Rajya Sabha Election / ରାଜ୍ୟସଭା ନିର୍ବାଚନ; ନିଜ ବିଧାୟକଙ୍କୁ କାର୍ଯ୍ୟାନୁଷ୍ଠାନ ଡର ଦେଖାଇଲେ ବିଜେଡି, କଂଗ୍ରେସ
·3 weeks ago·2 min read

Key Points
- ବିଜେଡି-କଂଗ୍ରେସ ଶିବିରରେ କ୍ରସ୍ ଭୋଟିଂ ଡର ଜଳଜଳ
- କ୍ରସ୍ ଭୋଟିଂ ରୋକିବାକୁ ଅପ୍ରାଣ ଉଦ୍ୟମ କରୁଛନ୍ତି ଦୁଇ ଦଳ
- ଏରିଆରେ ଚଲାଇ ଦିଆଯିବନି ବୋଲି ଭକ୍ତ ଦେଖାଇଲେ ନାଲିଆଖି
- ଆଜି ନବୀନ ନିବାସରେ ବିଜେଡି ବିଧାୟକ କରିବେ ରାତ୍ରୀ ଯାପନ
ଭୁବନେଶ୍ଵର: ରାତିପାହିଲେ ରାଜ୍ୟସଭା ନିର୍ବାଚନ । ୪ଟି ଆସନ ପାଇଁ ବିଧାୟକମାନେ ଭୋଟ୍ ଦେବାକୁ ଥିବାବେଳେ ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ଶିବିରରେ କ୍ରସ୍ ଭୋଟିଂକୁ ନେଇ ଛନକା ଲାଗି ରହିଛି । ବୁଝାଇ ସୁଝାଇ ବିଫଳ ହେବା ପରେ ନିଜ ନିଜ ବିଧାୟକଙ୍କୁ କାର୍ଯ୍ୟାନୁଷ୍ଠାନ ଡର ଦେଖାଇଛନ୍ତି ଶଙ୍ଖ ଓ ହାତ ଦଳ ।
କ୍ରସ ଭୋଟିଂର ଡର ଏତେ ଯେ ସବୁ ବିଧାୟକଙ୍କୁ ନିଜ ଆଖି ସାମ୍ନାରେ ଦେଖିବାକୁ ଚାହୁଁଛନ୍ତି ବିଜେଡି ସୁପ୍ରିମୋ । ଦିନରେ ସବୁ ବିଧାୟକଙ୍କ ପାଇଁ ନବୀନ ନିବାସରେ ହୋଇଥିଲା ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା । ନବୀନ ନିବାସରେ ସମସ୍ତେ ରାତ୍ରୀ ଭୋଜନ ବି କରିବେ ଆଉ ରାତିରେ ବି ଏହିଠାରେ ରହିବାକୁ ପଡ଼ିବ ।
ଏଥିସହ ପଢ଼ନ୍ତୁ: ବିଜେଡି ଓ କଂଗ୍ରେସକୁ ଘାରିଛି କ୍ରସ ଭୋଟିଂ ଭୟ
ସବୁ ବିଧାୟକଙ୍କ ପାଇଁ ହୋଇଛି ନବୀନ ନିବାସରେ ରାତ୍ରୀ ରହଣୀ ବ୍ୟବସ୍ଥା । ଗତ ଦୁଇ ଦିନ ଧରି ହୋଇଥିବା ଟ୍ରେନିଂରେ ବିଧାୟକ ଚକ୍ରମଣି କହଁର, ସୌଭିକ ବିଶ୍ଵାଳ ଓ ନବ ମଲ୍ଲିକ ଅନୁପସ୍ଥିତ ଥିବା ବେଳେ ସୁବାସିନୀ ଜେନା ନବୀନ ନିବାସ ଆସୁଥିଲେ ବି ସନ୍ଦେହ ଘେରରେ ଅଛନ୍ତି । ଏହା ଭିତରେ କାର୍ଯ୍ୟାନୁଷ୍ଠାନ ଡର ଦେଖାଇ କ୍ରସ୍ ଭୋଟିଂ ଏଡାଇବାକୁ ଉଦ୍ୟମ କରିଛି ଦଳ ।
