Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Rajya Sabha Election / ରାଜ୍ୟସଭା ନିର୍ବାଚନକୁ ନେଇ କଂଗ୍ରେସରେ ଫାଟ; ବିଜେଡିରେ ବି ସମାନ ସ୍ଥିତି

Sushanta Sahoo
Browse all articles by Sushanta Sahoo
·4 months ago·2 min read
ରାଜ୍ୟସଭା ନିର୍ବାଚନକୁ ନେଇ କଂଗ୍ରେସରେ ଫାଟ; ବିଜେଡିରେ ବି ସମାନ ସ୍ଥିତି
Political Heat Rises in Odisha

Key Points

  • ରାଜ୍ୟସଭା ନିର୍ବାଚନକୁ ନେଇ କଂଗ୍ରେସରେ ଫାଟ ଜଳଜଳ
  • ସୋଫିଆଙ୍କ ବୟାନ ପରେ ପଦାରେ ପଡ଼ିଲା ହାତ ଦଳର କନ୍ଦଳ
  • ବେଙ୍ଗଳୁରୁରେ ୮ ବିଧାୟକ, ଫୋନ୍ ଉଠାଉ ନାହାନ୍ତି ଗମାଙ୍ଗ
  • ବିଜେଡିରେ ବି ସମାନ ସ୍ଥିତି, କାଲି ୪ ବିଧାୟକ ଥିଲେ ଅନୁପସ୍ଥିତି  
ଭୁବନେଶ୍ଵର: ବିଜେଡିର କମନ ପ୍ରାର୍ଥୀ ଦତ୍ତେଶ୍ଵର ହୋତାଙ୍କୁ ସମର୍ଥନ ଘୋଷଣା କଂଗ୍ରେସ ପାଇଁ ଅଡୁଆ ବଢ଼ାଉଛି । ୮ ବିଧାୟକଙ୍କୁ ଧରି ପିସିସି ସଭାପତି ବେଙ୍ଗାଳୁରୁରେ ୨ ଦିନ ହେଲା ଡେରା ପକାଇଥିବା ବେଳେ ଏଠାରେ ଦାଶରଥୀ ଗମାଙ୍ଗ ଓ ରମେଶ ଜେନା ଦେଉନାହାନ୍ତି ଧରାଛୁଆଁ ।

ସେପଟେ ରାଜ୍ୟସଭା ପ୍ରାର୍ଥୀ ଚୟନକୁ ନେଇ ସୋଫିଆ ଫିର୍ଦ୍ଦୋସ ଖୋଲାଖୋଲି ବିରୋଧ କରିଛନ୍ତି । ଦଳର ନିଷ୍ପତ୍ତି ଧର୍ମନିରପେକ୍ଷତାକୁ ଆଘାତ ଦେଇଥିବା କହି ନେତୃତ୍ଵଙ୍କୁ ପରୋକ୍ଷରେ ଚ୍ୟାଲେଞ୍ଜ କରିଛନ୍ତି ସୋଫିଆ । ଏତେ ସବୁ ପରେ ମଧ୍ୟ କଂଗ୍ରେସ ବିଧାୟକ ଦଳ ନେତା କହୁଛନ୍ତି ଦଳର ନିଷ୍ପତ୍ତିରେ ସମସ୍ତେ ଅଛନ୍ତି ।

ଏଥିସହ ପଢ଼ନ୍ତୁ: 'ନବୀନ ମୋତେ କିଣିବାକୁ ଚେଷ୍ଟା କରିଥିଲେ, ୩ ଜଣ ବିଧାୟକଙ୍କୁ ପଠେଇଥିଲେ': ପ୍ରତାପ ଷଡ଼ଙ୍ଗୀ

କଂଗ୍ରେସ ଭଳି ବିଜେଡିରେ ବି ସମାନ ସ୍ଥିତି । ପୂର୍ବରୁ ସୌଭିକ୍ ଓ ସୁବାସିନୀଙ୍କ ବୟାନ ସନ୍ଦେହ ବଢ଼ାଇଥିବା ବେଳେ ଗତକାଲି ରାଜ୍ୟସଭା ନିର୍ବାଚନ ତାଲିମ ପାଇଁ ୪ ବିଧାୟକ ନବୀନ ନିବାସ ନ ଯିବା ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି ।

