Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Rajya Sabha Election / ରାଜ୍ୟସଭା ସସପେନ୍ସକୁ ଅଧିକ ବଢ଼ାଇଲା ବିଜେପି, ଦେବ ୩ ପ୍ରାର୍ଥୀ

Sushanta Sahoo
Browse all articles by Sushanta Sahoo
·4 months ago·2 min read
ରାଜ୍ୟସଭା ସସପେନ୍ସକୁ ଅଧିକ ବଢ଼ାଇଲା ବିଜେପି, ଦେବ ୩ ପ୍ରାର୍ଥୀ
Big Twist in Odisha Rajya Sabha Polls

Key Points

  • ବିଜେପିର ଟ୍ଵିଷ୍ଟ ଭିତରେ ବିଜେଡିକୁ ଘାରିଲା କ୍ରସ୍ ଭୋଟିଂ ଭୟ
  • ଚର୍ଚ୍ଚା ୭ରୁ ୮ ଅସନ୍ତୁଷ୍ଟ ବିଧାୟକ ମାନି ନ ପାରନ୍ତି ଦଳୀୟ ନିର୍ଦ୍ଦେଶ
  • କଂଗ୍ରେସ ବିଧାୟକ ଦଳ ବୈଠକରେ ନବୀନଙ୍କ କମନ ପ୍ରାର୍ଥୀ
  • ଦଳର ବୈଠକ କୁ ଆସିଲେନି ରମେଶ ଜେନା ଓ ଶୋଫିଆ ଫିର୍ଦ୍ଦୋସ
ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନକୁ ନେଇ ଛକାପଞ୍ଝା ଭିତରେ ସୋମବାର ନିଜ ପ୍ରାର୍ଥୀ ସଂଖ୍ୟା ଘୋଷଣା କରିଛି ବିଜେପି । ଦଳର ବିଧାୟକ କହିଛନ୍ତି, ବିଜେପି ଏଥର ୩ ପ୍ରାର୍ଥୀ ଦେବ । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ୩ ଘଣ୍ଟାରୁ ଅଧିକ ସମୟ ଧରି ବିଜେପି ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ଗୋଇଛି । ସେପଟେ ବିଜେଡି ଏବେ କ୍ରସ୍ ଭୋଟିଂକୁ ନେଇ ଛାନିଆ ।

ସମୟ ଗଡୁଛି ସସପେନ୍ସ ବଢୁଛି । ଅଧିକ ରୋଚକ ହେଉଛି ରାଜ୍ୟସଭା ନିର୍ବାଚନ । ଚତୁର୍ଥ ଆସନ ପାଇଁ ବିଜେଡିର କମନ କ୍ଯାଣ୍ଡିଡେଟ୍ଠୁ ରବିବାର ବଡ଼ ଟ୍ଵିଷ୍ଟ ଦେଇଛି ବିଜେପି । ୫ ତାରିଖରେ ନାମାଙ୍କନ ହେବାକୁ ଥିବା ବେଳେ ୧୬ ସେଟ୍ ଫର୍ମ ନେଇ ବିଜେଡି ଓ କଂଗ୍ରେସକୁ ଚମକାଇ ଦେଇଛି ଦଳ ।

ଏଥିସହ ପଢ଼ନ୍ତୁ: ବିଜେଡି ପ୍ରାର୍ଥୀଙ୍କୁ କଂଗ୍ରେସର ଖୋଲା ସମର୍ଥନ; ନବୀନ ଭୁଲିଗଲେ କି ସମଦୂରତା ନୀତି ?

ସେହିପରି ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ୩ ଘଣ୍ଟାରୁ ଊର୍ଦ୍ଧ୍ଵ ସମୟ ଧରି ଚାଲିଥିବା ବିଧାୟକ ଦଳ ବୈଠକରେ ନିଆଯାଇଛି ବଡ଼ ନିଷ୍ପତ୍ତି । ୩ ପ୍ରାର୍ଥୀ ଦେବାକୁ ସ୍ଥିର ହୋଇଥିବା କହିଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି ।

ସେପଟେ କମନ ପ୍ରାର୍ଥୀଙ୍କୁ ମିଶାଇ ଦୁଇ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବିଜେଡିକୁ ଏବେ ଘାରିଛି କ୍ରସ ଭୋଟିଂ ଭୟ । ୫ ତାରିଖରେ ନାମାଙ୍କନ ଦାଖଲ ପରଠୁ ବିଧାୟକ ମାନେ ଭୁବନେଶ୍ୱର ନ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଛି ବିଜେଡି । ଯଦି କେହି ଦଳୀୟ ନିଷ୍ପତ୍ତି ବାହାରେ ଯାଇ କ୍ରସ ଭୋଟିଂ କରନ୍ତି ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି ।

ଏଥିସହ ପଢ଼ନ୍ତୁ: ଶ୍ରୀମୟୀଙ୍କ ନିଶାନା, ଯିଏ ସତ କହିବ...ଛାମୁ ମୁଣ୍ଡକାଟ କରିବେ

ଅନ୍ୟପଟେ କଂଗ୍ରେସ ବିଧାୟକ ଦଳ ବୈଠକରେ ଯୋଗ ଦେଇଛନ୍ତି ନବୀନଙ୍କ କମନ ପ୍ରାର୍ଥୀ ଦତ୍ତେଶ୍ୱର ହୋତା । ତାଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି । ମାତ୍ର ଏ ସବୁ ଭିତରେ କଂଗ୍ରେସ ବିଧାୟକ ଦଳ ବୈଠକରେ ଫାଟ ଦେଖିବାକୁ ମିଳିଛି । ବିଧାୟକ ରମେଶ ଜେନା ଓ ବିଧାୟିକା ଶୋଫିଆ ଫିର୍ଦ୍ଦୋସ ଅନୁପସ୍ଥିତ ରହିବା ଅନେକ ପ୍ରଶ୍ନ ସୃଷ୍ଟି କରିଛି ।

ବିଜେପି ତିନି ପ୍ରାର୍ଥୀ ଦେବା ଲାଗି ଘୋଷଣା କରିବା ପରେ ରାଜ୍ୟସଭା ନିର୍ବାଚନରେ ଭୋଟିଂ ହେବା ସୁନିଶ୍ଚିତ । ୪ ଆସନକୁ ୫ ପ୍ରାର୍ଥୀ ହେଉଥିବାରୁ ଦଳୀୟ ଙ୍କୁ ଜିତେଇବା ପାଇଁ କିଏ କେଉଁ ରଣନୀତି ଆପଣଉଛି ତାହା ଉପରେ ନଜର ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Rajya Sabha Polls: BJP to Field 3 Candidates | Argus News | Argus News