Videos
|
Politics

Sujata Karthikeyan BJD / ସୁଜାତାଙ୍କୁ ନେଇ ବିଜେଡିରେ ମହାଭାରତ, ଆରମ୍ଭ ହେଲା 'ଆଣ୍ଟି ସୁଜାତା' ବନାମ 'ପ୍ରୋ ସୁଜାତା' ଲଢ଼େଇ

Santosh Kumar Sahoo
Browse all articles by Santosh Kumar Sahoo
·3 weeks ago·2 min read
ସୁଜାତାଙ୍କୁ ନେଇ ବିଜେଡିରେ ମହାଭାରତ, ଆରମ୍ଭ ହେଲା 'ଆଣ୍ଟି ସୁଜାତା' ବନାମ 'ପ୍ରୋ ସୁଜାତା' ଲଢ଼େଇ
Sujata Karthikeyan BJD

Key Points

ବିଜେଡିରେ ଆଣ୍ଟି ସୁଜାତା ବନାମ ପ୍ରୋ ସୁଜାତା
ବିରୋଧୀ କ୍ୟାମ୍ପରେ ସୁନୀଲ, ବଦ୍ରି, ରାଜା, ପ୍ରସନ୍ନ, ଭୂପିନ୍ଦର, ବିକ୍ରମ,
ପ୍ରୋ କ୍ୟାମ୍ପରେ ଅତନୁ, ସଂଜୟ, ପ୍ରତାପ, ଦେବୀ, ମନ୍ନଥ, ଶୁଭାଶିଷ
ଶଙ୍ଖ ଭବନରେ ଦରବାର ଖୋଲି ନେତାଙ୍କୁ ୱାନ ଟୁ ୱାନ ଭେଟୁଛନ୍ତି ସୁଜାତା । କିନ୍ତୁ ଅସନ୍ତୁଷ୍ଟଙ୍କୁ ମନେଇବେ କେମିତି । ଏଥିପାଇଁ କସରତ ଆରମ୍ଭ କରିଛନ୍ତି ପ୍ରୋ-ସୁଜାତା ଗୋଷ୍ଠୀ । ବିଜେଡି ଟିମର କେନ୍ଦୁଝର ଗସ୍ତ ସମୟରେ ବଦ୍ରିଙ୍କ ସହ ବସିଛନ୍ତି ସଞ୍ଜୟ । କଟକ -ଚୌଦ୍ଵାରରେ କାଉନସିଲରଙ୍କୁ ଭେଟି ବୁଝାଇବାକୁ ଦେବୀଙ୍କ ଉଦ୍ୟମ । କିନ୍ତୁ ଏହା ସଫଳ ହେବେ ତ...

ସୁଜାତାଙ୍କ ଏଣ୍ଟ୍ରିକୁ ନେଇ ବିଜେଡିରେ ଆରମ୍ଭ ହୋଇଥିବା ଭିତିରିଆ ଅସନ୍ତୋଷ ଏବେ ପଦାରେ ପଡିଲାଣି । ଡ୍ୟାମେଜ୍ କଣ୍ଟ୍ରୋଲ ପାଇଁ ଅଣ୍ଟା ଭିଡିଛନ୍ତି ଦେବୀ ଆଣ୍ଡ- କୋ । କେନ୍ଦୁଝରରେ ବଦ୍ରିଙ୍କ ସହ ଆଲୋଚନା କରିଛନ୍ତି ଉପସଭାପତି ସଞ୍ଜୟ ଦାସବର୍ମା । ବଦ୍ରି ବୁଝିଲେ ନା ଅବୁଝା ରହିଲେ ତାହା ଜଣାପଡିନି । କାରଣ ଗଣମାଧ୍ୟମକୁ କିଛି ପ୍ରତିକ୍ରିୟା ଦେଇ ନାହାଁନ୍ତି ବଦ୍ରି ପାତ୍ର । କୁହାଯାଉଛି, ଜୁଆଙ୍ଗ ଗାଁକୁ ବିଜେଡି ଟିମର ଗସ୍ତ ସମୟରେ ବଦ୍ରିଙ୍କ ସହ ହୋଇଛି ପଲିଟିକାଲ ଆଲୋଚନା । ସୁଜାତାଙ୍କ ମିଶ୍ରଣ ଦିନ ଶଙ୍ଖ ଭବନରେ ଅନୁପସ୍ଥିତ ଥିଲେ ବଦ୍ରି । ଆଉ ସୁଜାତା ବିଜେଡିକୁ ଆସିଲେ ଗ୍ରହଣ କରିବେନି ବୋଲି ଖୋଲା ମଞ୍ଚରେ କହି ଚର୍ଚ୍ଚାକୁ ଆସିଥିଲେ । ତେବେ କିନ୍ତୁ ଦଳରେ ଥିବା ଅସନ୍ତୋଷକୁ ଅସ୍ଵୀକାର କରିଛନ୍ତି ବିଜେଡି ନେତା ।

