Videos
|
Odisha

Bus Fare Hike / ପୁଣି ବଢ଼ିଲା ବସ୍‌ ଭଡ଼ା, ଜାଣନ୍ତୁ କିଲୋମିଟର ପିଛା କେତେ ଟଙ୍କା ବୃଦ୍ଧି ପାଇଲା...

Santosh Kumar Sahoo
Browse all articles by Santosh Kumar Sahoo
·2 months ago·1 min read
ପୁଣି ବଢ଼ିଲା ବସ୍‌ ଭଡ଼ା, ଜାଣନ୍ତୁ କିଲୋମିଟର ପିଛା କେତେ ଟଙ୍କା ବୃଦ୍ଧି ପାଇଲା...
Bus Fare Hike

Key Points

ପୁଣି ବସ୍‌ ଭଡ଼ା ବଢ଼ାଇଲେ ରାଜ୍ୟ ସରକାର
ଅର୍ଡିନାରୀ ଓ ଏକ୍ସପ୍ରେସ୍‌ ବସ୍‌ ଭଡ଼ା କିମି ପିଛା ୨ ପଇସା ବଢ଼ିଲା
ଅର୍ଡିନାରୀ ବସ୍‌ ଭଡ଼ା କିମି ପିଛା ୯୦ ପଇସାରୁ ୯୨ ପଇସାକୁ ବୃଦ୍ଧି
ପୁଣି ବଢ଼ିଲା ବସ୍‌ ଭଡ଼ା । କିଲୋମିଟର ପିଛା ସାଧାରଣ ବସ୍‌ ଓ ଏକ୍ସପ୍ରେସ୍ ବସ୍‌ ଭଡ଼ା ୨ ପଇସା ବୃଦ୍ଧି ପାଇଛି । ସେହିପରି ଡିଲକ୍ସ ଏବଂ ଏସି ଡିଲକ୍ସ ବସ୍‌ ଭଡା ୪ ପଇସାକୁ ବୃଦ୍ଧି କରାଯାଇଛି । ସୁପର ଡିଲକ୍ସ ବସ୍ ଭଡ଼ା ୬ ପଇସାକୁ ବୃଦ୍ଧି କରାଯାଇଛି ।

ସାଧାରଣ ବସ୍‌ ଭଡ଼ା ୯୦ ପଇସାରୁ ୯୨ ପଇସାକୁ ବୃଦ୍ଧି । ଏକ୍ସପ୍ରେସ୍ ୯୪ ପଇସାରୁ ୯୬ ପଇସାକୁ ବୃଦ୍ଧି ପାଇଛି । ଡିଲକ୍ସ ବସ୍‌ ୧୩୧ରୁ ୧୩୫କୁ ବୃଦ୍ଧି ପାଇଛି । ଏସି ଡିଲକ୍ସ ୧୫୯ରୁ ୧୬୩କୁ ବୃଦ୍ଧି ଓ ସୁପର ଡିଲକ୍ସ ୨୪୭ରୁ ୨୫୩କୁ ବୃଦ୍ଧି ପାଇଛି ।

ଅଧିକ ପଢ଼ନ୍ତୁ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁକୁ ଯିବେ ପ୍ରଧାନମନ୍ତ୍ରୀ ମୋଦି, ଜୁନ୍ ତୃତୀୟ ସପ୍ତାହରେ ଆସିବେ ଓଡ଼ିଶା


ତେବେ ଏହା ପୂର୍ବରୁ ମେ' ୧୫ ତାରିଖରେ ମଧ୍ୟ ବସ୍‌ ଭଡ଼ା ବୃଦ୍ଧି ପାଇଥିଲା । ସାଧାରଣ ଓ ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟର ପ୍ରତି ୨ ପଇସା ବୃଦ୍ଧି ପାଇଥିଲା । ସେହିଭଳି ଡିଲକ୍ସ, ଏସି ଡିଲକ୍ସ ଓ ସୁପର ଡିଲକ୍ସ ବସ୍ ଭଡ଼ା କିଲୋମିଟର ପ୍ରତି ୪ ରୁ ୬ ପଇସା ବୃଦ୍ଧି ପାଇଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Odisha Bus Fare Hike: Check Revised Rates Per Kilometre | Argus News