Paddy Procurement / ସରକାରୀ ଖାତାରେ ରବି ଧାନ କିଣା ଶେଷ; ଏବେବି ମଣ୍ଡିରେ ଭିଜୁଛି ସୁନାର ଫସଲ
·2 months ago·3 min read

Key Points
ଟାର୍ଗେଟ୍ ପୂରଣ ହୋଇଥିବା କହି ଧାନ ଉଠାଉ ନାହାନ୍ତି ମିଲର୍ସ
ଟୋକନ୍ ଲ୍ୟାପ୍ସ ପରେ ବି ମଣ୍ଡିରେ ଗଦା ହୋଇ ରହିଛି ଶହ ଶହ ବସ୍ତା ଧାନ
ଲଗାଣ ବର୍ଷାରେ ଭିଜିବା ପରେ ଗଜା ଧାନକୁ ଦେଖି କାନ୍ଦୁଛନ୍ତି ଚାଷୀ କୂଳ

ଭୁବନେଶ୍ଵର: କାଗଜପତ୍ରରେ ଚାଷୀ ଆମର ‘ଅନ୍ନଦାତା’ । ହେଲେ ବାସ୍ତବରେ ସେ ଆଜି ଅତି ଅସହାୟ । ସରକାରୀ ଖାତାରେ ରବି ଧାନ କିଣା ସରିଛି, ମଣ୍ଡି ମଧ୍ୟ ବନ୍ଦ ହୋଇଯାଇଛି । କିନ୍ତୁ ଗ୍ରାଉଣ୍ଡ ଜିରୋରେ ଚିତ୍ର ସମ୍ପୂର୍ଣ୍ଣ ଓଲଟା । ଖୋଲା ଆକାଶ ତଳେ, ବର୍ଷା ପାଣିରେ ଭିଜି ଏବେ ଗଜା ହେଉଛି ଚାଷୀର ବର୍ଷକର ସୁନା ଫସଲ ।
କେଉଁଠି ପ୍ୟାକ୍ସ, ମିଲର୍ସ ଓ ଏଜେଣ୍ଟଙ୍କ ଚକ୍ରବ୍ୟୁହରେ ଚାଷୀର ଟୋକନ ଲ୍ୟାପ୍ସ ହୋଇଛି, ତ ଆଉ କେଉଁଠି କଟନୀ-ଛଟନୀ ନାଁରେ ମାଲାମାଲ୍ ହେଉଛନ୍ତି ମିଲର୍ସ । ଗଜା ଧାନକୁ ଧରି କାନ୍ଦୁଛନ୍ତି ଚାଷୀ କୂଳ ।
ଧାନ କିଣା ସରିଛି, ମଣ୍ଡି ମଧ୍ୟ ବନ୍ଦ ହୋଇଯାଇଛି । କିନ୍ତୁ ଗ୍ରାଉଣ୍ଡର ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ । ଖୋଲା ଆକାଶ ତଳେ, ବର୍ଷା ପାଣିରେ ଭିଜି ଏବେ ଗଜା ହେଉଛି ଚାଷୀର ବର୍ଷକର ସୁନା ଫସଲ। କଳାହାଣ୍ଡି, ଜୁନାଗଡ଼, ବଲାଙ୍ଗୀରରୁ ବରଗଡ଼, ଟିଟିଲାଗଡ଼ ଓ ପଦ୍ମପୁର ସବୁଠି ଚାଷୀଙ୍କ ଆଖିରେ ଲୁହ ।
ଏଥିସହ ପଢ଼ନ୍ତୁ: ସ୍ଵାଭାବିକ ହେବ ରୋଗୀ ସେବା, ଆଜିଠୁ କାର୍ଯ୍ୟରେ ଯୋଗଦେବେ ଡାକ୍ତର

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କଳାହାଣ୍ଡିରେ ଆକାଶରୁ ବର୍ଷୁଛି ବର୍ଷା ପାଣି, ଆଉ ତଳେ କାଦୁଅ ସରସର ହୋଇ ପଡ଼ିରହିଛି କ୍ଵିଣ୍ଟାଲ କ୍ଵିଣ୍ଟାଲ ଧାନ । ସରକାରୀ P-PAS ଡ୍ୟାସବୋର୍ଡ କହୁଛି, କଳାହାଣ୍ଡି ଜିଲ୍ଲାରେ ପ୍ରାୟ ୨ ଲକ୍ଷ ୯୭ ହଜାର କ୍ଵିଣ୍ଟାଲ ଧାନ କ୍ରୟ ସରିଥିଲେ ମଧ୍ୟ ମଣ୍ଡିରୁ ଉଠାଣ ହୋଇନାହିଁ ।
ଜିଲ୍ଲା ଯୋଗାଣ ଅଧିକାରୀ କ୍ରୟ ପ୍ରକ୍ରିୟା ଶେଷ ହୋଇଥିବା ଦାବି କରୁଥିବା ବେଳେ, ଗ୍ରାଉଣ୍ଡରେ କିନ୍ତୁ ହଜାର ହଜାର ଚାଷୀଙ୍କ ଧାନ ବର୍ଷାରେ ଓଦା ହୋଇ ଗଜା ହେବାକୁ ବସିଲାଣି । ଜୁନାଗଡ଼ ବ୍ଲକ ଦାସିଗାଁ ମଣ୍ଡିରେ ୧୫ଟି ମିଲର୍ସ ଟ୍ୟାଗ ହୋଇଥିବା ବେଳେ ୪୨ ହଜାର ୨୦୦ କ୍ଵିଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ଆସିଥିଲା ।
ବର୍ତ୍ତମାନ ୮୧୯ ଜଣ ଚାଷୀଙ୍କ ୪୨ ହଜାର ୧୯୩ କ୍ଵିଣ୍ଟାଲ ୬୧ କେଜି ଧାନ ଉଠାଣ ହୋଇଛି ଓ ପ୍ରାୟ ସମସ୍ତ ମିଲର୍ସଙ୍କ ଟାର୍ଗେଟ୍ ସରିଯାଇଥିବା ନେଇ ପ୍ୟାକ୍ସ ସୂତ୍ରରୁ କୁହାଯାଇଛି । ସବୁଠାରୁ ଦୁଖଃର ବିଷୟ ୨୦ରୁ ଉର୍ଦ୍ଧ୍ବ ଚାଷୀଙ୍କ ଟୋକନ ଲ୍ୟାପ୍ସ ହୋଇଯାଇଛି । ତେଣୁ ଏହି ଚାଷୀ ଏବେ କରିବେ କ'ଣ ସେହି ଚିନ୍ତାରେ ।
ସେପଟେ ବଲାଙ୍ଗିର ଜିଲ୍ଲାର ପୁଇଁତଲା ବ୍ଲକରୁ ଆସିଛି ଆହୁରି ସାଙ୍ଘାତିକ ଅଭିଯୋଗ । ମଲାମୁଣ୍ଡା ମଣ୍ଡିରେ ଧାନ ଉଠାଇବା ପାଇଁ ଟ୍ରାକ୍ଟରର ଲମ୍ବା ଲାଇନ୍ ଲାଗିଛି । ଅଭିଯୋଗ ହେଉଛି ଯେ, ରାଇସ ମିଲରମାନେ ସ୍ଥାନୀୟ ଚାଷୀଙ୍କ ଧାନ ଉଠାଇବାକୁ ଜାଣିଶୁଣି ମନ୍ଥର ଗତି କରୁଛନ୍ତି । କିନ୍ତୁ ପଛପଟେ ଅନ୍ୟ ଜିଲ୍ଲାରୁ ବେଆଇନ ଧାନ ଆଣି ନିଜ ଗୋଦାମ ଭର୍ତ୍ତି କରି ସାରିଲେଣି ।
ଯେଉଁଥିପାଇଁ ଚାଷୀ ବାଧ୍ୟ ହୋଇ ପ୍ରତି କ୍ଵିଣ୍ଟାଲ୍ ପିଛା ୩ରୁ ୫ କେଜି କଟନୀ-ଛଟନୀର ଶିକାର ହେଉଛି । ପ୍ରଶାସନର ଏଭଳି ଅପାରଗତା ବିରୋଧରେ ଟିଟିଲାଗଡ଼ରେ ଚାଷୀମାନେ ପ୍ରବଳ ବର୍ଷାରେ ଭିଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ 'ଧାନ ନକିଣିଲେ ଆତ୍ମହତ୍ୟା କରିବୁ' ବୋଲି ଚେତାବନୀ ଦେଇଛନ୍ତି ।
ସେହିଭଳି ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଓ ପଦ୍ମପୁର ଅଞ୍ଚଳରେ ଜୁନ୍ ୩୦ ଓ ପରେ ସରକାର ବଢ଼ାଇଥିବା ଧାନକିଣା ସମୟ ସୀମା ଜୁଲାଇ ୩ରେ ଶେଷ ହୋଇଛି । ହେଲେ ପଦ୍ମପୁର, ଅତାବିରା ଓ ବରଗଡ଼ RMC ଅଞ୍ଚଳରେ ଏବେ ବି ପ୍ରାୟ ୫ ହଜାର ଚାଷୀ ଧାନ ବିକ୍ରି କରିପାରିନାହାନ୍ତି ।

