Govt Warns OFS Officers / ବଦଳି ପରେ ବି ବାବୁ ଛାଡ଼ୁ ନାହାନ୍ତି ଚଉକି; ବନ୍ଦ ହେବ ଦରମା
·12 hours ago·2 min read

Key Points
ଏପ୍ରିଲ ୧୬ରେ ବଦଳି ନିର୍ଦ୍ଦେଶ
ମେ ୧୯ ରେ ରିମାଇଣ୍ଡର
ଜୁନ୍ ୧୮ରେ କାର୍ଯାନୁଷ୍ଠାନ ଚେତାବନୀ
ତଥାପି ବେଫିକର ବାବୁ, ବଦଳି ନିର୍ଦ୍ଦେଶକୁ ଫୁ
ମେ ୧୯ ରେ ରିମାଇଣ୍ଡର
ଜୁନ୍ ୧୮ରେ କାର୍ଯାନୁଷ୍ଠାନ ଚେତାବନୀ
ତଥାପି ବେଫିକର ବାବୁ, ବଦଳି ନିର୍ଦ୍ଦେଶକୁ ଫୁ
ଭୁବନେଶ୍ଵର: ଗାଦି ଛାଡ଼, ନହେଲେ ବନ୍ଦ ହେବ ଦରମା । ବଦଳି ଆଦେଶକୁ ମାନୁ ନଥିବା ଅଧିକାରୀଙ୍କ ପାଇଁ ଅର୍ଥ ବିଭାଗ ଦେଇଛି କଡ଼ା ଚେତାବନୀ । ଚାରି ମାସରେ ଚାରି ଥର ବଦଳି ନିର୍ଦ୍ଦେଶକୁ ମାନୁ ନଥିବା ବାବୁଙ୍କ ପାଇଁ ଦରମା ବନ୍ଦ ପରି କଡ଼ା ଆଭିମୁଖ୍ୟ ନେବାକୁ ଯାଉଛି ଅର୍ଥ ବିଭାଗ ।
ଗାଦି ମଡା ବାବୁଙ୍କ ଚଉକି ଲୋଭ । ବଦଳି ପରେ ବି ଯାଉନାହାଁନ୍ତି ନୂଆ ସ୍ଥାନକୁ । ଚାରି ମାସରେ ଚାରି ଚାରି ଥର ଚିଠି ପରେ ଶେଷରେ ଦରମା ବନ୍ଦ ପାଇଁ ନିଷ୍ପତ୍ତି । ଏପ୍ରିଲ ୧୬ରେ ଓଡ଼ିଶା ଅର୍ଥ ସେବା(ଓଏଫଏସ)ର ୯୦ଜଣ ଅଫିସରଙ୍କ ଏକକାଳୀନ ହୋଇଥିଲା ବଦଳି ।
ଏଥିସହ ପଢ଼ନ୍ତୁ: ସମାଜସେବୀ ନା ମହାଠକ ? ମଞ୍ଚରେ ମାରୁଥିଲା ଭାଷଣ, ପଛରେ ରଚୁଥିଲା ଠକେଇର ଜାଲ
କିନ୍ତୁ କିଛି ଅଧିକାରୀ ଗାଦି ଛାଡିବାକୁ ହେଲେ ଅମଙ୍ଗ । ପରେ ମେ ୧୯ରେ ପ୍ରଥମ ରିମାଇଣ୍ଡର ପଠାଇ, ୨୫ ସୁଦ୍ଧା ନୂଆ ସ୍ଥାନରେ ଯୋଗ ଦେବାକୁ ଦିଆଗଲା ନିର୍ଦ୍ଦେଶ । କିନ୍ତୁ ତାହା ବି ପ୍ରଭାବ ପକାଇ ନଥିଲା । ପୁଣି ଜୁନ୍ ୧୮ ଚିଠିରେ ଅଫିସରମାନେ ବଦଳି ନିର୍ଦ୍ଦେଶ ମାନୁନଥିବାରୁ ତାହା ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ବିଧିର ଖୋଲା ଉଲ୍ଲଘଂନ ଓ ପ୍ରଶାସନିକ ଅନୁଶାସନ ହୀନତା ବୋଲି କହିଥିଲା ଅର୍ଥ ବିଭାଗ ।
ଆଉ ଜୁଲାଇ ୧୭ ତାରିଖରେ ବିଭାଗ ଦେଖାଇଛି କଡ଼ା ଆଭିମୁଖ୍ୟ । ବଦଳି ହୋଇଥିବା ବାବୁମାନେ ଯଦି ନିଜର ନୂଆ ସ୍ଥାନରେ ଜୁଲାଇ ୨୦ତାରିଖ ସୁଦ୍ଧା ଯୋଗ ନଦେବେ । ତା’ହେଲେ ଜୁଲାଇ ୨୧ରୁ ସେମାନଙ୍କର ଦରମା ବନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ନିକଟରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବି ଏମିତି ନିର୍ଦ୍ଦେଶ ନାମା ଜାରି ହୋଇଥିଲା । ବନ ବିଭାଗର ଅଧିକାରୀ ମାନେ ବଦଳି ନିର୍ଦ୍ଦେଶକୁ ମାନୁ ନଥିବା ନେଇ ଅସନ୍ତୋଷ ପ୍ରକାଶ କରି ସମସ୍ତ ଆରସିସିଏଫ ଏବଂ ଡିଏଫଓଙ୍କୁ ଚିଠି କରିଥିଲେ ପିସିସିଏଫ ।
ଏଥିସହ ପଢ଼ନ୍ତୁ: ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି; ଜିଲ୍ଲାପାଳମାନଙ୍କ ସହ କାଲି ରାଜ୍ୟ ନିର୍ବାଚନ ଆୟୋଗଙ୍କ ବୈଠକ
ଏଠି ପ୍ରଶ୍ନ ଉଠିଛି କାହିଁକି ବିଭାଗର ବାରମ୍ବାର ନିର୍ଦ୍ଦେଶକୁ ମନୁ ନାହାନ୍ତି ଅଧିକାରୀ । ଏମିତି କି ଅଧିକାରୀ ମାନେ ବାହ୍ୟ ଚାପ ପକାଇ ବଦଳି ନିର୍ଦ୍ଦେଶକୁ ବାତିଲ୍ କରାଇବାକୁ ଚେଷ୍ଟା କରୁଥିବା ଚିଠିରେ ଉଲ୍ଲେଖ କରିଥିଲେ ପିସିସିଏଫ ।
ପ୍ରଶ୍ନ ଉଠିଛି ଏ ବାହ୍ୟ ଚାପ କାହାର ? ରାଜନୈତିକ ଅସ୍ତ୍ରକୁ ବଦଳି ବାତିଲ୍ ପାଇଁ ବ୍ୟବହାର କରୁଛନ୍ତି କି ବାବୁ ? ଏହାକୁ ନେଇ ତେଜିଛି ରାଜନୈତିକ ବୟାନ ବାଜିଛି । ଏବେ ଦେଖିବାର କଥା ହେଉଛି ଦରମା ବନ୍ଦ ନିଷ୍ପତ୍ତି ବାବୁଙ୍କ ମନରେ ଭୟ ପଶାଇ ପାରୁଛି ନା ନାହିଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories