Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Pratap Sarangi / 'ନବୀନ ମୋତେ କିଣିବାକୁ ଚେଷ୍ଟା କରିଥିଲେ, ୩ ଜଣ ବିଧାୟକଙ୍କୁ ପଠେଇଥିଲେ': ପ୍ରତାପ ଷଡ଼ଙ୍ଗୀ

Santosh Kumar Sahoo
Browse all articles by Santosh Kumar Sahoo
·4 months ago·1 min read
'ନବୀନ ମୋତେ କିଣିବାକୁ ଚେଷ୍ଟା କରିଥିଲେ, ୩ ଜଣ ବିଧାୟକଙ୍କୁ ପଠେଇଥିଲେ': ପ୍ରତାପ ଷଡ଼ଙ୍ଗୀ
Pratap Sarangi

Key Points

ନବୀନଙ୍କ ପୋଲ୍‌ ଖୋଲିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ
‘ଅତୀତରେ ଘୋଡ଼ା ବେପାରରେ ମୋତେ ଅଫର କରିଥିଲେ ନଵୀନ’
‘ମୋତେ କିଣିବାକୁ ଚେଷ୍ଟା କରିଥିଲେ, ପଠେଇଥିଲେ ନେତା’
ରାଜ୍ୟସଭା ନିର୍ବାଚନ ପାଇଁ ସମୟ ଯେତିକି ପାଖଉଛି, ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି । ଆଉ ରାଜ୍ୟସଭା ନିର୍ବାଚନକୁ ନେଇ ନବୀନ ଦେଇଥିବା ଘୋଡ଼ା ବେପାର ପ୍ରସଙ୍ଗରେ କଡ଼ା କାଉଣ୍ଟର କରିଛନ୍ତି ପ୍ରତାପ ଷଡ଼ଙ୍ଗୀ । ନବୀନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣି ପ୍ରତାପ କହିଲେ, ଅତୀତରେ ଘୋଡା ବେପାରରେ ମୋତେ ଅଫର କରିଥିଲେ ନବୀନ । ମୋତେ କିଣିବାକୁ ଚେଷ୍ଟା କରିଥିଲେ । ଆଉ ଏଥିପାଇଁ ନବୀନ ୩ ଜଣ ବିଧାୟକଙ୍କୁ ପଠାଇଥିଲେ । ତେବେ ମୁଁ ମନା କରିଥିଲି ବୋଲି ପ୍ରତାପ କହିଛନ୍ତି ।

ନବୀନ ଏବେ ବି ଚାହୁଁଛନ୍ତି ହେଲେ କରିପାରୁନାହାନ୍ତି, କାହିଁକି ନା କ୍ଷମତା ଆଉ ନାହିଁ । ସେଥିପାଇଁ ସେ ଏମିତି ଘୋଡା ବେପାର କଥା କହୁଛନ୍ତି । ବିଜେପି ଘୋଡା ବେପାର କରୁନି ବୋଲି ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ।

ସେହିପରି ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କରିଛନ୍ତି ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର । ସେ କହିଛନ୍ତି, ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କର ଘୋଡା ବେପାରର ଅଭିଜ୍ଞତା ଅଛି । କାମଳ ରୋଗୀଙ୍କୁ ସବୁ ହଳଦିଆ ଦେଖାଯାଏ ବୋଲି କହି ଟାର୍ଗଟ୍‌ କଲେ ଜୟନାରାୟଣ ମିଶ୍ର । ଆମେ ଘୋଡା ବେପାର କରୁ ନାହୁଁ । ସେମାନେ ଆମକୁ ଭୋଟ୍‌ ଦେଉଛନ୍ତି ଆମେ ନେଉଛୁ । ଏହି ମନ୍ତବ୍ୟ ଦେବା ସହିତ ନବୀନ ବାବୁ ଆଡମିଟ୍‌ କରିଦେଲେ ସେ ହାରିସାରିଲେଣି । ଆମେ ଘୋଡା ବେପାର କରୁନାହୁଁ ବିବେକାନୁମୋଦିତ ଭୋଟ୍‌ ଦେବା ପାଇଁ ଅନୁରୋଧ କରୁଛୁ ବୋଲି କହିଛନ୍ତି ଜୟନାରାୟଣ ମିଶ୍ର ।

ଏଥିସହ ପଢ଼ନ୍ତୁ: ବାଜି ମାରିନେଲା ବିଜେପି; ବିରୋଧି ଚିତପଟାଙ୍ଗ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pratap Sarangi Alleges Naveen Patnaik Tried to Buy Him Ahead of Rajya Sabha Elections | Argus News