ନିଜ ଦଳରେ ସ୍ଥିତି ଅସମ୍ଭାଳ ହେଉଥିବା ବେଳେ ବିଜେପି ବିରୋଧରେ ଘୋଡ଼ା ବେପାରର ଆକ୍ଷେପ ଲଗାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହାର ଜବାବ ଦେଇଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ । କହିଛନ୍ତି, "ଘୋଡ଼ା ବେପାର ନବୀନ କରନ୍ତି । ଅତୀତରେ ନବୀନ ଲୋକ ପଠାଇ ମୋତେ କିଣିବାକୁ ଚେଷ୍ଟା କରିଥିଲେ ।"

ଚତୁର୍ଥ ଆସନ ଉଭୟ ବିରୋଧୀ ଓ ଶାସକ ଦଳ ପାଇଁ ଅଗ୍ନି ପରୀକ୍ଷା । ଯେଉଁଥିପାଇଁ ଘୋଡ଼ା ବେପାରକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ସବୁ ଦଳରେ ଦେଖା ଦେଇଛି ବିଶ୍ଵାସ ସଂକଟ । ୧୬ ତାରିଖ ଭୋଟ୍ ଯାଏ ନିଜ ବିଧାୟକଙ୍କ ଉପରେ କଡ଼ା ନଜର ରଖୁଛନ୍ତି ସବୁ ଦଳ ।

ଏଥିସହ ପଢ଼ନ୍ତୁ: କଂଗ୍ରେସକୁ କ୍ରସ୍‌ ଭୋଟିଂ ଭୟ, ବେଙ୍ଗାଲୁରୁ ଗଲେ PCC ସଭାପତିଙ୍କ ସହ ୮ ବିଧାୟକ

କାହା ପାଖେ କେତେ ବିଧାୟକ ?

ଓଡ଼ିଶା ବିଧାନସଭାରେ ବିଜେପି ପାଖେ ମୋଟ ୭୯ ଓ ୩ ସ୍ଵାଧିନଙ୍କ ସମର୍ଥନକୁ ମିଶାଇ ୮୨ ଜଣ ବିଧାୟକ ଅଛନ୍ତି । ସେହିଭଳି ବିଜେଡି ପାଖରେ ୪୮ ବିଧାୟକ ରହିଥିବା ବେଳେ କଂଗ୍ରେସ ପାଖରେ ୧୪ ଓ ଜଣେ ସିପିଏମ୍ ବିଧାୟକଙ୍କ ସମର୍ଥନ ରହିଛି । ଏଭଳି ଦେଖିବାକୁ ଗଲେ ବିଜେପି ପାଖରେ ୮୨ ସଦସ୍ୟ ରହିଥିବା ବେଳେ ବିରୋଧୀଙ୍କ ପାଖରେ ମୋଟ ୬୫ ଜଣ ବିଧାୟକ ଅଛନ୍ତି ।

ରାଜ୍ୟସଭା ସମୀକରଣ

ଏବେ ଓଡ଼ିଶାର ୪ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେଉଛି । ଓଡ଼ିଶା ବିଧାନସଭାର ସଦସ୍ୟ ସଂଖ୍ୟା ୧୪୭ । ସେହି ଅନୁସାରେ ହିସାବ କଲେ ବିଧାନସଭାର ମୋଟ ସଦସ୍ୟ/(ଖାଲି ପଡ଼ିଥିବା ରାଜ୍ୟସଭା ଆସନ+୧)+୧ ହେଉଛି= ୩୦.୪ । ଅର୍ଥାତ୍ ଜଣେ ପ୍ରାର୍ଥୀ ଜିତିବା ଲାଗି ଆବଶ୍ୟକ ୩୦ ଭୋଟ୍ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rift in Congress Ahead of Rajya Sabha Election, Similar Trouble in BJD | Argus News | Argus News