ଅଧିକ ପଢ଼ନ୍ତୁ: ୨୦୨୭ ଜନଗଣନା ପରେ ଏପ୍ରିଲରେ ପଂଚାୟତ ନିର୍ବାଚନ ପାଇଁ ବାହାରିବ ବିଜ୍ଞପ୍ତି


ଏପଟେ କଟକ-ଚୌଦ୍ଵାରରେ ପୌରାଧ୍ୟକ୍ଷା ଓ କାଉନସିଲରଙ୍କୁ ଭେଟିଥିଲେ ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର । ସାଙ୍ଗରେ ଥିଲେ କାର୍ଯ୍ୟାଳୟ ଉପସଭାପତି ପ୍ରତାପ ଜେନା, ବିଧାୟକ ପ୍ରଶାନ୍ତ ବେହେରାଙ୍କ ସହ ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂ । ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସମର୍ଥନ ଜଣାଇ ଜଣେ କାଉନସିଲରଙ୍କ ସମେତ ଶତାଧିକ ବିଜେଡି ଯୁବ ଓ ଛାତ୍ର ନେତାଙ୍କ ଇସ୍ତଫା ପରେ ଟେନସନରେ ଦଳ । ଯେଉଁଥିପାଇଁ ପୌରାଧ୍ୟକ୍ଷ ଏବଂ ଅନ୍ୟ କାଉନସିଲରଙ୍କୁ ଭେଟି ଆଲୋଚନା କରିଛନ୍ତି ଦେବୀ ଆଣ୍ଡ କୋ । ପ୍ରଭାତ ବିଶ୍ଵାଳ ଏବଂ ପୁଅ ବିଧାୟକ ସୌଭିକ ବିଶ୍ଵାଳଙ୍କୁ ନିଲମ୍ବନ ପରେ ଏଠି ଭୁଷିଡିବାରେ ଲାଗିଛି ବିଜେଡି ଗଡ଼ । ଆଉ ଏବେ ସୁଜାତାଙ୍କ ବିଜେଡିରେ ଯୋଗଦାନ ନିଆଁରେ ଘିଅ ଢାଳିବା ଭଳି ହୋଇଛି ।

ଗୋଟିଏ ପଟେ ସୁଜାତା ଦରବାର ଖୋଲି ଜଣଙ୍କ ପରେ ଜଣେ ବରିଷ୍ଠ ନେତାଙ୍କୁ ଭେଟୁଥିବା ବେଳେ, ଗ୍ରାଉଣ୍ଡକୁ ଓହ୍ଲେଇବା ପୂର୍ବରୁ ଅସନ୍ତୁଷ୍ଟ ନେତାଙ୍କୁ ମନେଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି ସୁଜାତାଙ୍କ କୋର ଗ୍ରୁପ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
BJD Faces Internal Turmoil Over Sujata Karthikeyan | Argus News