ଏଥିସହ ପଢ଼ନ୍ତୁ: ରଥଯାତ୍ରା ପୂର୍ବରୁ ସରକାରଙ୍କ ବଡ଼ ନିଷ୍ପତ୍ତି, ବଡ଼ଦାଣ୍ଡରେ ବଣ୍ଟାଯିବ ନାହିଁ ରନ୍ଧା ଖାଦ୍ୟ
ପଦ୍ମପୁର ଆରଏମସି ଅଧୀନରେ ଥିବା ମଣ୍ଡିଗୁଡ଼ିକରେ ପ୍ରାୟ ଅଢ଼େଇ ଲକ୍ଷ ବସ୍ତା ଧାନ ଜମି ରହିଛି । ବରଗଡ଼ ଜିଲ୍ଲା କୃଷକ ସଂଗଠନର ଅଭିଯୋଗ ଅନୁଯାୟୀ, ଯୋଗାଣ ବିଭାଗ ଓ ମିଲର୍ସଙ୍କ ମଧୁଚନ୍ଦ୍ରିକା ଯୋଗୁଁ ପ୍ରାୟ ୫ ଲକ୍ଷ କ୍ୱିଣ୍ଟାଲ ଧାନ ବେଆଇନ ଭାବେ ମିଲର୍ସଙ୍କୁ ଟେକି ଦିଆଯାଇଛି, ଯେଉଁଥିପାଇଁ ପ୍ରକୃତ ଚାଷୀର ଟୋକନ ଥାଇ ମଧ୍ୟ ସେ ଧାନ ବିକିପାରିନାହିଁ ।
ଜୁନାଗଡ଼ ମଣ୍ଡିରେ ଓଦା ହେଉଛି ଚାଷୀର ଝାଳବୁହା ଧନ । ଆଗକୁ ଖରିଫ ଚାଷ ପାଇଁ ସାର ଓ ବିହନ କିଣିବାକୁ ଚାଷୀଙ୍କ ପାଖରେ ଟଙ୍କାଟିଏ ନାହିଁ । ଏବେ ପ୍ରଶ୍ନ ଉଠୁଛି- କାଗଜପତ୍ରରେ ଟାର୍ଗେଟ୍ ପୂରଣ କରି ଖୁସି ହେଉଥିବା ପ୍ରଶାସନ ମଣ୍ଡିରେ ପଡ଼ିଥିବା ଲକ୍ଷ ଲକ୍ଷ ବସ୍ତା ଧାନ କେବେ ଉଠାଇବ ? ଆଉ ନିରୀହ ଚାଷୀଙ୍କୁ କେବେ ମିଳିବ କ୍ଷତିପୂରଣ ?

Related Topics
Explore more stories