Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Ration Card / ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର, ଏଣିକି ୫ କେଜି ଅଧିକ ମିଳିବ ଚାଉଳ !

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର, ଏଣିକି ୫ କେଜି ଅଧିକ ମିଳିବ ଚାଉଳ !

Key Points

ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର । ମୁଣ୍ଡ ପିଛା ଅଧିକ ୫ କିଲୋ ଚାଉଳ ଦେବାକୁ ଚିନ୍ତା କରୁଛନ୍ତି ସରକାର । ଶୀଘ୍ର ମୁଖ୍ୟମନ୍ତ୍ରୀ ନେବେ ନିଷ୍ପତ୍ତି ।

ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର । ମୁଣ୍ଡ ପିଛା ବଢ଼ିପାରେ ଚାଉଳ । ପ୍ରତ୍ୟେକ ରାସନ କାର୍ଡ ହିତାଧିକାରୀଙ୍କୁ ୫ କିଲୋ ସ୍ଥାନରେ ଅଧିକ ୫ କେଜି ଚାଉଳ ଦେବାକୁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର । ରାସନ କାର୍ଡରେ ଥିବା ପ୍ରାୟ ୩ କୋଟି ୨୫ ଲକ୍ଷ ହିତାଧିକାରୀ ୫ କେଜି ଲେଖାଏଁ ଅଧିକ ଚାଉଳ ପାଇବେ । ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ଏନେଇ ନିଷ୍ପତ୍ତି ନେବେ । ଅନେକ ଗରିବ ହିତାଧିକାରୀଙ୍କୁ ୫ କିଲୋ ଚାଉଳ ପର୍ଯ୍ୟାପ୍ତ ହେଉ ନଥିବାରୁ ଏନେଇ ଚିନ୍ତା କରୁଛି ଯୋଗାଣ ବିଭାଗ ।


ସେପଟେ ରାସନ୍ କାର୍ଡକୁ ନେଇ ମଙ୍ଗଳବାର ବଡ଼ ବୟାନ ଦେଇଥିଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଯେଉଁ ରାସନ୍ କାଡ ହିତାଧିକାରୀ ଇ-କେଓ୍ବାଇସି କରିନଥିବେ ସେମାନଙ୍କୁ ଆସନ୍ତା ମାସରୁ ଆଉ ମାଗଣା ଚାଉଳ ମିଳିବନି ବୋଲି ଯୋଗାଣ ମନ୍ତ୍ରୀ କହିଥିଲେ ।


ଯୋଗାଣ ମନ୍ତ୍ରୀ କହିଛନ୍ତି, "ଯେଉଁମାନେ ଇ-କେୱାଇସି କରିନାହାନ୍ତି ସେମାନଙ୍କ ଚାଉଳ ଆସନ୍ତା ମାସରୁ ବନ୍ଦ ହୋଇଯିବ । ଏବେ ଇ-କେୱାଇସି ପ୍ରକ୍ରିୟାକୁ କେନ୍ଦ୍ର ସରକାର ବନ୍ଦ କରି ଦେଇଛନ୍ତି । ଫଳରେ ଆଉ ସମୟ ନାହିଁ । ଏବେ ବି ସରକାର କେୱାଇସି କରିନଥିବା ଲୋକଙ୍କୁ ଚାଉଳ ପଠାଉଛନ୍ତି ।"


ଏଥିସହ ପଢ଼ନ୍ତୁ: ଚିର ନିଦ୍ରାରେ ମହାଭାରତର ’କର୍ଣ୍ଣ’ ପଙ୍କଜ ଧୀର


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମନ୍ତ୍ରୀ ଆହୁରି କହିଛନ୍ତି, "ଯେଉଁମାନେ ଇ-କେୱାଇସି କରିବେ ନାହିଁ, ସେମାନଙ୍କ ପାଇଁ ଆଉ ଚାଉଳ ଯିବ ନାହିଁ । କେନ୍ଦ୍ର ସରକାର ସମୟ ବଢ଼ାଇଲେ, ରାଜ୍ୟ ସରକାର ମଧ୍ୟ ବଢ଼େଇବେ । ଯଦି କିଏ ବାଦ୍ ପଡ଼ିଥିବେ ଲିଖିତ ଭାବେ ଆବନଦନ କଲେ ବିଚାର କରାଯିବ ।"


ଏବେ ବି ରାଜ୍ୟର ୧୫ ଲକ୍ଷ ୬୭ ହଜାର ହିତାଧିକାରୀ ଇ-କେୱାଇସି କରିନଥିବା ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ଗତ ବିଧାନସଭା ମୌସୁମୀ ଅଧିବେଶନରେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ, ୩୦ ହଜାର ଅଯୋଗ୍ୟ ରାସନ କାର୍ଡ ହିତାଧିକାରୀଙ୍କୁ ତାଲିକାରୁ ହଟାଇ ଦିଆଯାଇଛି । ଏହାଦ୍ୱାରା ୧ ଲକ୍ଷ ୯ ହଜାର ୮୫୩ ଜଣ ପ୍ରଭାବିତ ହୋଇଛନ୍ତି ।


ସେତେବେଳେ ମନ୍ତ୍ରୀ କହିଥିଲେ, ୯୭.୪୦ ଲକ୍ଷ ପରିବାରର ୩.୨୫ କୋଟି ଲୋକ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ମାଗଣା ଖାଦ୍ୟ ଶସ୍ୟ ପାଉଛନ୍ତି ।


ଯାଞ୍ଚ ଚାଲୁଥିବା ବେଳେ ୩୦ ହଜାର ୧୨୫ ଅଯୋଗ୍ୟ ରାସନ କାର୍ଡ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଥିଲା । ସେମାନଙ୍କ ନାଁ ତାଲିକାରୁ ବାଦ୍ ଦିଆଯାଇଛି । ଏଥିସହ ୬ ଲକ୍ଷ ୩୮ ହଜାର ୯୯୬ ମୃତ ବ୍ୟକ୍ତିଙ୍କ ନାମ ମଧ୍ୟ ଡାଟାବେସ୍‌ରୁ ହଟାଇ ଦିଆଯାଇଛି । ଏହି ନାମ ଗୁଡ଼ିକୁ ବାଦ ଦେବା ଦ୍ୱାରା ନୂତନ ଯୋଗ୍ୟ ଆବେଦନକାରୀଙ୍କୁ ଏହି ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ କରିବା ପାଇଁ ସ୍ଥାନ ସୃଷ୍ଟି ହୋଇଛି ।


ମନ୍ତ୍ରୀଙ୍କ କହିବା କଥା, ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବା ପରେ, ଏବେ ସୁଦ୍ଧା ୨ ଲକ୍ଷ ୫ ହଜାର ୩୮୪ ନୂଆ ପରିବାର ଅର୍ଥାତ୍‌ ୩ ଲକ୍ଷ ୮୭ ହଜାର ୮୧୯ ନଆ ହିତାଧିକାରୀଙ୍କୁ ଏହି ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଛି । ବର୍ତ୍ତମାନ ସାରା ରାଜ୍ୟରେ ୫ ଲକ୍ଷ ୯ ହଜାର ୬୦୬ ନୂତନ ଆବେଦନ ପତ୍ରର ଯାଞ୍ଚ କରାଯାଉଛି ।

Related Topics

Explore more stories

Sponsored
Odisha Ration Cardholders to Get 5 Kg Extra Rice; CM Decision Soon | Argus News