Cross Voting Politics / କଂଗ୍ରେସକୁ କ୍ରସ୍ ଭୋଟିଂ ଭୟ, ବେଙ୍ଗାଲୁରୁ ଗଲେ PCC ସଭାପତିଙ୍କ ସହ ୮ ବିଧାୟକ
·3 weeks ago·2 min read

Key Points
କଂଗ୍ରେସକୁ କ୍ରସ ଭୋଟିଂ ଭୟ
ଦଳୀୟ ହୁଇପର ଉଡିଲା ଧଜିଆ
ବେଙ୍ଗାଲୁରୁ ଗଲେ ପିସିସି ସଭାପତିଙ୍କ ସହ ୮ ବିଧାୟକ

ରାଜ୍ୟସଭା ନିର୍ବାଚନ ପୂର୍ବରୁ ଓଡ଼ିଶାରେ ଦେଖିବାକୁ ମିଳିଛି ରିସୋର୍ଟ ପଲିଟିକ୍ସ । ବିଧାୟକମାନେ ଭୁବନେଶ୍ବର ଛାଡ଼ିବେ ନାହିଁ ବୋଲି ହୁଇପ୍ ଜାରି କରି ନିଜେ ଭାଙ୍ଗି ଦେଇଛି କଂଗ୍ରେସ । ନିଜ ଦଳର ପ୍ରାର୍ଥୀ ନ ଥାଇ ବି କ୍ରସ୍ ଭୋଟିଂ ଭୟରେ ବେଙ୍ଗାଲୁରୁ ଯାଇ ତାରକା ହୋଟେଲରେ ରହିଛନ୍ତି କଂଗ୍ରେସର ୮ ବିଧାୟକ । ସେପଟେ ବିଜେଡି ମଧ୍ୟ ଦଳୀୟ ହୁଇପ ଜାରି କରିଛି । ଆଜି ଓ ଆସନ୍ତାକାଲି ନବୀନ ନିବାସରେ ସଂଧ୍ୟା ୫ ଟା ୩୦ ରୁ ୭ଟା ୩୦ ପର୍ଯ୍ୟନ୍ତ ହେବାକୁ ଥିବା ଟ୍ରେନିଂରେ ଯୋଗଦେବାକୁ ବିଧାୟକମାନଙ୍କୁ ଦିଆଯାଇଛି ନିର୍ଦ୍ଦେଶ ।
ରାଜ୍ୟ ରାଜନୀତିରେ ପ୍ରଥମ । ନିଜ ଦଳର ପ୍ରାର୍ଥୀ ନ ଥାଇ ବି କ୍ରସ୍ ଭୋଟିଂ ଭୟରେ ବେଙ୍ଗାଲୁରୁ ଯାଇ ତାରକା ହୋଟେଲରେ ରହିଛନ୍ତି କଂଗ୍ରେସର ୮ ବିଧାୟକ । ସାଙ୍ଗରେ ଅଛନ୍ତି ପିସିସି ସଭାପତି । ଚତୁର୍ଥ ଆସନ ପାଇଁ ଦତ୍ତେଶ୍ୱର ହୋତା କଂଗ୍ରେସ ଓ ବିଜେଡିର ସମର୍ଥିତ ପ୍ରାର୍ଥୀ ହୋଇଥିବା ବେଳେ ନିର୍ବାଚନର ଅଳ୍ପ କିଛି ଦିନ ପୂର୍ବରୁ ଦଳରେ ଏଭଳି ହଲଚଲକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । ବଡ଼ କଥା ହେଉଛି ୧୬ ପର୍ଯ୍ୟନ୍ତ ଭୁବନେଶ୍ୱର ନ ଛାଡ଼ିବାକୁ ଗତକାଲି ଦଳର ମୁଖ୍ୟ ସଚେତକ ହୁଇପ ଜାରି କରିଥିଲେ । ହେଲେ ସେ ନିଜେ ଆଜି ବେଙ୍ଗାଲୁରୁରେ ।
ଏପଟେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ତାରା ବାହିନୀପତି, ସୋଫିଆ ଫିର୍ଦ୍ଦୋଷ, ସାଗର ଦାସ, ରମେଶ ଜେନା ଓ ଦଶରଥୀ ଗମାଙ୍ଗୋ ଭୁବନେଶ୍ୱରରେ ଥିଲେ ବି କେବଳ ୩ ବିଧାୟକଙ୍କୁ ଆଜି ବିଧାନସଭାରେ ଦେଖିବାକୁ ମିଳିଥିଲା । ବିଧାୟକଙ୍କ ବେଙ୍ଗାଲୁରୁ ଗସ୍ତକୁ ନେଇ ଏମାନେ ଭିନ୍ନ ଭିନ୍ନ ବୟାନ ଦେଇଥିବା ବେଳେ ଏଭଳି ଗସ୍ତକୁ ନା ପସନ୍ଦ କରିଛନ୍ତି ସୋଫିଆ ।
ଏପଟେ ରାଜ୍ୟସଭା ନିର୍ବାଚନକୁ ନେଇ ସବୁ ବିଧାୟକଙ୍କ ଉପରେ ରହିଛି ନବୀନଙ୍କ କଡ଼ା ନଜର । ସବୁ ବିଜେଡି ବିଧାୟକଙ୍କୁ ଚିଠି ଲେଖିବା ସହ ଆଜି ଓ ଆସନ୍ତାକାଲି ନବୀନ ନିବାସରେ ସଂଧ୍ୟା ୫.୩୦ ରୁ ୭.୩୦ଟା ପର୍ଯ୍ୟନ୍ତ ହେବାକୁ ଥିବା ଟ୍ରେନିଂରେ ଯୋଗଦେବାକୁ ଦିଆଯାଇଛି ନିର୍ଦ୍ଦେଶ । ଏହାସହ ରବିବାର ହେବାକୁ ଥିବା ବିଧାୟକ ଦଳ ବୈଠକରେ ଯୋଗ ଦେବା ବାଧ୍ୟତାମୂଳକ ବୋଲି ସବୁ ବିଧାୟକଙ୍କୁ ଜଣାଇ ଦିଆଯାଇଛି ।
ଏହାରି ଭିତରେ ବିଜେପି ବିଧାୟକଙ୍କୁ ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ନ ଛାଡ଼ିବାକୁ ଦଳ ଦେଇଛି କଡ଼ା ନିର୍ଦ୍ଦେଶ । ତେବେ CPI(M) ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସହ ଫୋନରେ କଥା ହୋଇ ସମର୍ଥନ ମାଗିଛନ୍ତି ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟ ।
ପଢନ୍ତୁ ଏହି ଖବର: ଇଫତାର ପାର୍ଟି ପାଇଁ ତେଜିଲା ବିବାଦ; ବ୍ୟାନର ଫାଡ଼ିଲେ ବିଜେପି ନେତ୍ରୀ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories