Odisha Rain Alert / ରାଜ୍ୟରେ ୩ ଦିନ ବର୍ଷା ଓ ବଜ୍ରପାତ ସମ୍ଭାବନା, ସେପଟେ ପୁରୀରେ ତାତି ଭାଙ୍ଗିଲା ୧୩୦ବର୍ଷର ରେକର୍ଡ
·1 hour ago·2 min read

Key Points
୩୦ରୁ ୪୦ କି.ମି. ବେଗରେ ପବନ ବହିବ
ରାଜ୍ୟରେ ୩ ଦିନ ବର୍ଷା ଓ ବଜ୍ରପାତ ସମ୍ଭାବନା
ରାଜ୍ୟବାସୀଙ୍କୁ ଟାଣ ଖରାରୁ ମିଳିବ ଆଶ୍ଵସ୍ତି
ରାଜ୍ୟରେ ୩ ଦିନ ବର୍ଷା ଓ ବଜ୍ରପାତ ସମ୍ଭାବନା
ରାଜ୍ୟବାସୀଙ୍କୁ ଟାଣ ଖରାରୁ ମିଳିବ ଆଶ୍ଵସ୍ତି
ଭୁବନେଶ୍ଵର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଜାରି ରହିଛି । ଏହାସହ ଗାଙ୍ଗେୟ ପଶ୍ଚିମବଙ୍ଗରୁ ମଧ୍ୟ ମହାରାଷ୍ଟ୍ର ପର୍ଯ୍ୟନ୍ତ ଝାଡ଼ଖଣ୍ଡ, ଆଭ୍ୟନ୍ତରୀଣ ଓଡ଼ିଶା, ଛତିଶଗଡ଼, ବିଦର୍ଭ ଓ ମରାଠୱାଡ଼ା ଦେଇ ଏକ ଟ୍ରଫ୍ ଲାଇନ୍ ସକ୍ରିୟ ରହିଛି । ଓଡ଼ିଶାରେ ୩ ଦିନ ବର୍ଷା ଓ ବଜ୍ରପାତ ସମ୍ଭାବନା । ଅର୍ଥାତ୍ ୬ରୁ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକା ମଧ୍ୟମ ଧରଣର ବର୍ଷା ଓ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ୩୦ରୁ ୪୦ କି.ମି. ବେଗରେ ପବନ ସହ ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
୮ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ସମେତ ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହୋଇପାରେ । ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ମଧ୍ୟ ବର୍ଷା ଆଶଙ୍କା ରହିଛି ।
- ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ୯ ତାରିଖ ଯାଏଁ ରାଜ୍ୟରେ ବର୍ଷା
୮ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ସମେତ ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହୋଇପାରେ । ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ମଧ୍ୟ ବର୍ଷା ଆଶଙ୍କା ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୯ ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହୋଇପାରେ । ଏହା ପରେ କମିବ ବର୍ଷାର ପରିମାଣ ।
ପଢନ୍ତୁ ଏହି ଖବର: ଏଠାରେ ପାଦ ପକାଇଲେ ଟାଣି ନେଉଛି ସମୁଦ୍ର, ୧୦୦ ମିଟର ପଛକୁ ପେଲିଦେଲା ଦୋକାନ ବଜାର
ପଢନ୍ତୁ ଏହି ଖବର: ଏଠାରେ ପାଦ ପକାଇଲେ ଟାଣି ନେଉଛି ସମୁଦ୍ର, ୧୦୦ ମିଟର ପଛକୁ ପେଲିଦେଲା ଦୋକାନ ବଜାର
- ପୁରୀରେ ୧୩୦ ବର୍ଷର ଇତିହାସ ଭାଙ୍ଗିଲା
Related Topics
Explore more stories