Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Rajya Sabha Election / ଦତ୍ତେଶ୍ଵରଙ୍କୁ ହରାଇ ଜିତିଲେ ଦିଲ୍ଲୀପ; କେତେ ଭୋଟ୍ ପାଇଲେ ମନମୋହନ, ସୁଜିତ୍ ?

Sushanta Sahoo
Browse all articles by Sushanta Sahoo
·4 months ago·2 min read
ଦତ୍ତେଶ୍ଵରଙ୍କୁ ହରାଇ ଜିତିଲେ ଦିଲ୍ଲୀପ; କେତେ ଭୋଟ୍ ପାଇଲେ ମନମୋହନ, ସୁଜିତ୍ ?
Odisha Rajya Sabha Election Result

Key Points

ବିଜୟୀ ହୋଇଛନ୍ତି ମନମୋହନ ସାମଲ, ସୁଜିତ୍ କୁମାର, ଦିଲ୍ଲୀପ ରାୟ ଓ ସନ୍ତୃପ୍ତ ମିଶ୍ର । ବିଜେଡିର କମନ୍ କ୍ୟାଣ୍ଡିଡେଟ୍ ସହ ବିଜେପି ସମର୍ଥିତ ସ୍ଵାଧିନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା । ଯେଉଁଥିରେ ଦିଲ୍ଲୀପ ରାୟ ବାଜି ମାରି ନେଇଛନ୍ତି ।
ଭୁବନେଶ୍ଵର: ଟଣାଓଟରା, କ୍ରସ୍ ଭୋଟିଂ ଭିତରେ ଆସିଛି ରାଜ୍ୟସଭା ଫଳାଫଳ । ବିଜୟୀ ହୋଇଛନ୍ତି ମନମୋହନ ସାମଲ, ସୁଜିତ୍ କୁମାର, ଦିଲ୍ଲୀପ ରାୟ ଓ ସନ୍ତୃପ୍ତ ମିଶ୍ର । ବିଜେଡିର କମନ୍ କ୍ୟାଣ୍ଡିଡେଟ୍ ସହ ବିଜେପି ସମର୍ଥିତ ସ୍ଵାଧିନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା । ଯେଉଁଥିରେ ଦିଲ୍ଲୀପ ରାୟ ବାଜି ମାରି ନେଇଛନ୍ତି ।

ବିଜେପିର ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ରାଜ୍ୟସଭା ନିର୍ବାଚନ ଫଳାଫଳ ନେଇ ସୂଚନା ଦେଇଛନ୍ତି । ସନ୍ତୋଷ ଖଟୁଆ କହିଛନ୍ତି, "ପ୍ରଥମ ପସନ୍ଦ ଭୋଟ୍ ପ୍ରଥମ ପ୍ରାର୍ଥୀଙ୍କୁ ଯାଇଥାଏ । ସେହି ଅନୁସାରେ ମନମୋହନ ସାମଲଙ୍କୁ ୩୫, ସୁଜିତ୍ କୁମାରଙ୍କୁ ୩୫, ସନ୍ତୃପ୍ତ ମିଶ୍ରଙ୍କୁ ୩୧, ଦିଲ୍ଲୀପ ରାୟଙ୍କୁ ୨୩, ଦତ୍ତେଶ୍ଵର ହୋତ୍ତାଙ୍କୁ ୨୩ ପ୍ରଥମ ପସନ୍ଦ ଭୋଟ୍ ମିଳିଥିଲା ।"

ଏଥିସହ ପଢ଼ନ୍ତୁ: ଜିତିଲେ ଦିଲ୍ଲୀପ ରାୟ, ୩ ଆସନରେ ବାଜିମାତ୍ କଲା ବିଜେପି

ପ୍ରଥମ ପସନ୍ଦକୁ ମିଳିଥିବା ୩୦ରୁ ଅଧିକ ଭୋଟ୍‌ରୁ ବଳକା ଭୋଟ୍‌ ଦ୍ଵିତୀୟ ପସନ୍ଦକୁ ଯାଇଥାଏ । ସେହି ଅନୁପାତରେ ସନ୍ତୃପ୍ତ ମିଶ୍ରଙ୍କ ଗୋଟିଏ ଭୋଟ୍ ବଳକା ଥିବାରୁ ତାହା ଦତ୍ତେଶ୍ଵର ହୋତାଙ୍କୁ ଯାଇଥିଲା । ଫଳରେ ଦତ୍ତେଶ୍ଵର ହୋତା ୨୪ ଭୋଟ୍ ପାଇଛନ୍ତି ।

ମନମୋହନ ସାମଲ ଓ ସୁଜିତ କୁମାରଙ୍କ ୫.୮ ପ୍ରତିଶତ ଭୋଟ୍ ଏଭଳି ୧୧ ଭୋଟ୍ ଦିଲ୍ଲୀପ ରାୟଙ୍କୁ ଯାଇଛି । ଦିଲ୍ଲୀପ ରାୟ ୩୪ ଭୋଟ୍ ପାଇଥିବା ସୂଚନା ଦେଇଛନ୍ତି ବିଜେପିର ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ।

କିଏ ପାଇଲେ, କେତେ ଭୋଟ୍ ?

ମନମୋହନ ସାମଲ- ୨୯୪୧
ସୁଜିତ୍ କୁମାର- ୨୯୪୧
ସନ୍ତୃପ୍ତ ମିଶ୍ର- ୩୧୦୦
ଦତ୍ତେଶ୍ୱର ହୋତା- ୨୩୦୦
ଦିଲ୍ଲୀପ ରାୟ- ୩୪୧୮

ଏଥିସହ ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ଜିତିଲେ ବିଜେପି ସମର୍ଥିତ ସ୍ଵାଧିନ ପ୍ରାର୍ଥୀ ଦିଲ୍ଲୀପ ରାୟ

ସେ ଆହୁରି କହିଛନ୍ତି, "ବିରୋଧୀ ବିଧାୟକ ୩୦ ଭୋଟ୍ ପରେ ଆଉ ପ୍ରଥମ ପସନ୍ଦ ଚୟନ କରିଥିଲେ । ବିଜେପି ସଦସ୍ୟ ବୁଦ୍ଧିମତ୍ତାର ସହ ୩୦ ପରେ ବଳକା ଭୋଟ୍‌କୁ ସୁରକ୍ଷିତ ରଖିବାକୁ ଆମେ ପ୍ରଥମ ପସନ୍ଦରେ ମନମୋହନ ସାମଲଙ୍କୁ ଭୋଟ୍ ଦେବା ସହ ଦ୍ଵିତୀୟ ପସନ୍ଦରେ ଦିଲ୍ଲୀପ ରାୟଙ୍କୁ ବାଛିଥିଲୁ । ଅନ୍ୟ ବାଲଟରେ ମଧ୍ୟ ପ୍ରଥମ ପସନ୍ଦରେ ସୁଜିତ୍ କୁମାର, ଦ୍ଵିତୀୟ ପସନ୍ଦରେ ଦିଲ୍ଲୀପ ରାୟ ଥିଲେ । ପ୍ରଥମ ଓ ଦ୍ଵିତୀୟ ପସନ୍ଦରେ ଗଣନା ସରିଗଲେ ତାର ଆଉ କିଛି ମୂଲ୍ୟ ନାହିଁ । ତେଣୁ ଆମେ ଜିତିଲୁ ।"

୧୧ ବିଧାୟକଙ୍କ କ୍ରସ୍ ଭୋଟିଂ

ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ହୋଇଛି । ବିଜେଡିରୁ ନିଲମ୍ବିତ ଦୁଇ ବିଧାୟକ ସନାତନ ମହାକୁଡ଼ଙ୍କ ସହ ଅରବିନ୍ଦ ମହାପାତ୍ର କ୍ରସ୍ ଭୋଟିଂ କରିଛନ୍ତି । ସେହିଭଳି ଦଳରେ ଥାଇ ଦେବୀ ରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ଵାଳଙ୍କ ସହ ଆଉ ୪ ଜଣ ଏଭଳି ଭାବେ ବିଜେଡିର ୮ ଜଣ କ୍ରସ୍ ଭୋଟିଂ କରି ନବୀନଙ୍କ ନିଷ୍ପତ୍ତିକୁ ଚକ୍‌ମା ଦେଇଛନ୍ତି । ସେହିଭଳି କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ସୋଫିଆ ଫିର୍ଦ୍ଦୋସ ଓ ରମେଶ ଜେନା କ୍ରସ୍ ଭୋଟିଂ କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dilip Ray Wins Odisha Rajya Sabha Seat, Defeats Datteshwar Hota | Argus News | Argus News