ବିଧାୟକଙ୍କୁ ନାଲି ଆଖି ଦେଖାଇଛି ବିଜେଡି । ୨ ବିଧାୟକଙ୍କୁ ସୋ' କଜ୍ ନୋଟିସ୍ ଦିଆଯାଇଛି । ବିଜେଡିର ୨ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ଚକ୍ରମଣି କହଁର ଓ ନବ ମଲ୍ଲିକଙ୍କୁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଛି । ସୋ କଜ୍ ନୋଟିସ୍ ଦେଇଛନ୍ତି ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ରାତି ୯ଟା ସୁଦ୍ଧା ନବୀନ ନିବାସରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି ।
ଏଥିସହ ପଢ଼ନ୍ତୁ: 'ନବୀନ ମୋତେ କିଣିବାକୁ ଚେଷ୍ଟା କରିଥିଲେ, ୩ ଜଣ ବିଧାୟକଙ୍କୁ ପଠେଇଥିଲେ': ପ୍ରତାପ ଷଡ଼ଙ୍ଗୀ
ସେପଟେ କ୍ରସ ଭୋଟିଂକୁ ନେଇ ବିଜେଡିଠାରୁ କଂଗ୍ରେସକୁ ଅଧିକ ଡର ଘାରିଛି । ବେଙ୍ଗାଳୁରୁରେ ଥିବା ୮ ବିଧାୟକ ଆଜି ରାତିରେ ଆସି ଭୁବନେଶ୍ଵରରେ ପହଞ୍ଚିବେ । ତେବେ ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ମାର୍ଚ୍ଚ ୫ ପରଠୁ ଆଉ ଦଳର ନେତାଙ୍କ ଫୋନ୍ ଉଠାଉ ନାହାନ୍ତି କି ମେସେଜର ରିପ୍ଲାଏ ଦେଉନାହାନ୍ତି । ତେଣୁ ସନ୍ଧ୍ୟା ସୁଦ୍ଧା ହାଜର ହୋଇ କାରଣ ଦର୍ଶାଅ ନୋଟିସର ଉତ୍ତର ଦେବାକୁ ଦଳ ପକ୍ଷରୁ ଦିଆଯାଇଛି ନିର୍ଦ୍ଦେଶ । ପ୍ରେସମିଟ୍ କରି କଂଗ୍ରେସ ପ୍ରଭାରୀ ଅଜୟ ଲଲ୍ଲୁ ବିଜେପି ବିରୋଧରେ ଆଣିଛନ୍ତି ଘୋଡ଼ା ବେପାର ଅଭିଯୋଗ । ଆଉ ପିସିସି ସଭାପତି ଭକ୍ତ ଦାସ ବିଧାୟକଙ୍କୁ ଦେଖାଇଛନ୍ତି ନାଲିଆଖି। କହିଛନ୍ତି ଏରିଆରେ ଚଲାଇ ଦିଆଯିବନି ।
ପିସିସିର ନିଷ୍ପତ୍ତିକୁ ଗତକାଲି ଖୋଲାଖୋଲି ବିରୋଧ କରି ବିଧାୟିକା ସୋଫିଆ ଫିର୍ଦ୍ଦୋସ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି । କଂଗ୍ରେସର ନୋଟିସ ପରେ ଦାଶରଥୀ ଗମାଙ୍ଗଙ୍କ ପକ୍ଷରୁ ଏଯାଏ ଆସିନି କୌଣସି ପ୍ରତିକ୍ରିୟା । ସେପଟେ ପବିତ୍ର ସାଉଁଟା ଓ ରମେଶ ଜେନାଙ୍କ ଭୂମିକା ସନ୍ଦେହ ଘେରରେ ଥିବା ନେଇ ବି ହେଉଛି ଚର୍ଚ୍ଚା । ଏବେ କଂଗ୍ରସ ଓ ବିଜେଡି କେମିତି ରୋକିବେ କ୍ରସ ଭୋଟିଂ ତା ଉପରେ ରହିଛି ସମସ୍ତଙ୍କ ନଜର ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories