Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Rajya Sabha Election / ଜିତିଲେ ଦିଲ୍ଲୀପ ରାୟ, ୩ ଆସନରେ ବାଜିମାତ୍ କଲା ବିଜେପି

Sushanta Sahoo
Browse all articles by Sushanta Sahoo
·4 months ago·2 min read
ଜିତିଲେ ଦିଲ୍ଲୀପ ରାୟ, ୩ ଆସନରେ ବାଜିମାତ୍ କଲା ବିଜେପି
BJP Wins 3 Rajya Sabha Seats

Key Points

୨ ଦଳୀୟ ପ୍ରାର୍ଥୀଙ୍କ ସହ ଜିତିଲେ ବିଜେପି ସମର୍ଥିତ ସ୍ଵାଧିନ ପ୍ରାର୍ଥୀ ଦିଲ୍ଲୀପ ରାୟ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସହ ସୁଜିତ୍ କୁମାର ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ।
ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନରେ ବିଜେପିର ବଡ଼ ବିଜୟ । ୨ ଦଳୀୟ ପ୍ରାର୍ଥୀଙ୍କ ସହ ଜିତିଲେ ବିଜେପି ସମର୍ଥିତ ସ୍ଵାଧିନ ପ୍ରାର୍ଥୀ ଦିଲ୍ଲୀପ ରାୟ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସହ ସୁଜିତ୍ କୁମାର ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ୨୦୦୨ ପରେ ପୁଣି ଥରେ ରାଜ୍ୟସଭାକୁ ଦିଲ୍ଲୀପ ରାୟ ନିର୍ବାଚିତ ହୋଇଛନ୍ତି ।

ବିଜେଡି ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ଜିତିଥିବା ବେଳେ ଦଳର କମନ୍ କ୍ୟାଣ୍ଡିଡେଟ୍ ଡ. ଦତ୍ତେଶ୍ଵର ହୋତା ପରାଜୟ ବରଣ କରିଛନ୍ତି । ବିଜେଡିର କମନ୍ କ୍ୟାଣ୍ଡିଡେଟ୍ ଦତ୍ତେଶ୍ଵର ହୋତାଙ୍କୁ କଂଗ୍ରେସ ସମର୍ଥନ ଘୋଷଣା କରିଥିଲା । ହେଲେ ଦଳ ନିଷ୍ପତ୍ତି ବିରୋଧରେ ଯାଇ ଦତ୍ତେଶ୍ଵରଙ୍କୁ ଭୋଟ୍ ଦେଇନାହାନ୍ତି ୩ କଂଗ୍ରେସ ବିଧାୟକ ।

ଏଥିସହ ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ଜିତିଲେ ବିଜେପି ସମର୍ଥିତ ସ୍ଵାଧିନ ପ୍ରାର୍ଥୀ ଦିଲ୍ଲୀପ ରାୟ

ସେହିଭଳି ବିଜେଡି ଦତ୍ତେଶ୍ଵରଙ୍କୁ ପ୍ରାର୍ଥୀ କରିଥିଲେ ହେଁ ନବୀନଙ୍କ ନିର୍ଦ୍ଦେଶ କିଛି ପ୍ରଭାବ ପକାଇନି । ବିଜେଡିରୁ ନିଲମ୍ବିତ ଦୁଇ ବିଧାୟକ ସନାତନ ମହାକୁଡ଼ଙ୍କ ସହ ଅରବିନ୍ଦ ମହାପାତ୍ର କ୍ରସ୍ ଭୋଟିଂ କରିଛନ୍ତି । ସେହିଭଳି ଦଳରେ ଥାଇ ଦେବୀ ରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ଵାଳଙ୍କ ସହ ଆଉ ୪ ଜଣ କ୍ରସ୍ ଭୋଟିଂ କରି ନବୀନଙ୍କ ନିଷ୍ପତ୍ତିକୁ ଚକ୍‌ମା ଦେଇଛନ୍ତି ।

ନବୀନଙ୍କୁ ଦିଲ୍ଲୀପଙ୍କ ଚକ୍‌ମା

ଦଳୀୟ ହ୍ଵିପ୍ ସତ୍ତ୍ଵେ କଂଗ୍ରେସ, ବିଜେଡିର ୧୧ ଜଣ ବିଧାୟକ କ୍ରସ୍ ଭୋଟିଂ କରିଥିବା ଚର୍ଚ୍ଚା ହେଉଛି । ୨୦୦୨ ଭଳି ଦିଲ୍ଲୀପ ରାୟ ନବୀନଙ୍କୁ ଚକ୍‌ମା ଦେଇ ରାଜ୍ୟସଭାକୁ ଯିବାକୁ ସକ୍ଷମ ହୋଇଛନ୍ତି । ଯେଉଁଥିରେ ବିଜେପିର ଦିଲ୍ଲୀପ କାର୍ଡ କାମ ଦେଇଛି ।

ଏଥିସହ ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ, ଦଳ ଉପରେ ନାହିଁ ନବୀନଙ୍କ ଲଗାମ

୨୦୦୨ ଭୋଟ୍ ଓ ଦିଲ୍ଲୀପ ରାୟ

୨୦୦୨ ମାର୍ଚ୍ଚ ୨୭ ତାରିଖରେ ଦିଲ୍ଲୀପ ରାୟ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ବିଜେଡି ଓ ତାର ସହଯୋଗୀ ସେତେବେଳେ କ୍ରସ୍ ଭୋଟିଂ କରିଥିଲେ । ସେତେବେଳେ ଦିଲୀପ ରାୟଙ୍କୁ ବିଜେଡିର ୧୪ ସଦସ୍ୟ, ବିଜେପିର ୮ ବିଧାୟକଙ୍କ ସହ କଂଗ୍ରେସର ୨, ଜେଏମ୍ଏମ୍‌ର ଜଣେ, ଜଣେ ସ୍ଵାଧୀନ ବିଧାୟକଙ୍କ ଭୋଟ୍ ଦେଇ ଜିତାଇଥିଲେ ।

ଏବେ ୨୪ ବର୍ଷ ପରେ ପୁଣି ଦିଲ୍ଲୀପ ରାୟ, ନବୀନଙ୍କ ଅଙ୍କକୁ ଭୁଲ୍ ପ୍ରମାଣିତ କରିଛନ୍ତି । ବିଜେଡି ପ୍ରାର୍ଥୀ ଦତ୍ତେଶ୍ଵର ହୋତା ହାରିବା ସହ ଦିଲ୍ଲୀପ ରାୟ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ଦିଲ୍ଲୀପ ରାୟଙ୍କ ସ୍ଵାଧିନ ପ୍ରାର୍ଥିତ୍ଵକୁ ବିଜେପି ସମର୍ଥନ କରିଥିଲା । ରାଜ୍ୟସଭା ନିର୍ବାଚନରେ ବିଜେପିର ରଣନୀତି କାମ ଦେଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dilip Ray Wins Rajya Sabha Seat, BJP Bags 3 Seats in Odisha | Argus News | Argus News