PDS Scam / PDS ଚାଉଳ ହଡ଼ପ ନେଇ ୨ ବର୍ଷରେ ୪୦ ମାମଲା; ୧୩୯ ଡିଲରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ
·3 hours ago·2 min read

Key Points
ପିଡିଏସ୍ ଚାଉଳ ଯୋଗାଣର ୪୦ଟି ମାମଲାରେ ପରିମାଣ କମ୍ ଥିବା ଓ ଅନିୟମତତା ହୋଇଛି । ୧୩୯ ଜଣ ଡିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ଜରିମାନା କିମ୍ବା ସେମାନଙ୍କ ଲାଇସେନ୍ସ ବାତିଲ୍ କରାଯାଇଥିବା ମନ୍ତ୍ରୀ ତଥ୍ୟ ଦେଇଛନ୍ତି ।
ଭୁବନେଶ୍ଵର: ରାସନ ଚାଉଳ ହଡ଼ପ ଓ ଅନିୟମିତତା ମାମଲାରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ୨ ବର୍ଷରେ ପିଡିଏସ୍ ଚାଉଳ ହଡ଼ପ ସମ୍ପର୍କିତ ମୋଟ ୪୦ଟି ମାମଲା ହୋଇଛି । ଆଉ ଏସବୁ ମାମଲାରେ ସରକାର ୧୩୯ ରାସନ୍ ଡିଲରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ବିଧାନସଭାରେ ଏନେଇ ଲିଖିତ ଉତ୍ତର ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ, ପିଡିଏସ୍ ଚାଉଳ ଯୋଗାଣର ୪୦ଟି ମାମଲାରେ ପରିମାଣ କମ୍ ଥିବା ଓ ଅନିୟମତତା ହୋଇଛି ।
ଏଥିସହ ପଢ଼ନ୍ତୁ: ପ୍ରେମ ନାଁରେ ଠକେଇ! ବିବାହର ସ୍ୱପ୍ନ ଦେଖାଇ ୫ ଲକ୍ଷ ଲୁଟ୍ ଅଭିଯୋଗ
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଏହି ୪୦ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୧୩୯ ଜଣ ଡିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ଜରିମାନା କିମ୍ବା ସେମାନଙ୍କ ଲାଇସେନ୍ସ ବାତିଲ୍ କରାଯାଇଥିବା ମନ୍ତ୍ରୀ ତଥ୍ୟ ଦେଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ଅନିୟମିତତାରେ ଏଥିରେ ପ୍ରାୟ ୧୫୯୪ କ୍ଵିଣ୍ଟାଲ ଖାଦ୍ୟଶସ୍ୟ ଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି । କଟକ ଜିଲ୍ଲାରେ ସର୍ବାଧିକ ୨୭ଟି ଅନିୟମିତତା ମାମଲା ଚିହ୍ନଟ ହୋଇଛି । ଏହା ସହିତ ଖାଦ୍ୟଶସ୍ୟ ହଡ଼ପ, ଚୋରାଚାଲାଣ ଓ ଅନ୍ୟାନ୍ୟ ଅନିୟମିତତା ଉପରେ ନଜର ରଖିଛି ଯୋଗାଣ ବିଭାଗ।
ରାସନ ବ୍ୟବସ୍ଥାରେ ହେଉଥିବା ଚୋରି ରୋକିବା ଏବଂ ପ୍ରକୃତ ହିତାଧିକାରୀଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ଶତ ପ୍ରତିଶତ ଆଧାର ଯାଞ୍ଚ ବ୍ୟବସ୍ଥା ଲାଗୁ କରାଯାଇଛି । ଆଇରିସ୍ ସ୍କାନର ଓ ଇ-ପିଓଏସ୍ ମେସିନ୍ ମାଧ୍ୟମରେ ରାସନ୍ ବଣ୍ଟନ ହେଉଛି।
ଏହାସହ ଫେୟାର ପ୍ରାଇସ୍ ସପ୍ ଏବଂ ପିଡିଏସ୍ ଯୋଗାଣ ଶୃଙ୍ଖଳାର ବିଭିନ୍ନ ସ୍ଥାନରେ ନିୟମିତ ଯାଞ୍ଚ, ଅଚାନକ ଚଢ଼ାଉ ଓ ମନିଟରିଂ କରାଯାଉଥିବା ଗୃହରେ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ଏଥିସହ ପଢ଼ନ୍ତୁ: 'ଗାଁର ଲୋକଙ୍କ ପାଖେ ନାହିଁ ବିକଳ୍ପ...'; ମଞ୍ଚରୁ ଏମିତି କାହିଁକି କହିଲେ ରାଷ୍ଟ୍ରପତି ?
ଏ ସମ୍ପର୍କିତ ବାଲେଶ୍ଵର ଜିଲ୍ଲାରେ ଗୋଟିଏ ମାମଲା ହୋଇଥିବା ବେଳେ ୪୦୮.୨୫ କ୍ଵିଣ୍ଟାଲ୍ ଚାଉଳ ଧରାପଡ଼ିଛି । ସେହିଭଳି କଟକରେ ୨୭ଟି ମାମଲାର ୩୬୨.୯୦ କ୍ଵିଣ୍ଟାଲ୍ ଚାଉଳ, ଗଞ୍ଜାମର ଗୋଟିଏ ମାମଲାରେ ୭୮.୦୪ କ୍ଵିଣ୍ଟାଲ୍, ସୁନ୍ଦରଗଡ଼ରେ ୨ଟି ମାମଲାରେ ୩୭୨.୬୮ କ୍ଵିଣ୍ଟାଲ୍ ଚାଉଳ ଅନିୟମିତତା ହୋଇଥିବା ସରକାର ତଥ୍ୟ ଦେଇଛନ୍ତି ।