Odisha Potato Cultivation / ୫୦ ହଜାର ଏକର ଜମିରେ ହେବ ଆଳୁ ଚାଷ, ବଣ୍ଟା ସରିଲାଣି ୧ ଲକ୍ଷ କ୍ବିଣ୍ଟାଲ ବିହନ
·7 months ago·2 min read

Key Points
ରାଜ୍ୟରେ ଆଳୁ ଚାଷକୁ ମିଳିବ ପ୍ରୋତ୍ସାହନ
ଚଳିତବର୍ଷ ୫୦ ହଜାର ଏକର ଜମିରେ ହେବ ଆଳୁ ଚାଷ
ବର୍ତ୍ତମାନ ସୁଦ୍ଧା ବଣ୍ଟା ସରିଲାଣି ଏକ ଲକ୍ଷ କ୍ବିଣ୍ଟାଲ ଆଳୁ ବିହନ
ଚଳିତବର୍ଷ ୫୦ ହଜାର ଏକର ଜମିରେ ହେବ ଆଳୁ ଚାଷ
ବର୍ତ୍ତମାନ ସୁଦ୍ଧା ବଣ୍ଟା ସରିଲାଣି ଏକ ଲକ୍ଷ କ୍ବିଣ୍ଟାଲ ଆଳୁ ବିହନ
ଚଳିତ ରବି ଋତୁରେ ରାଜ୍ୟରେ ୫୦ ହଜାର ଏକର ଜମିରେ ଆଳୁ ଚାଷ କରିବାକୁ ଲକ୍ଷ୍ୟ ରହିଛି । ଏଥିପାଇଁ ନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ୟ ରଖାଯାଇଛି । ପଞ୍ଜାବରୁ ଆଳୁ ବିହନ ଅଣାଯାଇ ରାଜ୍ୟର ଚାଷୀମାନଙ୍କୁ କିଲୋ ପ୍ରତି ୨୦ ଟଙ୍କା ଦରରେ ବିକ୍ରି କରାଯାଉଛି ।
ତେବେ ଆଳୁ ବିହନ ଜମିରେ ଳଗେଇବା ପରେ କିଲୋ ପ୍ରତି ୧୦ ଟଙ୍କା ଫେରାଇ ଦିଆଯିବ । ଏପର୍ଯ୍ୟନ୍ତ ପ୍ରାୟ ୧ ଲକ୍ଷ କ୍ୱିଣ୍ଟାଲ ଉନ୍ନତ ମାନର ବିହନ ଆଳୁ ୩୦ଟି ଜିଲ୍ଲାର ବିଭିନ୍ନ ବ୍ଲକରେ ବଣ୍ଟନ କରାଗଲାଣି । ଆଳୁ ବିହନ ବିତରଣ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟର ବିବରଣୀ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ନିଜେ ତଦାରଖ କରୁଛନ୍ତି ।
ନଭେମ୍ବର ମାସ ଶେଷ ଶୁଦ୍ଧା ସମସ୍ତ ବିହନ ଆଳୁ ଯୋଗାଇ ଦେବାପାଇଁ ରାଜ୍ୟ ବିହନ ନିଗମ ଓ ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ ନିର୍ଦେଶ ଦେଇଛନ୍ତି। ଆଳୁ ବିହନ ପାଇବା ପରେ ବିଶୋଧନ କରି ଉନ୍ନତ ପ୍ରଣାଳୀ ଅବଲମ୍ବନ କରି ଜମିରେ ଲଗେଇବା ପାଇଁ ଚାଷୀ ମାନଙ୍କୁ ପରାମର୍ଶ ଦିଆଯାଇଛି ।
ରାଜ୍ୟର ସମସ୍ତ ଜିଲ୍ଲାକୁ ସେମାନଙ୍କ ଆବଶ୍ୟକ ଅନୁଯାୟୀ ବିହନ ପରିମାଣର ତଥ୍ୟ କୃଷି ବିଭାଗକୁ ପ୍ରେରଣ କରିବା ନିମନ୍ତେ ଅକ୍ଟୋବର ମାସରେ କୃଷି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ କୁହାଯାଇଥିଲା । ଆବଶ୍ୟକ ମୁତାବକ ବ୍ଲକ ଅନୁଯାୟୀ ଏହାର ଯୋଗାଣ କରାଯିବ । ଏହାବ୍ୟତୀତ, ପ୍ରାୟ ୬୦୦୦ ହେକ୍ଟର ଜମିରେ ୬୦୦ କୁଇଣ୍ଟାଲ ପିଆଜ ଚାଷ, ୧୦୦୦ ହେକ୍ଟର ଜମିରେ ୧୦୦ କୁଇଣ୍ଟାଲ ଲଙ୍କା, ୩୦୦ ହେକ୍ଟର ଜମିରେ ୭୫୦୦ କୁଇଣ୍ଟାଲ ରସୁଣ ବିହନ ଚାଷ ପାଇଁ ଯୋଜନା ରହିଛି । ଯେଉଁଠି ବି ଅଧିକା ବିହନ ଆବଶ୍ୟକ କିମ୍ବା ବିହନ ଅଭାବ ଦେଖାଦେବ କୃଷି ବିଭାଗ ପକ୍ଷରୁ ଜାରି କରାଯାଇଥିବା ନମ୍ବର ୧୫୫୩୩୩ ରେ ଯୋଗାଯୋଗ କିମ୍ବା ନିକଟସ୍ଥ ଉଦ୍ୟାନ କୃଷି ଅଧିକାରୀଙ୍କୁ ଯୋଗାଯୋଗ କରିବାପାଇଁ ଅନୁରୋଧ କରାଯାଇଥିଲା ।
ତେବେ ଆଳୁ ବିହନ ଜମିରେ ଳଗେଇବା ପରେ କିଲୋ ପ୍ରତି ୧୦ ଟଙ୍କା ଫେରାଇ ଦିଆଯିବ । ଏପର୍ଯ୍ୟନ୍ତ ପ୍ରାୟ ୧ ଲକ୍ଷ କ୍ୱିଣ୍ଟାଲ ଉନ୍ନତ ମାନର ବିହନ ଆଳୁ ୩୦ଟି ଜିଲ୍ଲାର ବିଭିନ୍ନ ବ୍ଲକରେ ବଣ୍ଟନ କରାଗଲାଣି । ଆଳୁ ବିହନ ବିତରଣ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟର ବିବରଣୀ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ନିଜେ ତଦାରଖ କରୁଛନ୍ତି ।
ନଭେମ୍ବର ମାସ ଶେଷ ଶୁଦ୍ଧା ସମସ୍ତ ବିହନ ଆଳୁ ଯୋଗାଇ ଦେବାପାଇଁ ରାଜ୍ୟ ବିହନ ନିଗମ ଓ ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ ନିର୍ଦେଶ ଦେଇଛନ୍ତି। ଆଳୁ ବିହନ ପାଇବା ପରେ ବିଶୋଧନ କରି ଉନ୍ନତ ପ୍ରଣାଳୀ ଅବଲମ୍ବନ କରି ଜମିରେ ଲଗେଇବା ପାଇଁ ଚାଷୀ ମାନଙ୍କୁ ପରାମର୍ଶ ଦିଆଯାଇଛି ।
ଅଧିକ ପଢ଼ନ୍ତୁ: ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ, ରତ୍ନଭଣ୍ଡାର ଗଣତିମଣତି ନେଇ ହେବ ବିସ୍ତୃତ ଆଲୋଚନା
ସୂଚନା ଅନୁସାରେ, ଓଡ଼ିଶାକୁ ଆଳୁରେ ଆତ୍ମନିର୍ଭର କରିବା ଅଭିଯାନରେ ଚଳିତବର୍ଷ ଚାଷୀଙ୍କୁ ଆଗୁଆ ଆଳୁ ବିହନ ଯୋଗାଇ ଦେବା ପାଇଁ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଗତ ଅକ୍ଟୋବର ମାସରେ ନିର୍ଦ୍ଦେଶ ଦେଇଥିଲେ । ୫୦ ହଜାରରୁ ଉର୍ଦ୍ଧ୍ବ ଏକର ଜମିରେ ପ୍ରାୟ ୩ ଲକ୍ଷ କୁଇଣ୍ଟାଲ ପାଖାପାଖି ଆଳୁ ବିହନ ଆବଶ୍ୟକ ହୋଇଥାଏ ଏବଂ ଏହା ଚାଷୀଙ୍କୁ ଆବଶ୍ୟକ ଅନୁଯାୟୀ ଆଗୁଆ ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା ।ରାଜ୍ୟର ସମସ୍ତ ଜିଲ୍ଲାକୁ ସେମାନଙ୍କ ଆବଶ୍ୟକ ଅନୁଯାୟୀ ବିହନ ପରିମାଣର ତଥ୍ୟ କୃଷି ବିଭାଗକୁ ପ୍ରେରଣ କରିବା ନିମନ୍ତେ ଅକ୍ଟୋବର ମାସରେ କୃଷି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ କୁହାଯାଇଥିଲା । ଆବଶ୍ୟକ ମୁତାବକ ବ୍ଲକ ଅନୁଯାୟୀ ଏହାର ଯୋଗାଣ କରାଯିବ । ଏହାବ୍ୟତୀତ, ପ୍ରାୟ ୬୦୦୦ ହେକ୍ଟର ଜମିରେ ୬୦୦ କୁଇଣ୍ଟାଲ ପିଆଜ ଚାଷ, ୧୦୦୦ ହେକ୍ଟର ଜମିରେ ୧୦୦ କୁଇଣ୍ଟାଲ ଲଙ୍କା, ୩୦୦ ହେକ୍ଟର ଜମିରେ ୭୫୦୦ କୁଇଣ୍ଟାଲ ରସୁଣ ବିହନ ଚାଷ ପାଇଁ ଯୋଜନା ରହିଛି । ଯେଉଁଠି ବି ଅଧିକା ବିହନ ଆବଶ୍ୟକ କିମ୍ବା ବିହନ ଅଭାବ ଦେଖାଦେବ କୃଷି ବିଭାଗ ପକ୍ଷରୁ ଜାରି କରାଯାଇଥିବା ନମ୍ବର ୧୫୫୩୩୩ ରେ ଯୋଗାଯୋଗ କିମ୍ବା ନିକଟସ୍ଥ ଉଦ୍ୟାନ କୃଷି ଅଧିକାରୀଙ୍କୁ ଯୋଗାଯୋଗ କରିବାପାଇଁ ଅନୁରୋଧ କରାଯାଇଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories