାଠି ରହିଛି ସେହି ଆଧାରରେ ବିଭିନ୍ନ ସମସ୍ୟାକୁ ଅନୁଧ୍ୟାନ ପରେ ଡ୍ରାଫ୍ଟ ନୋଟିସ୍ ପ୍ରସ୍ତୁତ କରାଯିବ । ତା'ପରେ ଗୃହ ଓ ନଗର ଉନ୍ନୟନ ବିଭାଗ ମୁଖ୍ୟମନ୍ତ୍ରୀଙ୍କୁ ଡ୍ରାଫ୍ଟ ପଠାଇବ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଅନୁମତି ମିଳିବା ଦରକାର । ଖାଲି ସବୁ ଛୋଟ ଛୋଟ ସହରକୁ NAC ପାଇଁ ଦାବି କଲେ ହେବ ନାହିଁ । ଏଥିପାଇଁ କିଛି ନିୟମ ଏବଂ ମାପକାଠି ରହିଛି, ସେ ସବୁକୁ ପାଳନ କରିବାକୁ ପଡ଼ିବ ।


ସ୍ଵାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ନୂଆ କରି ୨୧ଟି ବିଜ୍ଞାପିତ ପରିଷଦ ଗଠନ କରାଯିବ ବୋଲି ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘୋଷଣାର ଦିନକ ପରେ ୧୨ ବିଜ୍ଞାପିତ ପରିଷଦ ଗଠନ ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲା ଗୃହ ଓ ନଗର ଉନ୍ନୟନ ବିଭାଗ । ଏହା ପରେ ସରକାରଙ୍କ ପକ୍ଷରୁ ଗେଜେଟ୍ ନୋଟିଫିକେସନ୍ ପ୍ରକାଶ ପାଇବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅନୁଗୁଳର ପାଲଲହଡ଼ା, ସୁବର୍ଣ୍ଣପୁରର ବୀରମହାରାଜପୁର, ବାଲେଶ୍ଵରର ସିମୁଳିଆ ଓ ବସ୍ତା, ମୟୂରଭଞ୍ଜର ବେତନଟୀ, ବାଙ୍ଗିରିପୋଷି ଓ ଚିତ୍ରଡ଼ା, ରାୟଗଡ଼ାର ବିଷମ କଟକ, ସମ୍ବଲପୁରର ବାମରା ଓ ରେଙ୍ଗାଲି, ଭଦ୍ରକର ତିହିଡ଼ି ଓ ଧୁଷୁରୀକୁ ନେଇ ନେଇ ବିଜ୍ଞାପିତ ପରିଷଦ ଗଠନ ନେଇ ଚିଠା ବିଜ୍ଞପ୍ତି ପ୍ରକାଶ ପାଇ ସାରିଛି ।


ଓଡ଼ିଶା ସମ୍ପର୍କିତ ଅଧିକ ଖବର ପଢ଼ନ୍ତୁ

Sponsored
Odisha to Announce 9 New NACs on August 31, Confirms Urban Development Minister | Argus News | Argus News