Srimandir Firewood Shortage / ଶ୍ରୀମନ୍ଦିର ରୋଷଘରରେ କାଠ ସଙ୍କଟ! କାର୍ତ୍ତିକ ପୂର୍ବରୁ ସରକାରଙ୍କ ବଡ଼ ପଦକ୍ଷେପ
·1 hour ago·2 min read

Key Points
ଶ୍ରୀମନ୍ଦିର ରୋଷଘର ଜାଳେଣି ସମସ୍ୟା
ଦିନକୁ ଆବଶ୍ୟକ ୨ ଶହ କ୍ୱିଣ୍ଟାଲ୍ କାଠ
ମହାପ୍ରସାଦ ରନ୍ଧନ ପାଇଁ ନିରବଚ୍ଛିନ୍ନ ଜାଳେଣି ଯୋଗାଣ ନେଇ ସରକାରଙ୍କ କଡ଼ା ନିର୍ଦ୍ଦେଶ

ଆସୁଛି କାର୍ତ୍ତିକ ମାସ । ଶ୍ରୀକ୍ଷେତ୍ରରେ ଲାଗିବ ଗହଳି ଚହଳି । ଦର୍ଶନ ପାଇଁ ଯେତିକି ଭିଡ଼ ଜମିବ, ମହାପ୍ରସାଦର ଚାହିଦା ମଧ୍ୟ ସେତିକି ବଢ଼ିବ । ଆଉ ଏହି ଚାହିଦାକୁ ଦୃଷ୍ଟିରେ ରଖି ରନ୍ଧନ ପାଇଁ ଜାଳେଣି କାଠର ଆବଶ୍ୟକତା ଦ୍ୱିଗୁଣିତ ହେବ । କିନ୍ତୁ କିଛି ବର୍ଷ ଧରି ଶ୍ରୀମନ୍ଦିର ରୋଷଘର ପାଇଁ ଜାଳେଣି କାଠର ଅଭାବ ଚିନ୍ତା ବଢ଼ାଇଛି । କାଠ ଅଭାବ ଯୋଗୁଁ ସେବାୟତ ଓ ଭକ୍ତ ମହଳରେ ଅସନ୍ତୋଷ ରହିଥିବାବେଳେ, ଶେଷରେ ସୁଆର ମହାସୁଆର ନିଯୋଗ ସହ ଆଇନମନ୍ତ୍ରୀଙ୍କ ବୈଠକରୁ ବାହାରିଛି ବଡ଼ ନିଷ୍କର୍ଷ । ସାମୟିକ ଅଭାବ ପୂରଣ ପାଇଁ ସମର୍ପିତ ଭାବେ ସଠିକ୍ ସମୟରେ କାଠ ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ, ଏହାର ସ୍ଥାୟୀ ସମାଧାନ ପାଇଁ ମଧ୍ୟ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି ।
ଅଧିକ ପଢ଼ନ୍ତୁ: ବିଷ୍ଣୁ ସେଠୀଙ୍କୁ ମନେ ପକାଇଲେ ଧର୍ମେନ୍ଦ୍ର, କହିଲେ—‘ସେ ଜଣେ ବ୍ୟକ୍ତି ନୁହନ୍ତି, ଏକ ଅନୁଷ୍ଠାନ’
ସେପଟେ କୋଠ ଭୋଗ ଓ ବରାଦି ଭୋଗ ପାଇଁ ରୋଷଘରକୁ ପ୍ରତିଦିନ ୧୦୦ ରୁ ୧୨୦ କ୍ୱିଣ୍ଟାଲ କାଠ ଦରକାର ହେଉଛି । କାର୍ତ୍ତିକ ମାସ ବା ପର୍ବପର୍ବାଣିରେ ଏହି ପରିମାଣ ୧୮୦ ରୁ ୨୦୦ କ୍ୱିଣ୍ଟାଲ୍କୁ ବୃଦ୍ଧି ପାଇଥାଏ । ବାହାରୁ ଚଢ଼ା ଦରରେ କାଠ କିଣିବା ଯୋଗୁଁ ମହାପ୍ରସାଦ ଦର ବଢ଼ିବାର ଆଶଙ୍କା ଦେଖାଦେଇଥିଲା । ତେବେ ଗୋଟିଏ ପଟେ ଜାଳେଣି ସମସ୍ୟା ଲାଗି ରହିଥିବାବେଳେ, ଅନ୍ୟପଟେ ରଥ କାଠ ପାଇଁ ପୂର୍ବରୁ ହୋଇଥିବା ୧୬ଟି ବନ ପ୍ରକଳ୍ପକୁ ମାଟିରେ ମିଶାଇ ଦିଆଯାଇଥିଲା । ବିଧାନସଭା ତଥ୍ୟ କହୁଛି, ଗତ ୫ ବର୍ଷରେ ଗୋଟିଏ ବି ଚାରା ଲାଗିପାରି ନଥିଲା । ତେବେ ଏହାର ସ୍ଥାୟୀ ପ୍ରତିକାର ପାଇଁ ବ୍ୟାପକ ବନୀକରଣ ଉପରେ ଏବେ ଗୁରୁତ୍ୱ ଦିଆଯାଇଛି । ଶ୍ରୀମନ୍ଦିର ଓ ସରକାରୀ ଜମିରେ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ଫୋକସ କରାଯାଇଛି ।
ଅଧିକ ପଢ଼ନ୍ତୁ: ନିର୍ବନ୍ଧ ପୂର୍ବରୁ ଆଖି ବୁଜିଲେ; ଶୋକରେ ବୁଡ଼ିଲା ୨ ରାଜ୍ୟ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଧର୍ମେନ୍ଦ୍ର ପ୍ରଧାନ
ସାମୟିକ ଭାବେ ଚାହିଦା ପୂରଣ କରିବା ପାଇଁ ପୁରୀ, ଅସ୍ତରଙ୍ଗ, କୋଣାର୍କ ଓ ବାଲେଶ୍ୱରରୁ ଝାଉଁ କାଠ ସଂଗ୍ରହକୁ ତ୍ୱରାନ୍ୱିତ କରିବାକୁ ସମସ୍ତ ସ୍ଥାନୀୟ ଡିଏଫ୍ଓମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଆଗାମୀ ଦିନରେ ଏହି ବ୍ୟବସ୍ଥା କେତେ ସଫଳ ହେଉଛି ଏବଂ ମହାପ୍ରସାଦ ରନ୍ଧନରେ କୌଣସି ବାଧାବିଘ୍ନ ଆସୁଛି କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories