Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Ganja Seizure / ଗଞ୍ଜେଇ ଧରପଗଡ଼ରେ ଓଡ଼ିଶା ନମ୍ବର- ୧, ୫ ବର୍ଷରେ ଧରା ପଡ଼ିଛି ୧୦ ଲକ୍ଷ କେଜି ଗଞ୍ଜେଇ

Santosh Kumar Sahoo
Browse all articles by Santosh Kumar Sahoo
·5 months ago·2 min read
ଗଞ୍ଜେଇ ଧରପଗଡ଼ରେ ଓଡ଼ିଶା ନମ୍ବର- ୧, ୫ ବର୍ଷରେ ଧରା ପଡ଼ିଛି ୧୦ ଲକ୍ଷ କେଜି ଗଞ୍ଜେଇ
Ganja Seized

Key Points

ଗଞ୍ଜେଇକୁ ନେଇ ଓଡ଼ିଶାର ଅଲୋଡ଼ା ରେକର୍ଡ
ଗଞ୍ଜେଇ ଧରପଗଡ଼ରେ ଆମ ରାଜ୍ୟ ୧ ନମ୍ବର
୫ ବର୍ଷରେ ଧରା ପଡ଼ିଛି ୧୦ ଲକ୍ଷ କେଜି ଗଞ୍ଜେଇ
ଗଞ୍ଜେଇକୁ ନେଇ ଓଡ଼ିଶାର ଅଲୋଡ଼ା ରେକର୍ଡ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଗତ ୫ ବର୍ଷରେ ସାରା ଦେଶରେ ଓଡ଼ିଶାରୁ ସର୍ବାଧିକ ଗଞ୍ଜେଇ ସିଜ୍ ହୋଇଛି । ୨୦୨୦ରୁ ୨୦୨୫ ମଧ୍ୟରେ ମୋଟ୍ ୧୦ ଲକ୍ଷ ୬୦ ହଜାର କେଜି ଗଞ୍ଜେଇ ଚୋରା ଚାଲାଣ ବେଳେ ଧରାପଡ଼ିଛି । ଏହି ସମୟରେ ସିକିମ୍‌ରେ ମାତ୍ର ୪ କେଜି ଗଞ୍ଜେଇ ସିଜ୍ ହୋଇଛି । 'ସିଲ୍‌ଭର ଅକ୍ସ' ବା 'ଗଞ୍ଜେଇର ହବ୍' କୁହାଯାଉଥିବା ଆନ୍ଧ୍ରପ୍ରଦେଶର ବିଶାଖପାଟଣା ଓ ଚିତ୍ତୋରରେ ପ୍ରଚୁର ମାତ୍ରାରେ ଗଞ୍ଜେଇ ଉତ୍ପାଦନ ହେଉଛି । କିନ୍ତୁ ଏଠାରେ ମଧ୍ୟ ସିଜ୍ ଗଞ୍ଜେଇର ପରିମାଣ ଓଡ଼ିଶାଠାରୁ ଅଧା ।

ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋର ତଥ୍ୟ ଅନୁସାରେ, ଏକ ଅଲୋଡ଼ା ରେକର୍ଡ କରିଛି ଓଡ଼ିଶା । ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଗତ ୫ ବର୍ଷ ଭିତରେ ଓଡ଼ିଶାରୁ ଧରାପଡ଼ିଛି ମୋଟ୍ ୧୦ ଲକ୍ଷ କେଜି ଗଞ୍ଜେଇ । ଯାହା ସାରାଦେଶରେ ସର୍ବାଧିକ । ଗତ ୫ ବର୍ଷରେ ଓଡ଼ିଶାରୁ ସର୍ବାଧିକ ୧୦.୬ ଲକ୍ଷ କେଜି ଗଞ୍ଜେଇ ଜବତ ହୋଇଛି । ଆଶ୍ଚର୍ଯ୍ୟଜନକ ଭାବେ ଆନ୍ଧ୍ରପ୍ରଦେଶ, ହିମାଚଳ, ଉତ୍ତରାଖଣ୍ଡ ଓ ମଣିପୁର ଭଳି ରାଜ୍ୟରେ ମଧ୍ୟ ବହୁଳ ପରିମାଣରେ ଗଞ୍ଜେଇ ଉତ୍ପାଦନ ହେଉଥିଲେ ବି ଓଡ଼ିଶାରୁ ସର୍ବାଧିକ ଗଞ୍ଜେଇ ସିଜ୍ ହୋଇଛି । ଏହି ସମୟରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ସିଜ୍ ହୋଇଛି ସାଢ଼େ ୫ ଲକ୍ଷ କେଜି ଓ ଉତ୍ତରପ୍ରଦେଶରୁ ପ୍ରାୟ ଅଢେଇ ଲକ୍ଷ କେଜି ଗଞ୍ଜେଇ । ଗତ ୫ ବର୍ଷରେ ସିଜ୍ ହୋଇଥିବା ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ରିପୋର୍ଟରୁ ଜଣାପଡ଼ିଛି । କେରଳରେ ସାଢ଼େ ୫ ହଜାର କେଜି ଓ ସିକିମରେ ୫ ବର୍ଷ ମଧ୍ୟରେ ମାତ୍ର ୪ କେଜି ଗଞ୍ଜେଇ ଜବତ ହୋଇଛି ।

ଭାରତ ସରକାରଙ୍କ ୧୯୮୫ NDPS ଆକ୍ଟ ଅନୁଯାୟୀ ଓଡ଼ିଶାରେ ଗଞ୍ଜେଇ ବେଆଇନ୍ । ଗଞ୍ଜେଇ ଚାଷ କରିବା, ରଖିବା, ବିକ୍ରୟ କିମ୍ବା ପରିବହନ ଦଣ୍ଡନୀୟ ଅପରାଧ । ଗଞ୍ଜେଇ ସହ ଧରାପଡ଼ିଲେ ଜରିମାନା ସହ କଠୋର କାରାଦଣ୍ଡର ବ୍ୟବସ୍ଥା ରହିଛି । ଗଞ୍ଜେଇ ପରିମାଣ ଅନୁଯାୟୀ କାରାଦଣ୍ଡ ୧୦ରୁ ୨୦ ବର୍ଷ ଯାଏଁ ହୋଇପାରେ । ସେଥିପାଇଁ ଓଡ଼ିଶା ପୋଲିସ ଏବଂ ଅବକାରୀ ବିଭାଗ ବିଭିନ୍ନ ସମୟରେ ଚଢ଼ାଉ କରି ହେକ୍ଟର ହେକ୍ଟର ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରିଥାନ୍ତି ।

ଦେଖନ୍ତୁ ଏହି ଖବର: ଧାନ କିଣାକୁ ନେଇ ମୁହାଁମୁହିଁ, ମନ୍ତ୍ରୀ କହିଲେ ଫେକ୍ ଚାଷୀ କରୁଛନ୍ତି ଆନ୍ଦୋଳନ

ଓଡ଼ିଶାର କନ୍ଧମାଳ, ଗଜପତି, ବୌଦ୍ଧ ଏବଂ ମାଲକାନଗିରି ଭଳି ଦୁର୍ଗମ ଅଞ୍ଚଳରେ ବେଆଇନ ଭାବେ ବହୁ ପରିମାଣରେ ଗଞ୍ଜେଇ ଚାଷ କରାଯାଏ । ଏପଟେ କିନ୍ତୁ ନୀଳ ଜହରର ହବ୍‌ ପାଲଟିଛି କୋରାପୁଟ । ଗଞ୍ଜେଇ ମାମଲାରେ ଜବତ ହୋଇଛି ମାଳମାଳ ଗାଡି । ଏହି ସଂଖ୍ୟା ହିଁ ବୟାନ କରୁଛି, କୋରାପୁଟ ଜିଲ୍ଲାରେ କେମିତି ଚାଲିଛି ନୀଳ ଜହରର ବେଆଇନ ବେପାର । ଅନ୍ୟପଟେ ବାରମ୍ବାର ବନ୍ଧା ହେବା ସତ୍ବେ ପୁଣି ଜାମିନରେ ଆସି ବେପାର କରୁଛନ୍ତି ଅପରାଧି । କାରଣ ସାଜିଛି ଅବକାରୀ ବିଭାଗ କର୍ମଚାରୀଙ୍କ ଅନଭିଜ୍ଞତା ଓ ବିନା ତାଲିମରେ କୋର୍ଟରେ ମାମଲାର ଉପସ୍ଥାପନା । ମାମଲା ଦାୟର ହେଲେ ବି ଖଲାସ ହୋଇଯାଉଛନ୍ତି ଅପରାଧୀ ଓ ପୁଣି ବେପାର କରୁଛନ୍ତି ।

ଓଡ଼ିଶା ସୀମାକୁ ଲାଗିଥିବା ଆନ୍ଧ୍ରପ୍ରଦେଶର ବିଶାଖପାଟଣା ଏବଂ ଚିତ୍ତୁର ଜିଲ୍ଲାରେ ମଧ୍ୟ ପ୍ରଚୁର ପରିମାଣରେ ଗଞ୍ଜେଇ ଉତ୍ପାଦନ ହୁଏ । ଏହାକୁ 'ସିଲ୍ଭର ଅକ୍ସ' ବା 'ଗଞ୍ଜେଇର ହବ୍' ମଧ୍ୟ କୁହାଯାଏ । ଯାହା ପଡ଼ୋଷୀ ଜିଲ୍ଲାଦେଇ ମଧ୍ୟ ଓଡ଼ିଶା ଭିତରକୁ ପ୍ରବେଶ କରୁଛି । ତେବେ ଅବକାରୀ ବିଭାଗତ ଜୋରଦାର ଚଢ଼ାଉ ଯୋଗୁଁ ଅଧିକ ପରିମାଣରେ ଗଞ୍ଜେଇ ସିଜ୍ ହେଉଥିବା ମଧ୍ୟ କୁହାଯାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Ranks No.1 in Ganja Seizure, Over 10 Lakh Kg Recovered in Last Five Years | Argus News