Odisha Panchayat Polls / ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି; ଜିଲ୍ଲାପାଳମାନଙ୍କ ସହ କାଲି ରାଜ୍ୟ ନିର୍ବାଚନ ଆୟୋଗଙ୍କ ବୈଠକ
·15 hours ago·2 min read

Key Points
ଆସନ୍ତା ବର୍ଷ ଏପ୍ରିଲ୍ କିମ୍ବା ମେ ମାସରେ ହୋଇପାରେ ପଞ୍ଚାୟତ ନିର୍ବାଚନ । ଯେଉଁଥିପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି ।
ଭୁବନେଶ୍ଵର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ହାତରେ ଆଉ ବର୍ଷରୁ କମ୍ ସମୟ । ଆସନ୍ତା ବର୍ଷ ଏପ୍ରିଲ୍ କିମ୍ବା ମେ ମାସରେ ହୋଇପାରେ ପଞ୍ଚାୟତ ନିର୍ବାଚନ । ଯେଉଁଥିପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି ।
ଏହି କ୍ରମରେ ଆସନ୍ତକାଲି ମଙ୍ଗଳବାର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ବୈଠକ କରିବେ ରାଜ୍ୟ ନିର୍ବାଚନ ଆୟୋଗ । ଏହି ବୈଠକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜନ କରାଯିବ । ଯେଉଁଥିରେ ୨୦୨୭ ମସିହାରେ ହେବାକୁ ଥିବା ପଞ୍ଚାୟତ ଏବଂ ପୌର ନିର୍ବାଚନ ପ୍ରସ୍ତୁତି ନେଇ ଚର୍ଚ୍ଚା କରାଯିବ ।
ଏଥିସହ ପଢ଼ନ୍ତୁ: ଏପ୍ରିଲ କିମ୍ବା ମେ'ରେ ପଞ୍ଚାୟତ ଏବଂ ପୌର ନିର୍ବାଚନ, ମାର୍ଚ୍ଚରେ ହେବ ନୋଟିଫିକେସନ୍
ଏଥିସହ ଆୟୋଗ ଭୋଟର ତାଲିକା ପ୍ରସ୍ତୁତି ନେଇ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିବେ । ରାଜ୍ୟର ୬, ୭୯୪ ପଞ୍ଚାୟତ. ୮୫୩ ଜିଲ୍ଲା ପରିଷଦ ଏବଂ ୯୧, ୯୧୩ ୱାର୍ଡରେ ହେବ ନିର୍ବାଚନ । ସେପ୍ଟେମ୍ବର ୫ତାରିଖ ପରେ ଏସ.ଆଇ.ଆର.ର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ।
ଯାହା ପରେ ଅକ୍ଟୋବର ମାସରେ ପଞ୍ଚାୟତ ନିର୍ବାଚନ ପାଇଁ ୯୧, ୯୧୩ ୱାର୍ଡରେ ଘର ଘର ବୁଲି ଭୋଟର ତାଲିକା ପ୍ରସ୍ତୁତି କରିବେ ରାଜ୍ୟ ନିର୍ବାଚନ ଆୟୋଗ । ଏଥିପାଇଁ ପ୍ରସ୍ତୁତି ନେଇ ବୈଠକରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯିବ ।
ସେପଟେ ୨ ଦିନ ତଳେ ପୌରାଞ୍ଚଳ ଅଧ୍ୟକ୍ଷ ପଦ ପାଇଁ ପ୍ରକାଶ ପାଇଛି ସଂରକ୍ଷଣ ତାଲିକା । ପୌର ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ ଆୟୋଗ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପୌରାଞ୍ଚଳ ପାଇଁ ୧୨ ହଜାର ଇଭିଏମ, ଆଉ ୬ ହଜାର ନୂଆ ଇଭିଏମ ଆବଶ୍ୟକ ରହିଛି । ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ଡୋର୍ ଟୁ ଡୋର୍ ସର୍ଭେ କରାଯିବ ।
ଏନଏସିରେ ଗୋଟେ ୱାର୍ଡକୁ ଗୋଟେ ବୁଥ୍ ହେବ। ପୌରାଞ୍ଚଳ ଓ ପଞ୍ଚାୟତ ନିର୍ବାଚନ ପାଇଁ ମାର୍ଚ୍ଚ ମାସରେ ନୋଟିଫିକେସନ୍ ହେବ । ଏପ୍ରିଲ କିମ୍ବା ମେରେ ପାଖାପାଖି ସମୟରେ ଉଭୟ ପଞ୍ଚାୟତ ଏବଂ ପୌର ନିର୍ବାଚନ ଅନୁଷ୍ଠିତ ହେବ । ସମୁଦାୟ ୧୪୩ ପୌର, ଏନଏସି ଏବଂ ମ୍ୟୁନିସିପାଲ କର୍ପୋରେସନ ପାଇଁ ନିର୍ବାଚନ ହେବ ।
ଏଥିସହ ପଢ଼ନ୍ତୁ: ପୌର ଭୋଟ୍ ପୂର୍ବରୁ ଖାଲି ହେଉଛି ବିରୋଧୀଙ୍କ ପକେଟ୍
ଆସନ୍ତା ୨୦୨୭ ଏପ୍ରିଲ-ମେ’ ମାସରେ ରାଜ୍ୟରେ ଅନୁଷ୍ଠିତ ହେବ ପଞ୍ଚାୟତ ନିର୍ବାଚନ । ଜୁନ୍ ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ୱାର୍ଡ ଗଡ଼ବଡ଼ ଏଡ଼ାଇବାକୁ ପ୍ରଥମ ଥର ପାଇଁ ଘରକୁ ଘର ବୁଲି ସର୍ଭେ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ସୂଚନା ଦେଇଛନ୍ତି ।
ଗୋଟିଏ ୱାର୍ଡର ସମସ୍ତ ଭୋଟର ଯେମିତି ନିଜ ୱାର୍ଡ ବା ବୁଥରେ ଭୋଟ୍ ଦେବେ ସେନେଇ ବ୍ୟବସ୍ଥା କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଏଥିପାଇଁ ସେପ୍ଟେମ୍ବରରେ SIR ପ୍ରକ୍ରିୟା ସରିବା ପରେ, ଅକ୍ଟୋବରରେ ସର୍ଭେ ଆରମ୍ଭ କରିବେ ରାଜ୍ୟ ନିର୍ବାଚନ କମିଶନ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories