Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବର୍ଷାରେ ବେହାଲ୍ ଟ୍ଵିନ୍ ସିଟି; ୨୪ ଘଣ୍ଟା ପାଇଁ ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

Odisha

Rain Alert / ବର୍ଷାରେ ବେହାଲ୍ ଟ୍ଵିନ୍ ସିଟି; ୨୪ ଘଣ୍ଟା ପାଇଁ ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ବର୍ଷାରେ ବେହାଲ୍ ଟ୍ଵିନ୍ ସିଟି; ୨୪ ଘଣ୍ଟା ପାଇଁ ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
9 Odisha Districts on Alert

Key Points

ଶୁକ୍ରବାର ସନ୍ଧ୍ୟାରେ କଟକ, ଭୁବନେଶ୍ଵରରେ ପ୍ରବଳ ବର୍ଷା ସହ ପବନ ହୋଇଛି । ଯାହାର ପ୍ରଭାବର ବୁଡ଼ିଛି ସହର, ଜଳବନ୍ଦୀ ହୋଇଛନ୍ତି ଲୋକେ ।
କଟକ/ଭୁବନେଶ୍ଵର: ଅପରାହ୍ଣରେ ମାଡ଼ି ଆସିଲା, ଚାରିଆଡ଼ ଅନ୍ଧାର କରି ବର୍ଷିଲା । ଶୁକ୍ରବାର ସନ୍ଧ୍ୟାରେ କଟକ, ଭୁବନେଶ୍ଵରରେ ପ୍ରବଳ ବର୍ଷା ସହ ପବନ ହୋଇଛି । ଯାହାର ପ୍ରଭାବର ବୁଡ଼ିଛି ସହର, ଜଳବନ୍ଦୀ ହୋଇଛନ୍ତି ଲୋକେ ।

କଟକ ସହରର ଫିରିଙ୍ଗି ବଜାର ଅଞ୍ଚଳର ବିଭିନ୍ନ ସ୍ଥାନ ସୃଷ୍ଟି ହୋଇଛି ଜଳବନ୍ଦୀ ସ୍ଥିତି । ଅସରାଏ ବର୍ଷା ପରେ ଜଳବନ୍ଦୀ ହୋଇଛି ତୁଳସୀପୁର ସ୍ଥିତ ଖ୍ରୀଷ୍ଟିଆନ ସାହି ଅଞ୍ଚଳ । ଜଳ ନିଷ୍କାସନ ପାଇଁ କଟକ ମହାନଗର ନିଗମ ପକ୍ଷରୁ ମଟର ପମ୍ପ ରହିଥିଲେ ବି ବନ୍ଦ ହୋଇ ପଡ଼ିଛି । ଜଳ ନିଷ୍କାସନ ହୋଇ ପାରୁନି ।

ଏଥିସହ ପଢ଼ନ୍ତୁ: ରାଜ୍ୟରେ ସକ୍ରିୟ ନାହିଁ ମୌସୁମୀ, ଏବେ ସୁଦ୍ଧା ୪୬ ପ୍ରତିଶତ ନିଅଣ୍ଟିଆ ବର୍ଷା,୨୫ ବେଳକୁ ବଢ଼ିପାରେ ବର୍ଷାର ପରିମାଣ 

ସେପଟେ ଜଗତପୁର ନଜରପୁର ଅଞ୍ଚଳ ମଧ୍ୟ ଅସରାଏ ବର୍ଷାରେ ବୁଡ଼ି ଯାଇଛି । ସିଏମ୍‌ସିର ୧୮ ନମ୍ବର ୱାର୍ଡ ଚୂନ ଭାଟି ଗଳିରେ କାନ୍ଥ ଭୁଶୁଡ଼ି ପଡ଼ିଛି । କାନ୍ଥକୁ ଲାଗିଥିବା ଦୋକାନ କ୍ୟାବିନ କାନ୍ଥ ସହ ଗଳି ପଡ଼ିଛି । ତେବେ ବର୍ଷା ସମୟରେ ଦୋକାନୀ ନଥିବାରୁ ତାଙ୍କର କିଛି ଅଘଟଣ ହୋଇ ନାହିଁ ।

୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ଵର ଆକଳନ ଅନୁସାରେ, ଆହୁରି ୨୪ ଘଣ୍ଟା ରହିବ ଏଭଳି ପାଗ । ଏନେଇ ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । କାଳବୈଶାଖୀ ସହ ବଜ୍ରପାତ ଏବଂ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ ।

ବାଲେଶ୍ଵର, ଭଦ୍ରକ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦିଆଯାଇଛି । ସେହିଭଳି କେନ୍ଦୁଝର, ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ ।

୨ ଡିଗ୍ରୀ ଖସିବ ପାରଦ

ପାଣିପାଗ ବିଭାଗର ଆକଳନ ଅନୁସାରେ, ଦିନ ତାପମାତ୍ରା ଆଗାମୀ ୨ ଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ହ୍ରାସ ପାଇବ । ଦିନର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୨୮ ଡିଗ୍ରୀ ରହିବା ଆକଳନ କରିଛି ପାଣିପାଗ କେନ୍ଦ୍ର ।

ଏଥିସହ ପଢ଼ନ୍ତୁ: ଜୁନ୍‌ରେ ପ୍ରବଳ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି, ବର୍ଷା ଅଭାବରୁ ଆଗେଇ ପାରୁନି ଚାଷ କାମ 

ଅଶାନ୍ତ ରହିବ ସମୁଦ୍ର

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ଵର ଅନୁସାରେ, ୧୯ ତାରିଖ ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ । ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ଝଡ଼ ପବନ ବହିବ । ଓଡ଼ିଶା ଉପକୂଳ ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored