Power Cut Chaos / ରାଜରାସ୍ତାରେ ଠିକା କର୍ମଚାରୀ, ଚାପରେ ବିଦ୍ୟୁତ୍ ବିଭାଗ
·3 months ago·2 min read

Key Points
ଅଭିଯୋଗ ମାଳ ମାଳ, ଭିତ୍ତିଭୂମି ଦୁର୍ବଳ
ବିଦ୍ୟୁତ କାଟ ନେଇ ଦୈନିକ ଆସୁଛି ଶହ ଶହ ଅଭିଯୋଗ

ଭୁବନେଶ୍ଵର: ରାଜ୍ୟରେ ଅସହ୍ୟ ଖରା ଓ ଗୁଳୁଗୁଳି ଭିତରେ ହନ୍ତସନ୍ତ ହେଉଛନ୍ତି ବିଦ୍ୟୁତ୍ ଗ୍ରାହକ । ସେପଟେ ବିଦ୍ୟୁତ ବିଭାଗରେ ଦେଖାଦେଇଛି ସଂକଟ। ଅଘୋଷିତ ବିଦ୍ୟୁତ କାଟ୍ ଯୋଗୁଁ ଦିନକୁ ଆସୁଛି ଶହ ଶହ ଅଭିଯୋଗ, ହେଲେ ସମସ୍ୟାର ସମାଧାନ ପାଇଁ ନାହାନ୍ତି ପର୍ଯ୍ୟାପ୍ତ କର୍ମଚାରୀ ।
ଟାଟା ପାୱାରର ମନମାନି ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଠିକା କର୍ମଚାରୀ । ଯାହାଫଳରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ରାଜ୍ୟରେ ବିଦ୍ୟୁତ୍ ସେବା । କେଉଁଠି ଅଫିସ୍ରେ ତାଲା ପଡ଼ିଛି ତ କେଉଁଠି ମାଳ ମାଳ ଅଭିଯୋଗ ଭିତରେ ଅସହାୟ ବିଭାଗ ।
ଏଥିସହ ପଢ଼ନ୍ତୁ: ବିଜୁଳି ବିଭ୍ରାଟକୁ ନେଇ ତେଜୁଛି ଜନ ଅସନ୍ତୋଷ, ବିଦ୍ୟୁତ୍ କାଟ ପ୍ରତିବାଦରେ ଘେରାଉ କରୁଛନ୍ତି ଗ୍ରୀଡ୍ ଅଫିସ
ପ୍ରତି ସେକେଣ୍ଡକୁ ଆସୁଛି ଗୋଟିଏ ଲେଖାଏଁ ବିଦ୍ୟୁତ୍ କାଟ ଅଭିଯୋଗ । କିଏ ଲାଇନ ନ ଥିବା ଯୋଗୁଁ ମନ ଇଚ୍ଛା ଗାଳି କରୁଛି ତ ଆଉ କିଏ କେତେବେଳେ ଲାଇଟ୍ ଆସିବ ବୋଲି କହି ଉତ୍ତର ମାଗୁଛି ।ଠିକା କର୍ମଚାରୀଙ୍କ ଧାରଣ ଯୋଗୁଁ ଅଧାରୁ କମ କର୍ମଚାରୀଙ୍କୁ ନେଇ ବିଭାଗ ଚାଲିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମାଳ ମାଳ ଅଭିଯୋଗ ଭିତରେ ଯେପରି କାମ କରିଥିବା ବିଦ୍ୟୁତ କର୍ମଚାରୀ ଅସହାୟ ହୋଇ ପଡ଼ିଛନ୍ତି । ସେପଟେ ଛଟେଇକୁ ନେଇ ଧାରଣ ଦେଇଛନ୍ତି ବିଦ୍ୟୁତ୍ ବିଭାଗର ଠିକା କର୍ମଚାରୀ । ଆନ୍ଦୋଳନରତ କର୍ମଚାରୀଙ୍କ ଅଭିଯୋଗ ଟାଟା ପାୱାର ମନମାନି ଯୋଗୁଁ ଏହି ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ ।
କେବଳ ଭୁବନେଶ୍ୱର ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ସ୍ଥିତି । ବଲାଙ୍ଗିରର ଇଲେକ୍ଟ୍ରି ଅଫିସରେ ତାଲା ପଡ଼ିଛି । ହାତ ଗଣତି କିଛି କର୍ମଚାରୀରେ ଇଲେକ୍ଟ୍ରି ରିଷ୍ଟୋରେସନ ଚାଲିଛି । ବରଗଡରେ ବି ଅସହ୍ୟ ଖରା ଓ ଗୁଳୁଗୁଳି ଭିତରେ ବିଦ୍ୟୁତ୍ କାଟ ଲୋକଙ୍କୁ ହନ୍ତସନ୍ତ କରୁଛି ।
ରାଜ୍ୟରେ ବିଦ୍ୟୁତ୍ ଭିତ୍ତିଭୂମି ଦୁର୍ବଳ ଥିବାରୁ ପାୱାର ସପ୍ଲାଏ ସଠିକ ଭାବେ ନ ହେବା ଯୋଗୁଁ ଏଭଳି ସ୍ଥିତି ଉପୁଜୁଥିବା କହିଛି ବିଦ୍ୟୁତ ଉପଭୋକ୍ତା ସଂଘ । ଲୋକେ ଅସହ୍ୟ ଗରମରେ ହନ୍ତସନ୍ତ ହେଉଥିବା ବେଳେ ବିଦ୍ୟୁତ୍ ବିତରଣ ସ୍ଵାଭାବିକ କରିବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି । ୬ ମାସ ପାଇଁ ଏସ୍ମା ମଧ୍ୟ ଲାଗୁ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ୪୫ ଡିଗ୍ରୀ ଉପରେ ୬ ସହର; ୨୮ରୁ କାଚିବ, ଉଡ଼େଇବ
୪୫ ଉପରେ ପଶ୍ଚିମ ଓଡ଼ିଶା
ସୂର୍ଯ୍ୟଙ୍କ ତତଲା କଡ଼େଇରେ ଭାଜି ହେଉଛି ସାରା ରାଜ୍ୟ । ଫୁଟୁଛି ପଶ୍ଚିମ ଓଡ଼ିଶା । ରବିବାର ପଶ୍ଚିମ ଓଡ଼ିଶାର ୯ ସ୍ଥାନରେ ପାରଦ ୪୪ ଡିଗ୍ରୀ ଉପରେ ରହିଥିବା ବେଳେ ୬ଟି ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀରୁ ଅଧିକ ରହିଛି ।

ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼ରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୫.୮ ଡିଗ୍ରୀ ରେକର୍ଡ କରାଯାଇଛି । ବୌଦ୍ଧରେ ସର୍ବାଧିକ ପାରଦ ୪୫.୬ ଡିଗ୍ରୀ ରହିଥିବା ବେଳେ ଭବାନୀପାଟଣାରେ ୪୫.୪ ଡିଗ୍ରୀ, ସମ୍ବଲପୁରରେ ୪୫.୩ ଡିଗ୍ରୀ, ସୋନପୁରରେ ୪୫.୨ ଡିଗ୍ରୀ ଓ ବଲାଙ୍ଗିରରେ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ ହୋଇଛି ।
Related Topics
Explore more stories