Nepal Women Trafficking / ନେପାଳ ଯୁବତୀଙ୍କ ସହ ନାରକୀୟ କାଣ୍ଡ, ଚାକିରୀ ଦେବା ନାଁରେ ଲଗାଇଲେ ଦେହ ବ୍ୟବସାୟରେ
·3 days ago·2 min read

Key Points
ନେପାଳ ଯୁବତୀଙ୍କ ସହ ନାରକୀୟ କାଣ୍ଡ
ଚାକିରି ଦେବା ନାଁରେ ଦେହ ବ୍ୟବସାୟରେ ଲଗାଇଲେ
ପୋଲିସ ସହାୟତାରେ ସର୍ଟ ଷ୍ଟେ' ହୋମରେ ଭର୍ତ୍ତି
ଚାକିରି ଦେବା ନାଁରେ ଦେହ ବ୍ୟବସାୟରେ ଲଗାଇଲେ
ପୋଲିସ ସହାୟତାରେ ସର୍ଟ ଷ୍ଟେ' ହୋମରେ ଭର୍ତ୍ତି
ନେପାଳରୁ ୨ ଯୁବତୀଙ୍କୁ ଆଣି ଦେହ ବେପାରରେ ଲିପ୍ତ ବେଳେ ଉଦ୍ଧାର କଲେ ଓଡ଼ିଆ ଯୁବକ । ପୋଲିସ ସହାୟତାରେ ସର୍ଟ ଷ୍ଟେ' ହୋମରେ ଭର୍ତ୍ତି । ପୀଡିତାଙ୍କ ବୟାନ ରେକର୍ଡ କଲା ସିଡବ୍ଲୁସି । ନେପାଳ ଦୂତବାସ ସହ ଆଲୋଚନା କଲା କମିଶନରେଟ ପୋଲିସ । ଯୁବତୀ ଚାଲାଣ ନେଇ ବଢ଼ିଲା ଚିନ୍ତା ।
ଏ ଘଟଣା ଯେତିକି ସଙ୍ଗୀନ, ସେତିକି ସମ୍ବେଦନଶୀଳ । ଚାକିରିର ପ୍ରଲୋଭନ ପାଇ ସୁଦୂର ନେପାଳରୁ ଆସିଥିଲେ ୨ ଯୁବତୀ । ଚାକିରୀ ଦେବା ବଦଳରେ ସେମାନଙ୍କୁ ପଶ୍ଚିମବଙ୍ଗର ସୋନାଗାଛିର ଦେହ ଧନ୍ଦାରେ ଲଗାଇଲେ ଦଲାଲ । କୋଲକତାରେ ଥିବା ଜଣେ ଓଡ଼ିଆ ଯୁବକ ଏକଥା ଜାଣିବା ପରେ କଳେ ବଳେ କୌଶଳେ ସେମାନଙ୍କୁ ଉଦ୍ଧାର କରିଛନ୍ତି । ପୋଲିସ ସହାୟତାରେ ଓଡ଼ିଶା ଆଣିବା ପରେ ସର୍ଟ ଷ୍ଟେ' ହୋମରେ ଛାଡିଛନ୍ତି । ସିଡବ୍ଲୁସି ପକ୍ଷରୁ ପୀଡିତାଙ୍କ ବୟାନ ରେକର୍ଡ ହୋଇଛି । ଏ ସମ୍ପର୍କରେ ନେପାଳ ଦୂତାବାସକୁ ଜଣାଇ ଦିଆଯାଇଛି । ପୋଲିସ ସହାୟତାରେ ସେମାନଙ୍କୁ ନିଜ ଦେଶକୁ ପଠାଯିବାର ବ୍ୟବସ୍ଥା କରାଯାଉଛି ।
ଗତ କିଛିମାସ ତଳେ ସମାନ ଢଙ୍ଗରେ ମଧୁପାଟଣା ଅଞ୍ଚଳରୁ ବାଂଲାଦେଶୀ ନାବାଳିକା ଉଦ୍ଧାର କରାଯାଇ ସେତବେଳେ ସିଡବ୍ଲୁସିକୁ ହସ୍ତାନ୍ତର କରାଯାଇଥିଲା । ରାତିକୁ ୫ ହଜାର ଦେଇ ଦେହ ବେପାର କରିବାକୁ ବାଧ୍ୟ କରୁଥିଲା ଦଲାଲ । ରାଜି ନହେଲେ ଗୃହବନ୍ଦୀ ରଖି ଦିଆଯାଉଥିଲା ଅକଥନୀୟ ନିର୍ଯ୍ୟାତନା । ଏଭଳି ଅଭିଯୋଗ ସାମ୍ନାକୁ ଆସିବା ପରେ ମାରାଥନ ରେଡ୍ କରିଥିଲା କମିଶନରେଟ ପୋଲିସ । ପୋକ୍ସ ଆକ୍ଟରେ ମାମଲା ରୁଜୁ କରିବା ପରେ ତଦନ୍ତ ଭାର ନେଇଥିଲା NIA ।
ଏବେ ପ୍ରଶ୍ନ, କିଏ ସେହି ମାଷ୍ଟର ମାଇଣ୍ଡ, ଯିଏ ଦେଶ ବାହାରୁ କରୁଛି ଯୁବତୀ ଚାଲାଣ ? କାହିଁକି ଯୁବତୀମାନଙ୍କୁ ଏ କୁସ୍ଚିତ ପ୍ରଥା ଭିତରକୁ ଟାଣି ନିଆଯାଉଛି ? ଏ ସବୁ ପ୍ରଶ୍ନ ଏବେ ତଦନ୍ତକାରୀ ସଂସ୍ଥା ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ଉଦ୍ଧାର ହୋଇଥିବା ନେପାଳୀ ଯୁବତୀଙ୍କୁ କିଏ ଆଣିଥିଲା? ଯୁବତୀ ଦୁଇଜଣଙ୍କ ପରିବାର ଲୋକେ ଏ ସମ୍ପର୍କରେ ଜାଣିଥିଲେ କି ନାହିଁ ସେନେଇ ଅଧିକ ଖୋଳତାଡ଼ କରୁଛି ପୋଲିସ ।

ଅଧିକ ପଢ଼ନ୍ତୁ: SCBରୁ କୁଆଡେ ଗଲେ ୧୬ ଜଣ ନବଜାତ ଶିଶୁ ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories